ଭୁବନେଶ୍ୱର: ଓଡ଼ିଶାର ଖଣିଜ ସମ୍ପଦ ଓ ରାଜ୍ୟର ସ୍ୱାର୍ଥ ସୁରକ୍ଷା ଦାବିରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଭୁବନେଶ୍ୱରସ୍ଥିତ ଓଡ଼ିଶା ମାଇନିଂ କର୍ପୋରେସନ (OMC) ଭବନ ସମ୍ମୁଖରେ ଧାରଣା ଓ ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କେନ୍ଦ୍ର ସରକାରଙ୍କ MMDR ଆଇନ ସଂଶୋଧନକୁ ବିରୋଧ କରି ଦଳ ପକ୍ଷରୁ ଏହି ପ୍ରତିବାଦ କରାଯାଇଥିଲା।

କାର୍ଯ୍ୟକ୍ରମରେ ବିଜେଡିର ବିଧାୟକ, ବରିଷ୍ଠ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇ ଓଡ଼ିଶାର ଖଣିଜ ସମ୍ପଦ ସହ ଜଡ଼ିତ ରାଜସ୍ୱ ଓ ରାଜ୍ୟର ସ୍ୱାର୍ଥ ପ୍ରସଙ୍ଗ ଉଠାଇଥିଲେ। ଏଥିରେ ବେଗୁନିଆ-ବୋଲଗଡ଼ ବିଧାୟକ ପ୍ରଦୀପ କୁମାର ସାହୁ ମଧ୍ୟ ଯୋଗଦେଇଥିଲେ।

ବିଜେଡି ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶାର ଖଣିଜ ସମ୍ପଦରୁ ମିଳୁଥିବା ରାଜସ୍ୱ ଓ ଲାଭାଂଶରେ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ପ୍ରାଥମିକତା ମିଳିବା ଆବଶ୍ୟକ। ଏଥିସହ କେନ୍ଦ୍ରୀୟ ନୀତି ମାଧ୍ୟମରେ ରାଜ୍ୟର ଅଧିକାର କ୍ଷୁଣ୍ଣ ହେବା ଅଭିଯୋଗ ଉଠାଇ ଦଳ ଏହାର ପ୍ରତିବାଦ କରିଛି।
ଓଡ଼ିଶାର ଖଣିଜ ସମ୍ପଦ ଓ ରାଜ୍ୟର ସ୍ୱାର୍ଥ ସୁରକ୍ଷା ପାଇଁ ଆଗାମୀ ଦିନରେ ମଧ୍ୟ ଆନ୍ଦୋଳନ ଜାରି ରଖିବାକୁ ବିଜେଡି ପକ୍ଷରୁ କୁହାଯାଇଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
