ନିଶା ମାଫିଆ ଙ୍କୁ ସାବାଡ କରିବ ପୋଲିସ୍ ଓଡ଼ିଶାରେ ବଢ଼ିଛି ଗିରଫ ସଂଖ୍ୟା : ପୋଲିସ
ଓଡିଶା ପୁଲିସ ତରଫରୁ “ଅପରେସନ୍ ପ୍ରହାର”  ଆରମ୍ଭ

କଟକ (୧୧/୦୯):- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ   ରାଜ୍ୟକୁ ନିଶାମୁକ୍ତ କରିବା ତଥା ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ଓଡିଶା ପୁଲିସ ତରଫରୁ “ଅପରେସନ୍ ପ୍ରହାର”  ଆରମ୍ଭ କରାଯାଇଛି। ଗତ ୧ ତାରିଖରୁ ୦୭ ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲା ପୁଲିସ ଏହି ଅଭିଯାନରେ ସାମିଲ ହୋଇ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି। ଚଢ଼ାଉ ବେଳେ ବିପୁଳ ପରିମାଣର ଗଞ୍ଜେଇ, ବ୍ରାଉନ ସୁଗର, କଫ ସିରପ ଭଳି ନିଶାଦ୍ରବ୍ୟ ଚୋରା ଚାଲାଣ ଉପରେ ରୋକ ଲଗାଇବାରେ ସଫଳ ହୋଇଛି। ସମୁଦାୟ 110ଟି ମାମଲା ରୁଜୁ କରାଯାଇଥିବା ବେଳେ 157 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଏହି କ୍ରମରେ, ଗତ ସପ୍ତାହକ ମଧ୍ୟରେ ଗଞ୍ଜେଇ ଚୋରା ଚାଲାଣ ବିରୁଦ୍ଧରେ 72 ଟି ମାମଲା ରୁଜୁ କରାଯିବା ସହ 4808 କେଜି ଗଞ୍ଜେଇ ଜବତ କରାଯାଇଛି ଏବଂ ମାମଲାରେ ସମ୍ପୃକ୍ତ ଥିବା 93 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ସେହିପରି  ବ୍ରାଉନ ସୁଗର ଚୋରା ଚାଲାଣ କ୍ଷେତ୍ରରେ  27 ଟି ମାମଲା ରୁଜୁ କରାଯାଇ 2374 ଗ୍ରାମ ଜବତ ଏବଂ 45 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ସେହିପରି  3052 ବୋତଲ କଫ ସିରପ ଜବତ ସହ ଚୋରା ଚାଲାଣରେ ସମ୍ପୃକ୍ତ ଥିବା 19 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଏହା ସହ 129 BNSS ଅନୁଯାୟୀ 70 ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।  ଏହା ବ୍ୟତୀତ ଚୋରା ନିଶା ଦ୍ରବ୍ୟ ଚାଲାଣ ଅଭିଯୋଗରେ ସମ୍ପୃକ୍ତି ଥିବା 3 ଟି ଦୋକାନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *