ଖୋର୍ଦ୍ଧା, ୩୧/୧୦: ଜନଗଣନା-୨୦୨୭ର ଦ୍ୱିତୀୟ ପର୍ଯ୍ୟାୟ ଅନ୍ତର୍ଗତ ଜନସଂଖ୍ୟା ଗଣନା (Population Enumeration-PE) କାର୍ଯ୍ୟକୁ ସୁଚାରୁ ଓ ସଠିକ୍ ଭାବେ ସମ୍ପାଦନ କରିବା ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାର ଜନଗଣନା କାର୍ଯ୍ୟ ସହ ଜଡ଼ିତ ଅଧିକାରୀ ଓ ଚାର୍ଜ ଅଫିସରମାନଙ୍କୁ ନେଇ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅକ୍ଟୋବର ୩୦ ଓ ୩୧ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ଭାରତୀୟ ଜନଗଣନା ନିର୍ଦ୍ଦେଶାଳୟର ପ୍ରଶିକ୍ଷକ ଚନ୍ଦ୍ରମୋହନ ମହାନ୍ତ, ଏମ୍. ଶ୍ରୀନିବାସ, ବିଜୟ କୁମାର ବେହେରା, ପ୍ରିୟଦର୍ଶିନୀ ସାହୁ ଓ ସାହିନ୍ ପରୱିନ୍ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ଏଥିରେ ଜିଲ୍ଲା ଜନଗଣନା ଅଧିକାରୀ (DC) ସ୍ରିତାପା ମିଶ୍ର ଓ ସହକାରୀ ଜନଗଣନା ଅଧିକାରୀ (AC) ଇପ୍ସିତା ସାହୁଙ୍କ ସମେତ ଜିଲ୍ଲାର ବିଭିନ୍ନ ଜନଗଣନା କାର୍ଯ୍ୟ ସହ ସମ୍ପୃକ୍ତ ଅଧିକାରୀ ଓ ଚାର୍ଜ ଅଫିସରମାନେ ଯୋଗଦେଇଥିଲେ।
ପ୍ରଶିକ୍ଷଣ ଶିବିରରେ ଜନସଂଖ୍ୟା ଗଣନାର ବିଭିନ୍ନ ପ୍ରକ୍ରିୟା, କାର୍ଯ୍ୟପଦ୍ଧତି ଓ ଦାୟିତ୍ୱ ସମ୍ପର୍କରେ ଅଧିକାରୀମାନଙ୍କୁ ଅବଗତ କରାଯାଇଥିଲା। ଜନଗଣନା କାର୍ଯ୍ୟକୁ ନିର୍ଭୁଲ, ସ୍ୱଚ୍ଛ ଓ ସମୟାନୁବର୍ତ୍ତୀ ଭାବେ ସମ୍ପାଦନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
