ଗଛ ଆମର ଜୀବନ ଧନ: ତା ଲାଗି ରହିଛି ଏଇ ପରାଣ

ତଳଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ପାଳନ

ଖୋର୍ଦ୍ଧା :- (ଶୁଭ ଖବର)ବେଗୁନିଆ ବ୍ଲକ ପୋଡାଡିହ ଗ୍ରାମ ପଞ୍ଚାୟତ ଅଧିନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତଳଗଡ଼ ପରିସରରେ  ବନ ମହୋତ୍ସବ ପାଳନ ଅବସରରେ  ଚାରା ରୋପଣ କାର୍ଯ୍ୟକ୍ରମ କରାଯାଇଛି।ଭାର ପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ଅଧ୍ୟକ୍ଷତାରେ ବୃକ୍ଷରୋପଣ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି।

Advertisement

ଶିକ୍ଷକ ଅଖିଳେଶ ମହାପାତ୍ର, ପ୍ରଭାକର ମହାପାତ୍ର,ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ପଟ୍ଟନାୟକ , ସାଗରିକା ମାଝୀ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ ସହିତ ଗଛର ଉପକାରିତା ସମ୍ଵନ୍ଧରେ ଆଲୋକପାତ କରିଥିଲେ। ଜନ୍ମଦିନରେ ଗଛଟିଏ ଲଗାଇବା, ଅନ୍ୟମାନଙ୍କୁ ଗଛ ଟିଏ ଉପହାର ଦେବା ଓ ସୁସ୍ଥ ପରିବେଶ ପାଇଁ ଗଛ ଟିଏ ଲଗାଇବା ବୋଲି ଶିକ୍ଷକ ଅଖିଳେଶ ମହାପାତ୍ର
ମତବ୍ୟକ୍ତ କରିଥିଲେ। ମା ପାଇଁ ଗଛ ଟିଏ କାର୍ଯକ୍ରମ ରେ ପିଲାମାନେ ମଧ୍ୟ ବୃକ୍ଷ ରୋପଣ କରିଥିଲେ ।

ଶେଷରେ ଶିକ୍ଷୟତ୍ରୀ ଇପ୍ସିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଗଛ ଆମର ଜୀବନ ଓ ଆମ ଅଜାଣତରେ ସେ ଆମର ବହୁ ଉପକାର କରେ ବୋଲି ଶିକ୍ଷକ ପ୍ରଭାକର ମହାପାତ୍ର ମତବ୍ୟକ୍ତ କରିଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *