ଖୋର୍ଦ୍ଧା, ୩୧/୧୦: ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଖୋର୍ଦ୍ଧା ସଦର ଥାନା ପୁଲିସ ପକ୍ଷରୁ ଏକତା ଦୌଡ଼ ଆୟୋଜିତ ହୋଇଯାଇଛି।
ଏସ୍ପି ପରମାର ସ୍ମିଥ ପି. ଦାସଙ୍କ ନିର୍ଦ୍ଦେଶକ୍ରମେ ସଦର ଥାନା ଆଇଆଇସି ବାସୁଦେବ ଜୟସିଂଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ କୁରାଢ଼ମଲ ଛକଠାରୁ ସଦର ଥାନା ପର୍ଯ୍ୟନ୍ତ ଏହି ଏକତା ଦୌଡ଼ ଅନୁଷ୍ଠିତ ହୋଇଥିଲା। ଆଇଆଇସି ଶ୍ରୀ ଜୟସିଂଙ୍କ ନେତୃତ୍ୱରେ ପୁଲିସ କର୍ମଚାରୀଙ୍କ ସହ ବିଭିନ୍ନ ଅନୁଷ୍ଠାନର ଶତାଧିକ ଯୁବକ ଉତ୍ସାହର ସହ ଏଥିରେ ସାମିଲ ହୋଇଥିଲେ।

କେବଳ ରାଷ୍ଟ୍ରୀୟ ଏକତାର ବାର୍ତ୍ତା ନୁହେଁ, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନିଶାମୁକ୍ତ ଓଡ଼ିଶା ଗଠନର ଆହ୍ୱାନ ମଧ୍ୟ ଦିଆଯାଇଥିଲା। ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟ ସେବନର କୁପରିଣାମ ସମ୍ପର୍କରେ ସଚେତନ କରିବା ସହ ଜାତୀୟ ଏକତା, ଭାଇଚାରା ଓ ସାମାଜିକ ସଂହତି ବଜାୟ ରଖିବାକୁ ଆହ୍ୱାନ ଦିଆଯାଇଥିଲା।
ଏହି ଅବସରରେ ଏସ୍ଆଇ ଚନ୍ଦନ ଦାସ, ଦୀପକ ପାକଳ, ସୁଜାତା ପଲେଇ, ଏଏସ୍ଆଇ ମନଜିତ ଏକା, ପ୍ରଦୀପ ପ୍ରଧାନ, ସୁବାଷ ନାୟକ, କନେଷ୍ଟବଳ ଶୁଭ୍ରାଂଶୁ ଦଳେଇ ଓ ସୁଧାକର ପାଟଶାଣୀଙ୍କ ସମେତ ବହୁ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।
ଆଇଆଇସି ବାସୁଦେବ ଜୟସିଂଙ୍କ ନେତୃତ୍ୱରେ ଆୟୋଜିତ ଏହି ଅଭିଯାନ ମାଧ୍ୟମରେ ଯୁବସମାଜକୁ ଏକତା, ଶୃଙ୍ଖଳା, ସୁସ୍ଥ ଜୀବନଶୈଳୀ ଓ ନିଶାମୁକ୍ତ ସମାଜ ଗଠନର ଏକ ସକାରାତ୍ମକ ବାର୍ତ୍ତା ପ୍ରଦାନ କରାଯାଇଥିଲା।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
