ଭୁବନେଶ୍ୱର: ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ବିପର୍ଯ୍ୟୟ ପୀଡ଼ିତ ଲୋକଙ୍କ ପ୍ରତି ସମବେଦନା ଜଣାଇ ଚଳିତବର୍ଷ ଦୀପାବଳି ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।

ଅର୍ଣ୍ଣବ ବାତ୍ୟାଜନିତ ବନ୍ୟା ଯୋଗୁଁ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଅନେକ ଲୋକ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ସେହିପରି କନ୍ଧମାଳ ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ମାଟି ତଳେ ଚାପି ହୋଇ ନିଖୋଜ ଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ।
ଏଭଳି ଦୁଃଖଦ ପରିସ୍ଥିତିରେ ପ୍ରଭାବିତ ପରିବାରଙ୍କ ସହ ଏକାତ୍ମତା ପ୍ରକାଶ କରି ଦୀପାବଳି ପାଳନରୁ ବିରତ ରହିବେ ବୋଲି ନବୀନ ପଟ୍ଟନାୟକ କହିଛନ୍ତି। ତାଙ୍କର ଏହି ନିଷ୍ପତ୍ତି ବିପର୍ଯ୍ୟୟ ପୀଡ଼ିତଙ୍କ ପ୍ରତି ସମବେଦନା ଓ ମାନବିକତାର ବାର୍ତ୍ତା ବହନ କରୁଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
