ଆକ୍ରମଣାତ୍ମକ ଅବତାରରେ ପ୍ରଣବ
ଯଦି ଆଗକୁ କେହି ଦଳ ବିରୁଦ୍ଧରେ କିଛି କୁହନ୍ତି ତେବେ ମୁଁ ଖାତା ଖତିୟାନ ଧରି ଆସିବି ଓ ସେମାନଙ୍କ ପୁରା ଚିଠା ସାମ୍ନାରେ ରଖିବି
ନେତା କହିଲେ ନବୀନ…ଜଣେ ମହାନ ନେତା…ବିଜୁ ଲିଗାସୀ ଅର୍ଥ ନବୀନ
ପ୍ରଭାତ ବିଶ୍ବାଳ ଜଣେ ଭଣ୍ଡ ବାବା : ରାଜ୍ୟସଭା ଭୋଟ ପାଇଁ ୮ କୋଟି ମାଗିଥିଲେ ପ୍ରଭାତ ବିଶ୍ୱାଳ : ବବି ଦାସ
ବଦ୍ରି ପାତ୍ରଙ୍କୁ ଭୂରି ଭୂରି ପ୍ରଶଂସା କଲେ ବବି
ତାଙ୍କର ସାର୍ଟିଫିକେଟ ଦେବେ କେବଳ ଯାଜପୁରବାସୀ
ଭୁବନେଶ୍ୱର, (୧୨/୪):- ସାଧାରଣତଃ ନିଜକୁ ତର୍କ ବାଦ ବିବାଦ ଓ ବୟାନବାଜିଠାରୁ ଦୂରରେ ରଖୁଥିବା ବବି ସମସ୍ତ ଲୋକ ତଥା ଯୁବକମାନଙ୍କର ପ୍ରଶ୍ନର ଖୋଲାଖୋଲି ଉତ୍ତର ରଖିବାକୁ ଯେଉଁ ପ୍ରୟାସ କରିଛନ୍ତି, ତାହା ବିରୋଧୀଙ୍କ ଚେତା ହଜାଇଵା ସହ ଦଳ ଭିତରେ ଉତତ୍ସାହ ର ଲହରୀ ଖେଳାଇଛି।

ବିଜେଡିର ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଏବେ ନିଜର ଆକ୍ରମଣାତ୍ମକ ଅବତାର ପାଇଁ ରାଜ୍ୟ ରାଜନୀତିର କେନ୍ଦ୍ରବିନ୍ଦୁ ପାଲଟିବେ ବୋଲି ଜୋର ଚର୍ଚ୍ଚା ହେଲାଣି । ନିଜ ବାସଭବନ ନିର୍ମାଣକୁ ନେଇ ବିବାଦ ଘେରରେ ଥିବା ବେଳେ ଯାଜପୁର ବ୍ଳକର ମାନନ୍ଦପୁରଠାରେ ଆୟୋଜିତ ଏକ ସାଂଗଠନିକ ବୈଠକରେ ତାଙ୍କର ଦୀର୍ଘ ଘଣ୍ଟାଏ ବ୍ୟାପୀ ମାରାଥନ ଭାଷଣ ଅନେକ ନୂଆ ରାଜନୈତିକ ବାର୍ଭା ବହନ କରୁଛି। ପାଣିକୋଇଲି ଠାରୁ ପ୍ରାୟ ୨୦୦୦ ବାରକ ସହ ଏକ ରାଲିରେ ଯାଇ ବବି ମାଳନ୍ଦୀ ନନ୍ଦପୁରରେ ପହଂଚିଥିଲେ । ଏହି ସ୍ୱତନ୍ତ୍ର ବୈଠକରେ ଆଖପାଖର ଅନ୍ୟ ୩ଟି ଯଥା- ଭୁବନେଶ୍ଵରପୁର, ନାଥସହି ଏବଂ ଭୂଇଁପୁ ଭୂଇଁପୁର ପଞ୍ଚାୟତର ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ । ସବୁଠାରୁ ବଡ଼ କଥା ହେଉଛି, ବର୍ତ୍ତମାନର ବିଜେଡି ର ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ପାଇଁ ଏକ ସ୍ପଷ୍ଟ ଚେ ତାବନୀ । ନିରବ ରହୁଥିବା ନେତା ଯେତେବେଳେ ମୁହଁ ଖୋଲନ୍ତି ଏବଂ ପୁରୁଣା ହିସାବ କିତାବ ସାମ୍ନାକୁ ଆଣନ୍ତି, ତାହା ସ୍ଵାଭାବିକ ଭାବେ ରାଜନୈତିକ ପାରଦକୁ ହିସାବ ବଢ଼ାଇ ଦେଇଥାଏ ।
ଏହି ସଭାରେ ଟାର୍ଗେଟ ଥିଲେ ପୂର୍ବତନ ବିଧାୟକ ପ୍ରଭାତ ବିଶୂଳ। ଗତ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ (ଦଳ ବି ବିରୋଧରେ ରୋଟ୍) କରିବା ଘଟଣାକୁ ନେଇ ବବି ଯେଉଁ ଗୁମର ଖୋଲିଛନ୍ତି, ତାହା ରାଜ୍ୟ ରାଜନୀତିରେ ଏକ ବଡ଼ ଝଡ଼ ସୃଷ୍ଟି କରିବ । ରାଜ୍ୟସଭା ନିର୍ବାଚନ ବେଳେ କେନ୍ଦ୍ରାପଡ଼ାର ବବିଙ୍କ ସବୁଠାରୁ ବଡ଼ ପଡ଼ାର ଜଣେ ବିଧାୟକଙ୍କ ଜରିଆରେ Γ କୋଟି ଟଙ୍କା ମାଗିବା ଏବଂ ୨୦୧୯ ନିର୍ବାଚନରେ ଚିଟ୍ ଫଣ୍ଡ ବିବାଦ ଯୋଗୁଁ ଟିକେଟ୍ କଟିବା । ପରେ ଟିକେଟ୍ ପାଇଁ ନବୀନ ନିବାସ ଓ ବବିଙ୍କ ଘରକୁ ପ୍ରଭାତଙ୍କ ପରିବାର ଦୌଡ଼ିବାକଥା ଉଠାଇ ବବି ତାଙ୍କର ନୈତିକତା ଉପରେ ଶକ୍ତ ପ୍ରହାର କରିଛନ୍ତି।
ବିଶେଷ କରି ବହୁ ଚର୍ଚ୍ଚିତ ‘ମିଡ୍ ନାଇଟ୍ ଅପରେସନ୍’ ପ୍ରସଙ୍ଗରେ ବଳିଙ୍କ ସଷ୍ଟୀକରଣ ବେଶ୍ ଗୁରୁତ୍ବପୂର୍ଣ । ସେହି ଘଟଣା ପରେ ନବୀନ ପଟ୍ଟନାୟକ ପ୍ରଭାତ ବିଶ୍ବଳଙ୍କୁ ଦଳରୁ ବିଦା କରିଥିଲେ ଏବଂ ତାଙ୍କୁ ସାଂଗଠନିକ ସମ୍ପାଦକ ଭାବେ ଦାୟିତ୍ଵ ଦେଇଥିଲେ ବୋଲି ଯୁକ୍ତି ବାଢି, ବବି ପ୍ରମାଣିତ କରିଛନ୍ତି ଯେ ବିଜେଡି ସୁପ୍ରିମୋଙ୍କ ନିକଟରେ କାହାର ଗ୍ରହଣୀୟତା ଓ ବିଶ୍ଵାସଯୋଗ୍ୟତା ଅଧୁକ ରହିଥିଲା । ସେହିପରି ପ୍ରଭାତଙ୍କୁ ସେ ଭଣ୍ଡବାବା ବୋଲି ଅଭିହିତ କରିଛନ୍ତି ।
ଗୋଟିଏ ପଟେ ପ୍ରଭାତଙ୍କୁ କଡ଼ା ଭର୍ସନା କରିଥିବା ବେଳେ ଅନ୍ୟପଟେ ବରିଷ୍ଠ ନେତା ବଦ୍ରି ପାତ୍ରଙ୍କୁ ‘ପିତା ସମାନ’ ଓ ‘ନମସ୍ୟ’ କହି ବବି ଏକ ସୂକ୍ଷ୍ମ ରାଜନୈତିକ ଗୋଟି ଚାଳନା କରିଛନ୍ତି । ବଦ୍ରି ପାତ୍ର ଅତୀତରେ ଚବିଙ୍କ ବିରୋଧରେ ବୟାନବାଳି କରିଥିଲେ ସୁଦ୍ଧା ରାଜ୍ୟସଭା ନିର୍ବାଚନରେ ଦଳିୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେଇ ଦଳୀୟ ଶୃଙ୍ଖଳା ରକ୍ଷା କରିଥିଲେ | ବବିଙ୍କ ଏହି ମୂଲ୍ୟାୟନରୁ ସଷ୍ଟ ହେଉଛି ଯେ, ବ୍ୟକ୍ତିଗତ ଆକ୍ଷେପ କିମ୍ବା ସମାଲୋଚନା ତାଙ୍କ ପାଇଁ ଗୁରୁତ୍ଵପୂର୍ଣ ନୁହେଁ, ବରଂ ଦଳ ଏବଂ ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତି ଆନୁଗତ୍ୟ ହିଁ ବିଜେଡିରେ ରହିବାର ପ୍ରକୃତ ମାପକାଠି। ଯିଏ ଦଳ ସହ ଅଛି, ତାଙ୍କର ବ୍ୟକ୍ତିଗତ ମତଭେଦକୁ ଗ୍ରହଣ କରାଯାଇପାରେ, କିନ୍ତୁ ଦଳ ସହ ବିଶ୍ୱାସଘାତକତା କଲେ ତାଙ୍କୁ ଛଡ଼ାଯିବ ନାହିଁ।
ଆହୁରି ମଧ୍ୟ କହିଥିଲେ, ନବୀନ ଜଣେ ମହାନ ନେତା । ବିଜୁ ଲିଗାସୀ ଅର୍ଥ ନବୀନ ପଟ୍ଟନାୟକ । ମୋତେ କେବଳ ମୋ ନେତା ନବୀନ ପଟ୍ଟନାୟକ ଓ ଯାଜପୁରବାସୀ ସାର୍ଟିଫିକେଟ ଦେବେ। ମୋର ଆଉ କାହା ସାର୍ଟିଫିକେଟ ଦରକାର ନାହିଁ।
ସେ ଆହୁରି ମଧ୍ୟ କହିଛନ୍ତି ଯଦି ଆଗକୁ କେହି ଦଳ ବିରୁଦ୍ଧରେ କିଛି କୁହନ୍ତି ତେବେ ମୁଁ ଖାତା ଖତିୟାନ ଧରି ଆସିବି ଓ ସେମାନଙ୍କ ପୁରା ଚିଠା ସାମ୍ନାରେ ରଖୁବି’– ବବି ଙ୍କ ଏହି ଗୋଟିଏ ଧାଡ଼ିର ମନ୍ତବ୍ୟ ଆଗାମୀ ଦିନର ଘମାଘୋଟ ରାଜନୈତିକ ଲଢ଼େଇର ପୂର୍ବାଭାସ ଦେଉଛି। କେବଳ ସଭାପତି ଓ ଜନସାଧାରଣଙ୍କ ନିକଟରେ ସେ ଉତ୍ତରଦାୟୀ ବୋଲି କହିବା ସହ ରାଜ୍ୟର ବର୍ତମାନ ସରକାରଙ୍କୁ ‘ପତନମୁଖୀ’ ଆଖ୍ୟା ଦେଇ ବବି ନିଜ ତୃଣମୂଳ କର୍ମୀଙ୍କ ମନବଳ ବଢ଼ାଇବାକୁ ପ୍ରୟାସ କରିଛନ୍ତି । ଦୀର୍ଘ ଦିନର ନିରବତା ପରେ ‘ଖାତା ଖତିଯାନ’ ଧରି ତଥ୍ୟ ଭିଭିକ ଆକ୍ରମଣ କରିବାକୁ ବବି ଯେଉଁଭଳି ପ୍ରସ୍ତୁତ ହୋଇ ସମ୍ନାକୁ ଆସିଛନ୍ତି, ତାହା କେବଳ ପ୍ରଜାତ ବିଶ୍ୱାଳ ନୁହେଁ, ବରଂ ଭବିଷ୍ୟତରେ ବିଦ୍ରୋହ କରିବାକୁ ସଜବାଜ ହେଉଥିବା ଅନ୍ୟ ନେତାଙ୍କ ପାଇଁ ମଧ୍ୟ ଏକ ଖୋଲା ଆହ୍ୱାନ । ଏହି ଘଟଣାକ୍ରମ ଆଗାମୀ ଦିନରେ ବିଜେଡିର ଆଭ୍ୟନ୍ତରୀଣ ରାଜନୀତିକୁ ଆହୁରି ଲୋଚକ କରିବ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
