ଖୋର୍ଦ୍ଧା :- ବେଗୁନିଆ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ କୃମି ନାଶକ ଦିବସ ପାଇଁ ପ୍ରସ୍ତୁତି ଓ ଶିକ୍ଷକ ,ସି ଆର ସି ସି ମାନଙ୍କୁ ତାଲିମ୍ ପ୍ରଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ବିଦ୍ୟାଳୟସ୍ତରରେ କିପରି ଆସନ୍ତା ୧୨ ତାରିଖ ଦିନ କୃମିନାଶକ ଦିବସ ପାଳିତ ହେବ ଏବଂ କିପରି ଭାବେ ସମସ୍ତ ପିଲା କୃମି ଔଷଧ ସେବନ କରିବେ ତାହାର ପୁଙ୍ଖନୁପୁଙ୍ଖ ଆଲୋଚନା ହୋଇଥିଲା l ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବୋତଳମା ଆନୁକୂଲ୍ୟରେ ଆୟୋଜିତ ସଭାରେ ବୋତଳମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ମେଡିକାଲ ଅଫିସର୍ ଡ଼ ଦେବାଶିଷ ଆଚାର୍ଯ୍ୟ, ତାଲିମ୍ ଦାତା ଡ଼ ସ୍ଵାତୀ ଦାଶ, ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଭାସିନୀ ପଣ୍ଡା, ଗୋଷ୍ଠୀ କାର୍ଯକ୍ରମ ସଂଯୋଜକ ଦିଲ୍ଲୀପ ସାହୁ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନଳିନୀପ୍ରଭା ଦେବୀ, ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ, ବ୍ଲକ୍ ଡାଟା ମ୍ୟାନେଜର ଅଭିଷେକ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ l କୃମିକୁ ସମୁଳେ ନାଶ କରିବା ବୋଲି ଅତିଥିମାନେ ବକ୍ତବ୍ୟ ରଖିଥିଲେ ।

ପ୍ରତ୍ୟେକ ବିଦ୍ୟାଳୟରୁ ଜଣେ ଲେଖାଏଁ ପ୍ରାୟ ୧୭୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ୧ ବର୍ଷରୁ ୧୯ ବର୍ଷ ବୟସର ସମସ୍ତ ବାଳକ ବାଳିକାମାନଙ୍କୁ ଅଗଷ୍ଟ ୧୨ ତାରିଖ ଦିନ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକରେ କୃମି ନାଶକ ବଟିକା ସେବନ କରିବା ପାଇଁ ପ୍ରଦାନ କରାଯିବ l

ଯେଉଁମାନେ ଅନୁପସ୍ଥିତ ରହିବେ ସେମାନଙ୍କୁ ୧୯ ଅଗଷ୍ଟ ଦିନ ଉକ୍ତ ଔଷଧ ବଣ୍ଟନ କରାଯିବ ବୋଲି ବୋତଳମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡ଼ ଦେବାଶିଷ ଆଚାର୍ଯ୍ୟ ଜଣାଇଛନ୍ତି ।” ଆସନ୍ତୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ..କୃମି କୁ ସମୁଳେ ନାଶ କରିବା” ବୋଲି ଡଃ ଆଚାର୍ଯ୍ୟ ଆହ୍ବାନ ଦେଇଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
