ହାୱାଇ ଧକ୍କା ରେ ବିପଦ ସଙ୍କୁଳ ଭାବରେ ଝୁଲି ରହିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଗେଟ


ଖୋରଧା – ୨/୪- ରାତ୍ରୀ ସମୟରେ ଦ୍ରୁତ ବେଗରେ ଖୋରଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗେଟ ଦେଇ ଯାଉଥିବା ଏକ ହାୱାଇ ଟ୍ରକ ଧକ୍କା ରେ ମୁଖ୍ୟ ଗେଟ ଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି l ଏହି ସମ୍ମୁଖ ଗେଟ ଦେଇ ଦୈନନ୍ଦିନ ଶହ, ଶହ ସଂଖ୍ୟାରେ ରୋଗୀ, ଆମ୍ବୁଲାନ୍ସ ଯାତାୟାତ କରୁଥିବା ବେଳେ ଏହା ବିପଦ ଶଙ୍କୁଳ ଭାବରେ ଝୁଲି ରହିଛି l କେତେବେଳେ ଯେ ଏହା ତଳେ ନ ପଡ଼ିବ ତାହା କହିବା ମୁସ୍କିଲ l ଏହି ଘଟଣାପ୍ରତି ବିଭାଗୀୟ ଅଧିକାରୀ ଅବଗତ ଥିଲେ ମଧ୍ୟ ଏହି ଗେଟ ଟିର ମରାମତି କାର୍ଯ୍ୟ ଏ ପର୍ଯ୍ୟନ୍ତ ହୋଇ ପାରି ନାହିଁ ଲ

ପୁଲିସ ଘଟଣା ସ୍ଥଳ ରେ ପହଞ୍ଚି ହାୱାଇ ଟିକୁ ଜବତ କରିଛି l ପ୍ରତେକଦିନ ଖୋରଧା ସହର ମଧ୍ୟ ଦେଇ ଶହ ଶହ ଟ୍ରିପ ମୋରମ, ବାଲି ଓ ଚିପ୍ସ ହାୱାଇ ଟ୍ରକ ରେ ଅନ୍ୟତ୍ର ଚାଲାଣ ହେଉଥିବା ବେଳେ ଗାଡ଼ି ଗୁଡିକ ଗଳାବାଟ ଦେଇ ଯାତାୟାତ କରିବା ଦ୍ୱାରା ଏଭଳି ଦୁର୍ଘଟଣା ମାନ ଘଟୁଛି l ମୁଖ୍ୟତଃ ଗାଡ଼ି ଗୁଡିକ ଖୋରଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ଗେଟ ଭିତର ଦେଇ ଟି.ଏଲ.ସି. ରୋଡ଼ ସ୍ଥିତ ପରିବା ମାର୍କେଟ ପାଖରେ ଯିବାଆସିବା କରୁଥିବା ଦେଖିବାକୁ ମିଳୁଛି l ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତର ଦେଇ ଦ୍ରୁତ ଗତି ରେ ଯାତାୟାତ କରୁଥିବା ଭାରିଯାନ ଗୁଡ଼ିକ ଯୋଗୁଁ  ଜୀବନ ହାନି  ଘଟିବା ର ସମ୍ଭାବନା ରହିଥିବା ବେଳେ ଏଥିପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଉଚ୍ଚ କର୍ତୃପକ୍ଷ ଏବଂ   ନିୟୋଜିତ ସୁରକ୍ଷା କର୍ମୀ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି l

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *