ବବି ଦାସ ଙ୍କୁ ମେଡିକାଲ ରେ ଦେଖା ହେଲେ ପ୍ରଦୀପ

ଭୁବନେଶ୍ଵର :- ଏଫଏମ ସ୍ଵୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୂତି ଘଟଣାରେ ପୀଡ଼ିତାଙ୍କ ମୃତ୍ୟୁ ପରେ ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କୁ ଦାୟୀ କରି ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହିତ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି 

Advertisement

ବିଜୁ ଛାତ୍ର ଜନତା ଦଳ ଓ ବିଜୁ ଯୁବ ଜନତା ଦଳ ତରଫରୁ ମୃତ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ଦାବି କରି ବିଜୁ ଜନତା ଦଳ ତରଫରୁ ଲୋକସେବା ଭବନ ଘେରାଉ କରିବା ପାଇଁ ଅଗ୍ରସର ହେଉଥିବା ବେଳେ ପୋଲିସ ଆକ୍ରମଣ ର ଶିକାର ହୋଇଛନ୍ତି ବିଜେଡି ର ପ୍ରମୁଖ ନେତୃମଣ୍ଡଳୀ ।

ଏହି ଆନ୍ଦୋଳନ କୁ ଭଣ୍ଡୁର କରିବାକୁ ସରକାର ମୁଖ୍ୟ ରାସ୍ତା ଗୁଡ଼ିକୁ ନାକାବନ୍ଦୀ କରି ଧାରଣା ସ୍ଥଳ କୁ ଆସିବାକୁ ବାରନ କରିବା ଦେଖିବାକୁ ମିଳିଥିଲା । ପୋଲିସ ମଧ୍ୟ ଫଲ୍ସ ଫାୟାରିଂ, ପାଣି ମାଡ଼, ଲୁହ ବୁହା ଗ୍ୟାସ୍ ସ୍ପ୍ରେ କରିଥିଲେ । ଯୋଉଥିରେ ଫଲ୍ସ ଫାଇରିଂ ର ଶିକାର ହୋଇଥିଲେ ବିଜେଡି ଉପ ସଭାପତି ବବି ଦାସ। ଭୁବନେଶ୍ଵର ର ଏକ ଘରୋଇ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି ଶ୍ରୀ ଦାସ । ମେଡିକାଲ ରେ ପହଞ୍ଚି ତାଙ୍କୁ ଦେଖା କରିଛନ୍ତି ବେଗୁନିଆ ବିଧାୟକ ପ୍ରଦୀପକୁମାର ସାହୁ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *