ବିଶ୍ଵ ସର୍ପ ଦିବସ ରେ ଛାତ୍ରୀଙ୍କୁ ସର୍ପାଘାତ

ଖୋର୍ଦ୍ଧା :-  ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରୀ ରଘୁନାଥ ଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିନ ପୂର୍ବାହ୍ନରେ ଏକ ଛାତ୍ରୀଙ୍କୁ ବିଷାକ୍ତ ସାପ କାମୁଡ଼ିଥିବାର ଖବର ପ୍ରଚାରିତ ହୋଇଥିଲା। ଯାହାକୁ ନେଇ ସାଧାରଣରେ ସନ୍ଦେହ ଘନିଭୂତ ହେବାରେ ଲାଗିଛି।ସୂଚନା ଅନୁଯାୟୀ ବିଦ୍ୟାଳୟର ପ୍ରତ୍ୟହ ପୂର୍ବାହ୍ନ ସମୟରେ ପ୍ରାର୍ଥନା ସରିବା ପରେ  ଶ୍ରେଣୀ କକ୍ଷକୁ ଯାଉଥିବା ସମୟରେ ଚତୁର୍ଥ ଶ୍ରେଣୀର ଛାତ୍ରୀ ଅମ୍ରିତା ବେହେରାଙ୍କୁ ଏକ ବିଷଧର ସର୍ପ କାମୁଡିବାର ଛାତ୍ରଛାତ୍ରୀ ମାନେ ଜଣାଇଥିଲେ।

Advertisement

ପରେ ଆହତ ଛାତ୍ରୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବାର ବ୍ୟବସ୍ଥା କରିଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ। ସେଠାରେ ସବୁ ପରୀକ୍ଷା ନିରୀକ୍ଷା କରିବା ପରେ ଆଣ୍ଟିଭେନମ ଇଞ୍ଜେକସନ ଦିଆ ଯାଇଥିଲା। ପରେ ଛାତ୍ରୀଟିର ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ଵର ସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣା ସମ୍ପର୍କରେ ଅଧିକ୍ ଜାଣିବା ପାଇଁ  ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କାଙ୍କୁ ପଚାରିବାରେ ୧୨ ଘଣ୍ଟା ନିରୀକ୍ଷଣ ପରେ ଛାତ୍ରୀଟିକୁ ଛାଡ଼ି ଦିଆଯିବ ବୋଲି ସୂଚନା ରହିଛି ବୋଲି କହିଛନ୍ତି  ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *