ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହି ଆସୁଥିବା ବେଗୁନିଆ ବୋଲଗଡ଼ ର ସମୃଦ୍ଧ ଶିଳ୍ପ କୁ ଦେଖି ବିସ୍ମୟ ପ୍ରକାଶ କଲେ ଅତିଥି

ଖୋର୍ଦ୍ଧା,(୦୩/୧୨):- ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରି ତୃପ୍ତି କଲ୍ୟାଣ ମଣ୍ଡପ ପରିସର ରେ ଶିଳ୍ପୋଦ୍ୟୋଗୀ ବିକାଶ ପ୍ରତିଷ୍ଠାନ, ଓଡ଼ିଶା, ଭୁବନେଶ୍ୱର ତରଫରୁ ଗି ଆଇ ଟ୍ୟାଗ ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି ।


     ଏହି ଶିବିରରେ ଶିଳ୍ପୋଦ୍ୟୋଗୀ ବିକାଶ ପ୍ରତିଷ୍ଠାନ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ନଳିନୀକାନ୍ତ ପାଢ଼ୀ ସଭାପତିତ୍ବ କରିଥିଲେ, ହସ୍ତଶିଳ୍ପ ବିଭାଗ ଖୋରଧା ର ସହକାରୀ ପରିଚାଳକ ଦିଲୀପ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ, ଏମ ଏସ ଏମ ଇ ଓଡ଼ିଶାର ଜୀ ଆଇ ପରାମର୍ଶ ଦାତା ଡଃ ଅନିତା ସାବତ ମୁଖ୍ୟ ବକ୍ତା ଭାବେ, ଶିଳ୍ପ ବିକାଶ ଅଧିକାରୀ  ମୋନାଲିସା ମିଶ୍ର, ବରିଷ୍ଠ ଶିଳ୍ପୀ  ପ୍ରମୋଦ କୁମାର ପଣ୍ଡା, ଜିଲ୍ଲା ଶିଳ୍ପ କେନ୍ଦ୍ର ଭୁବନେଶ୍ୱର ର ସହକାରୀ ପରିଚାଳକ ସୁଶାନ୍ତ ଚନ୍ଦ୍ର ବଡୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

Advertisement


  ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ ପରେ ଶିଳ୍ପୀ କଳ୍ପତରୁ ପଣ୍ଡା ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇ ବେଗୁନିଆ ବୋଲଗଡ଼ ଅଞ୍ଚଳର ସମୃଦ୍ଧ ଶିଳ୍ପ ସମ୍ବନ୍ଧରେ ସୂଚନା ଦେଇ ଥିଲେ, ମୁଖ୍ୟ ବକ୍ତା ଡଃ ଅନିତା ସାବତ ଜି ଆଇ ଟ୍ୟାଗ୍ ର ଆବଶ୍ୟକତା, ଉପାଦେୟତା ଓ ପ୍ରଣାଳୀ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ, ମୁଖ୍ୟ ଅତିଥି ଶ୍ରୀ ପଣ୍ଡା ଦୀର୍ଘ ଦିନ ଧରି ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହି ଆସୁଥିବା ବେଗୁନିଆ ବୋଲଗଡ଼ ର ସମୃଦ୍ଧ ଶିଳ୍ପ କୁ ଦେଖି ବିସ୍ମୟ ପ୍ରକାଶ କରିଥିଲେ, ସମ୍ମାନିତ ଅତିଥି ଶ୍ରୀମତୀ ମିଶ୍ର କାରିଗର ମାନଙ୍କୁ ସବୁ ପ୍ରକାର ସାହାଯ୍ୟ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ, ଶ୍ରୀଯୁକ୍ତ ବଡୁ ଆଗାମୀ ଦିନରେ ଅଧିକ ରୁ ଅଧିକ ବୈଠକ କରି ଶିଳ୍ପୀ ମାନଙ୍କ ସହ ଯୋଡ଼ି ହେବାକୁ କହିଥିଲେ, ଏହି ଶିବିର ରେ କାଗଜ ମୁଖା ଶିଳ୍ପୀ ଦିବାକର ମହାପାତ୍ର, ଚରଣ ମହାପାତ୍ର, ପ୍ରସନ୍ନ ମହାପାତ୍ର, ମାଟି କାରିଗର କିଶୋର ଚନ୍ଦ୍ର ବେହେରା, ଦେବେନ୍ଦ୍ର ମୁଦୁଲି,, ପଥର ମୂର୍ତ୍ତି ଶିଳ୍ପୀ ରାଜକିଶୋର ସାହୁ, ବିଚିତ୍ରାନନ୍ଦ ପ୍ରଧାନ, ପ୍ରଫୁଲ୍ଲ ପରିଡ଼ା, ଆଶିଷ ମହାରଣା, ଚାନ୍ଦୁଆ ଶିଳ୍ପୀ ରୀହାନା ବେଗମ୍, ଜରିନା ବିବି, ବାସନ୍ତୀ ମୁଦୁଲି, ରାଜଲକ୍ଷ୍ମୀ ସାହୁ କାଠ ମୁଖା କାରିଗର ସତ୍ୟବ୍ରତ ସେଠୀ, ରଞ୍ଜନ ମହାପାତ୍ର  ପ୍ରମୁଖ ଯୋଗ ଦେଇଥିଲେ,, କବିରାଜ ଗୋଛି ଧନ୍ୟବାଦ୍ ଅର୍ପଣ କରିଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *