ମୁଖ୍ୟମନ୍ତ୍ରୀ ଟ୍ରଫି ପ୍ରଥମ ଆନ୍ତଃ କ୍ଳବ୍ ଓ ଜିଲ୍ଲା କବାଡି ଚମ୍ପିଅନସିପ ୨୦୨୬ ଉଦ୍ଘାଟିତ

ଖୋର୍ଦ୍ଧା(୧୩/୦୪): –  ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି, ପ୍ରଥମ ଆନ୍ତଃ କ୍ଳବ୍ ଓ ଜିଲ୍ଲା କବାଡି ଚମ୍ପିଅନସିପ-୨୦୨୬  ଖୋର୍ଦ୍ଧା ଷ୍ଟାଡିୟମ୍ ପରିସରରେ ଉଦ୍ଘାଟିତ ହୋଇଯାଇଅଛି l

Advertisement

ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି  କ୍ରୀଡ଼ା ଚାମ୍ପିଅନସିପ କୁ ଉଦ୍ଘାଟିତ କରି ନି ଜ ଉଦବୋଧନରେ କହିଲେ ଜେ କ୍ରୀଡାର ପ୍ରଚାର ପ୍ରସାର କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏହା ଏକ ଅଭିନବ ଯୋଜନା ଯାହା ତୃଣ ମୂଳ ସ୍ତରରେ କ୍ରୀଡ଼ା ପ୍ରତିଭା ମାନଙ୍କୁ ସୁଯୋଗ ପ୍ରଦାନ କରିବ l ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡା ଯୋଗଦେଇ  କ୍ରୀଡ଼ା ଶରୀରକୁ ସୁସ୍ଥ ରଖିବାସହ୍,କ୍ରୀଡ଼ାରେ ଅଧ୍ୟବସାୟ ରହିଲେ କ୍ରୀଡ଼ା ବୃତିକୁ ଆପଣେଇଲେ, କ୍ରୀଡ଼ା କୁ ଶିକ୍ଷା ଓ ଜୀବନ ସହିତ ଜଡିତ ରଖିଲେ ଏହା ଉତ୍ତମ ନାଗରିକ ଗଢିତୋଳିବାରେ ବଳିଷ୍ଟ ଭୂମିକା ନିର୍ବାହ କରିଥାଏ ବୋଲି ପ୍ରକାଶ କରିଥିଲେ l

ପ୍ରାରମ୍ଭରେ ଖୋର୍ଦ୍ଧା ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ, ଉପେନ୍ଦ୍ର ନାଥ ଦାସ ସ୍ୱାଗତ ଭାଷଣ,ଅତିଥି ପରିଚୟ ଓ ମୁଖ୍ୟମନ୍ତ୍ରୀ କବାଡି ଚାମ୍ପିଅନସିପ -୨୦୨୬ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଆଜି ଏବଂ ଆସନ୍ତା କାଲି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବାଳକ ଓ ବାଳିକା ବିଭାଗରୁ ୧୦ ଓ ୬ ଦଳ ଅଂଶ ଗ୍ରହଣ କରିଛନ୍ତି  l ଏହି କ୍ରୀଡ଼ା କାର୍ଯ୍ୟକ୍ରମରେ କ୍ରୀଡ଼ା ସଂସଦ କାର୍ଯ୍ୟକର୍ତ୍ତା ଜ୍ୟୋତି ପ୍ରକାଶ ମହାନ୍ତି,  ଅନିଲ କୁମାର ସାହୁ, ଦାନିଏଲ୍ ନାଏକ, ବୀରକିଶୋର ସିଂହ, କେଦାର କୁମାର ବରାଳ ସମେତ ଶିକ୍ଷକ ଶିକ୍ଷୟତ୍ରୀ, ପ୍ରଶିକ୍ଷକ,ସାମ୍ବାଦିକ ଏବଂ ପ୍ରତିଯୋଗୀ ମାନେ ଯୋଗଦେଇଥିଲେ l ଶେଷରେ କ୍ରୀଡ଼ା ସଙ୍ଘ ସଭାପତି ଅକ୍ଷୟ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *