ରାକ୍ଷୀ କରିଛି ସ୍ବାବଲମ୍ବୀ ..୧୦ ପରିବାର ପାଇଁ ଦୀପ ଶିଖା ପାଲଟିଛନ୍ତି ଅନିମା:

ଧାନ ଓ ଯଅ ରେ ପ୍ରସ୍ତୁତ ଜଗନ୍ନାଥଙ୍କ ରାକ୍ଷୀର ବଢୁଛି ଆଦର

ଖୋର୍ଦ୍ଧା;-  ଦୃଢ଼ ମନୋବଳଏବଂ ଇଚ୍ଛାଶକ୍ତି ଥିଲେ ସଫଳତା ମିଳିଥାଏ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଖୋରଧା ବ୍ଲ ଜଂକିଆ ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡାଆମ୍ବ ମୌଜାର ବାଲିଗାଡିଆ ଗ୍ରାମର ଅନିମା ସାମନ୍ତରାୟ। ନିଜସ୍ଵ ଉଦ୍ୟମ ଓ ନିଷ୍ଠା ବଳରେ ଜଣେ ସଫଳ ମହିଳା ଭାବେ ନିଜର ପରିଚୟ ସେ ସୃଷ୍ଟି କରିପାରିଛନ୍ତି। ଅନିମା ସାମନ୍ତରାୟ ସରକାରୀ ଏମ ସି ଏମ ( ହସ୍ତକଳା) ର   ପ୍ରଶିକ୍ଷିକା   ରହିଛନ୍ତି। ସ୍ଥାନୀୟ ଅଞ୍ଚଳରେ କିପରି ଆଗ୍ରହୀ ମା ମାନେ ମଧ୍ୟ ଜଣେ ଜଣେ ସଫଳ ମହିଳା ଭାବେ ଆତ୍ମ ନିର୍ଭରଶୀଳ ହୋଇପାରିବେ ସେଥିପାଇଁ ସେ ଉଦ୍ୟମ ଚଳାଇ ଛନ୍ତି। ପ୍ରାୟେ ୧୦ରୁ ଉର୍ଦ୍ଧ ପରିବାର ପାଇଁ ଅନିମା ଏବେ ପାଲଟିଛନ୍ତି ଆଲୋକର ଦୀପଶିଖା।ତାଙ୍କ ହାତ ତିଆରି ବିଭିନ୍ନ ହସ୍ତକଳା ସାମଗ୍ରୀ ରାକ୍ଷୀ ଆଜି ଦେଇଛି ଏକ ସ୍ଵତନ୍ତ୍ର ପରିଚୟ। ଯାହା ଫଳରେ ସେ ସ୍ବାବଲମ୍ବୀ ହୋଇ ରୋଜଗାର ଏବଂ ସମ୍ମାନ ପାଇବା ସହିତ ଅନ୍ୟ ମାନଙ୍କୁ ସ୍ବାବଲମ୍ବୀ ହେବାକୁ ପ୍ରୋତ୍ସାହିତ କରୁଛନ୍ତି।

Advertisement

ପ୍ରକାଶ ଥାଉ କି କିଛି ନୂଆ କରିବା ପାଇଁ ଯୋଜନା ତଥା ଆଗକୁ ବଢିବାର ଜିଜ୍ଞାସା ଅନିମା ଓ ତାଙ୍କ ସହଯୋଗୀଙ୍କ ପାଇଁ ସଫଳତା ଆଣିଦେଇଛି । ଅନିମା ଙ୍କ ପରାମର୍ଶ କ୍ରମେ ଜଂକିଆ ପଞ୍ଚାୟତର ୧୦ ଜଣ ମହିଳା ସଦସ୍ୟା ଏକତ୍ର ହୋଇ ଗଠନ କରିଛନ୍ତି ମା ବୃନ୍ଦାବତୀ ମହିଳା ଗ୍ରୁପ । ଗ୍ରୁପ୍ ର ସଭ୍ୟ ମାନେ ରାକ୍ଷୀ ଓ ସରକାରୀ ସାହାଯ୍ୟ ସହଯୋଗ ରେ ବିଭିନ୍ନ ହସ୍ତକଳା ସାମଗ୍ରୀ ପ୍ରସ୍ତୁତ କରି ସ୍ବାବଲମ୍ବୀ ହୋଇ ପାରିଛନ୍ତି। ଘରେ ବସି ଏହି କୁଟୀର ଶିଳ୍ପ ମାଧ୍ୟମରେ ରୋଜଗାର କରିପାରୁଛନ୍ତି। ଚଳିତ ବର୍ଷ ବଜାରରୁ କଞ୍ଚା ମାଲ କିଣି ବିଭିନ୍ନ ପ୍ରକାରର ରଙ୍ଗ ବେରଙ୍ଗର ରାକ୍ଷୀ ପ୍ରସ୍ତୁତ କରୁଛନ୍ତି। ଯଅ ଧାନ , ମାଳି, କାଇଁଚ, ଶଙ୍ଖ ରେ ବିଭିନ୍ନ ଡିଜାଇନର ରାକ୍ଷୀ ହେଉଛି। ବିଶେଷତ ଧାନ ଓ ଯଅ ରେ ପ୍ରସ୍ତୁତ ହେଉଛି ଜଗନ୍ନାଥଙ୍କ ରାକ୍ଷୀ। ପ୍ରତି ରାକ୍ଷୀ ଭଣ୍ଡାର ମାଲିକ ଓ ଗ୍ରାହକଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ରଙ୍ଗ ,ମାଳି , କାଇଁଚ ରେ ପ୍ରସ୍ତୁତ ରାକ୍ଷୀ ଗୁଡ଼ିକ ମନୋଭରା ଓ ଆକର୍ଷଣୀୟ। ଆଗକୁ ରାକ୍ଷୀ ପୂର୍ଣ୍ଣିମା ଆସୁଥିବା ବେଳେ ଏହି ସମୟରେ ରାକ୍ଷୀ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରିବାକୁ ଲକ୍ଷ୍ୟ ରଖିଛନ୍ତି ମା ବୃନ୍ଦାବତୀ ଗୋଷ୍ଠୀର ମହିଳା ମାନେ। ଏବେ ସୁଦ୍ଧା ପ୍ରାୟ ୧୦ ହଜାର ରୁ ଅଧିକ ରାକ୍ଷୀ ହୋଇ ସାରିଲାଣି। ଇତିମଧ୍ୟରେ ଜଣେ ହୋଲ ସେଲର କେବଳ ବହୁ ସଂଖ୍ୟକ ଜଗନ୍ନାଥ ରାକ୍ଷୀ ନେଉଥିବାବେଳେ ଆହୁରି ନେବା ପାଇଁ ଅର୍ଡର୍ ଦେଇଥିବା କଥା ଅନିମା କହିଛନ୍ତି।

ଅନିମା କୁହନ୍ତି ରାକ୍ଷୀ ପ୍ରସ୍ତୁତ ଲାଗି ୟୁଟ୍ୟୁବ ପ୍ରେରଣା ଯୋଗାଇଥିଲା। ନିଜସ୍ଵ ଉଦ୍ୟମରେ ଦୁଇ ମାସ ସଦସ୍ୟଙ୍କୁ ନେଇ ଶିଖାଇଛନ୍ତି। ୪ ମାସ ହେବ ମିଶିକି ଆରମ୍ଭ କରିଛୁ ରାକ୍ଷୀ। କଉଡ଼ି, ଶାମୁକା ଓ ପୁରୀ ଅଞ୍ଚକରୁ ମାଳି , ଭୁବନେଶ୍ୱର ରୁ ଭଲ ଚୁମୁକି ,ଭଲଭେଟ କପଡା ସହିତ କଟକ ପେପର ପ୍ରଭୃତି ଆଣି ଘରେ କରି ରାକ୍ଷୀ ପ୍ରସ୍ତୁତ କରୁଛୁ। ପ୍ରାୟେ ୫୦ ହଜାର ଟଙ୍କାର ମାଲ ଆଣିଛନ୍ତି । ଚଳିତ ବର୍ଷ ପ୍ରାୟେ ଏକ ଲକ୍ଷ ଟଙ୍କାର ରାକ୍ଷୀ ବିକ୍ରି ହେବ ବୋଲି ଆଶା କରିଛୁ। ଅନ୍ୟ ମହିଳା ସଦସ୍ୟା ମାନେ ଘର କାମ ଧନ୍ଧା ସାରି ଦିନ ଗୋଟିଏ ରୁ ରାତି ପର୍ଯ୍ୟନ୍ତ ରାକ୍ଷୀ କାର୍ଯ୍ୟ କରୁଛନ୍ତି। ଏହି ବଳକା ସମୟକୁ ଲଗାଇ ଦୁଇ ପଇସା ରୋଜଗାର କରୁଛୁ ବୋଲି ସେମାନେ କହିଛନ୍ତି। ରାକ୍ଷୀ ୫ ଟଙ୍କାରୁ ଆରମ୍ଭ କରି ୫୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଛି। ଆଗକୁ ଏମାନଙ୍କୁ ସରକାରୀ ସୁବିଧା ଯୋଗାଇ ଦେଲେ ସେମାନେ ହସ୍ତ କଳା ଶିଳ୍ପକୁ ନିଜର ଜୀବିକା ରୂପେ ଆଗେଇ ନେବା ସହିତ ଆମର ହସ୍ତ କଳା କୁ ଦେଶ ବିଦେଶରେ ବିସ୍ତାରିତ କରିପାରିବେ ବୋଲି ମତବ୍ୟକ୍ତ କରିଛନ୍ତି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *