ଖୋର୍ଦ୍ଧା :- (ଶୁଭ ଖବର)ଗ୍ରାହକ ଦକ୍ଷତା କଲ୍ୟାଣ ଫାଉଣ୍ଡେସନ ଦ୍ବାରା ଘରୋଇ ଗ୍ୟାସ ସିଲିଣ୍ଡର ର ସଠିକ ସ୍ଥାନରେ ବ୍ୟବହାର କୁ ନେଇ ଗ୍ରାହକ ଦକ୍ଷତା କଲ୍ୟାଣ ଫାଉଂଡେସନ ଦ୍ବାରା ଏକ ଜନ ସଚେତନତା ଅଭିଯାନ ଗ୍ରାହକ ଦକ୍ଷତା କଲ୍ୟାଣ ଫାଉଣ୍ଡେସନ ଦ୍ବାରା ଖୋର୍ଦ୍ଧା ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇଛି ।

ଏହି ଜନ ଜାଗରଣ କାର୍ଯ୍ୟକ୍ରମ କୁ ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ସୁଗଦା ମୁର୍ମୁ ଶୁଭାରମ୍ଭ କରିଥିଲେ। ଗ୍ରାହକ ଦକ୍ଷତା କଲ୍ୟାଣ ଫାଉଣ୍ଡେସନ ର ଏହିକାର୍ଯ୍ୟକ୍ରମ କୁ ଭୁୟସୀ ପ୍ରଶଂସା କରି ଶ୍ରୀଯୁକ୍ତ ସୁଗୁଦା ମୁର୍ମୁ, ହୋଟେଲ, ରେସୋରାଁ, ଫାଷ୍ଟ ଫୁଡ଼, ଚା ଦୋକାନୀ ଆଦି ବ୍ୟବସାୟ ପ୍ରତିଷ୍ଠାନ ମାନେ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲ.ପି.ଜି. ଗ୍ୟାସ ତୁରନୁ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । ୧୪.୨ କିଲୋଗ୍ରାମ ଘରୋଇ ରୋଷେଇ ଏଲ.ପି.ଜି. ଗ୍ୟାସ ସିଲିଣ୍ଡର ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କରେ ବ୍ୟବହାର ନକରିବାକୁ ପରାମର୍ଶ ଦେଇଥିଲେ, ଯାହା ଆଇନୀତ ଏକ ଅପରାଧ ଅଟେ! ଅତିରିକୁ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ଜୟନ୍ତି କୁମାର ଦାସ ଓ ସହ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀମତୀ, ପ୍ରତିମା, କୁମାରି ପ୍ରଧାନ ଘରୋଇ ରୋଷଇ ଗ୍ୟାସ ୧୪,୨ କିଗ୍ରା ସିଲିଣ୍ଡର ବ୍ୟବସାୟ ରେ ବ୍ୟବହାର, ଏକ ଆଇନଗତ ଅପରାଧ ଏବଂ ଏହା ଦ୍ବାରା ସରକାରଙ୍କ ରାଜସ୍ବ ହାନି ହେବାସହ ଅନେକ ଧନଜୀବନ ନଷ୍ଟ ହେଉଛି ।
ଗ୍ରାହକ ଦକ୍ଷତା କଲ୍ୟାଣ ଫାଉଣ୍ଡେସନ ତରଫରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଏକ ସାଙ୍ଗରେ ଦେଶର ୧୫ ରାଜ୍ୟର ୨୭୫ ଟି ଜିଲ୍ଲା ରେ ୨୭୦୦ ସ୍ବେଛାସେବୀ ଙ୍କୁ ନେଇ ମେ ମାସ ୧୦ତାରିଖ ରୁ ପ୍ରାରମ୍ଭିକ ଭାବରେ ଆରମ୍ଭ ହୋଇଅଛି ବୋଲି ଉକ୍ତ ସଂସ୍ଥା ର ରାଷ୍ଟ୍ରୀୟ ସଭାପତି ଶ୍ରୀ ନିତିନ ସୋଲଙ୍କେ ଜଣାଇଛନ୍ତି ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ହୋଟେଲ, ରେସୋରାଁ ଏବଂ ଛୋଟ ଜଳଖୁଆ ଦୋକାନ ଆଦି ରେ ଏଲ.ପି.ଜି. ଗ୍ୟାସ ବ୍ୟବହାରୀଙ୍କୁ ଭେଟି ସୂଚନା ପତ୍ର ବାଣ୍ଟିବା ସହ ସଚେତନ କରାଯାଉଛି ବୋଲି ଉକ୍ତ ସଂସ୍ଥାର ଜନ ସମ୍ପର୍କ ଅଧିକାରୀ, ଓଡିଶା ଶ୍ରୀ ଅରୁଣ କୁମାର ଦାସ ସୂଚନା ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ଶୁଭାରମ୍ଭ ରେ ଯୋଗାଣ ବିଭାଗର ଅନ୍ୟ ଅଧୂକାରୀ ମାନେ ସର୍ବଶ୍ରୀ ଶ୍ରୀ ବିଷ୍ଣୁ ଚରଣ ବିଶୋଇ, ନିବେଦିତା ଖଣ୍ଡେଇ, ମମତା ନାୟକ, ରୋଜାଲିନ ଶତପଥ, ଆଇଶା ଖତୁନ, ଦିପ୍ତିମୟୀ ମହାପାତ୍ର, ରାଜଶ୍ରୀ ସ୍ବାଇଁ, ଆଦି ପ୍ଲା କାର୍ଡ ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିଲେ ।ଶ୍ରୀ ସୁରେଶ କୁମାର ପରିଡା ଆମନ୍ତ୍ରିତ ସମାଜ ସେବୀ, ଉପସ୍ଥିତ ସମସ୍ତ ଅଧିକାରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ
Subha Khabar is now on Whatsapp
Join and get latest news update delivered to you via whatsapp
Join Now
