ପୁରୀ : – ଶ୍ରୀମନ୍ଦିରରେ ଆଇନ ବ୍ୟବସ୍ଥା ନେଇ ମଙ୍ଗଳବାର ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି। ଶ୍ରୀମନ୍ଦିର ସୁରକ୍ଷା ନେଇ ବୈଠକ ଶେଷ ହେଲା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ପ୍ରଚଳିତ ନିୟମ ଅନୁଯାୟୀ କଠୋର ଦଣ୍ଡବିଧାନ ନାହିଁ। ଶ୍ରୀମନ୍ଦିର ଆଇନରେ ଶଂସୋଧନ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ୪ଟି ବିନ୍ଦୁ ଉପରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ।
ଶ୍ରୀ ପାଢ଼ୀ କହିଛନ୍ତି, କୌଣସି ବ୍ୟକ୍ତି ମୋବାଇଲ ଫୋନ୍ ଜାଣତରେ ବ୍ୟବହାର କରୁଛନ୍ତି ତେବେ ଦଣ୍ଡବିଧାନର ପ୍ରସ୍ତାବ ରହିବ। ବର୍ତ୍ତମାନ ଏହା ୧୦୦୦ ଟଙ୍କା ଜରିମାନା ବ୍ୟବସ୍ଥା ରହିଛି। ଦ୍ୱିତୀୟ ପ୍ରସଙ୍ଗ ହେଲା ହେଉଛି କୌଣସି ହିସାବରେ ମହାପ୍ରଭୁଙ୍କ ସଂସ୍କୃତି ଗାରିମା ଜାଣତରେ କେହିବି କ୍ଷୁର୍ଣ୍ନ କରିବେନି। ସୋସିଆଲ ମିଡିଆରେ ଭାବାବେଗକୁ ଆଘାତ ଭଳି କୌଣସି ପୋଷ୍ଟ କରିବେନି। ଯଦି ଏଭଳି ହୁଏ କଠୋର ଦଣ୍ଡବିଧାନ ହେବ ଏବଂ ଗିରଫ ପରୱାନା ୭ ବର୍ଷ ପର୍ଯ୍ୟନ୍ତ ପାଇଁ ହୋଇପାରେ। ତୃତୀୟ ବିନ୍ଦୁ ହେଉଛି ଅନଧିକୃତ ଭାବେ ଡ୍ରୋନ୍ ଶ୍ରୀମନ୍ଦିର ଉପରେ ଉଡାଇଲେ କଠୋର ଦଣ୍ଡବିଧାନ ସହ ଏନ୍ବିଡବ୍ଲ୍ୟୁ। ଚତୁର୍ଥ ବିନ୍ଦୁ ହେଉଛି ଶ୍ରୀମନ୍ଦିର ପରିଚାଳନା କମିଟିର ପରାମର୍ଶ କ୍ରମେ ଶ୍ରୀମନ୍ଦିର ଆଇନ୍ ୧୯୫୫ ଅନ୍ତର୍ଗତ ଦଣ୍ଡବିଧାନ ହୋଇପାରିବ। ତିନିବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ମଧ୍ୟ ହୋଇପାରିବ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
