ଖୋରଧା 10/4(ସ ପ୍ର ):ଖୋରଧାର ଜଣେ ସାମ୍ବାଦିକ ଅୟେସ କାନ୍ତ ମହାନ୍ତି, ଭୁବନେଶ୍ୱରର ଏକ ଘରେଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ଆଜି ଦିନ ୧୦ ଟାରେ ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କଲେ ମୃତ୍ୟୁ ବେଳକୁ ତାଙ୍କୁ 48 ବର୍ଷ ବୟସ ହୋଇଥିଲା। ସେ ଆମକୁ ଛାଡି ଅଫେରା ରାଇଜକୁ ଚାଲିଗଲେ, ସେ ଜଣେ ପର ଉପକାରୀ ବ୍ୟକ୍ତି ଥିଲେ। ଜଣେ ସିନେମା ଡାଇରେକ୍ଟର ସହ ଉତ୍ତମ ଫୋଟ ଗ୍ରାଫର ମଧ୍ୟ ଥିଲେ, ସତ୍ୟ ସାଇଙ୍କ ଭକ୍ତ ଥିଲେ ତାଙ୍କର ଏକ ସାନଭାଇ ୪ ବର୍ଷ ପୂର୍ବେ ଦେହାନ୍ତ ହୋଇଯାଇଛି। ଏବଂ ବାପାଙ୍କର ମଧ୍ୟ ବହୁ ଆଗରୁ ଦେହାନ୍ତ ହୋଇଯାଇଛି। ଏବେ ଦୁଇ ଭାଉଣି ଏବଂ ମାଆ ଅଛନ୍ତି ଗୋଟିଏ ଭଉଣି ବିବାହିତ ଏବଂ ସାନ ଭଉଣୀ ଅବିବାହିତ ଅଛନ୍ତି। ଭଗବାନ ତାଙ୍କୁ ଧର୍ଯ୍ୟ ଦିଅନ୍ତୁ। ଅୟେସ ସମସ୍ତଙ୍କ ଠାରୁ ବଡ଼ ଥିଲେ। ତାଙ୍କର ଭଉଣୀ ଭିଣୋଇ ତାଙ୍କର ସମସ୍ତ ଦାୟିତ୍ୱ ତୁଲାଇ ଥିଲେ। ତାଙ୍କର ଭିଣୋଇ ସବୁ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଅୟେସ ଦୈନିକ ଖବର କାଗଜରେ ସାମ୍ବାଦିକତା କରୁଥିଲେ। ସେ ଖୋର୍ଦ୍ଧା ଜିଲ୍ଲା ଓୟୁଜେର ସଦସ୍ୟ ଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ଖୋର୍ଦ୍ଧାରେ ଶୋକ ର ଛାୟା ଖେଳିଯାଇଛି।

ତାଙ୍କର ମୃତ୍ୟୁ ଖବର ପାଇ ଖୋର୍ଦ୍ଧାର ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ,ଖୋର୍ଦ୍ଧା ପ୍ରେସ କ୍ଲବ ସଭାପତି ଶୁଭ୍ରାଂଶୁ ସାମନ୍ତରାୟ, ଓ ୟୁ ଡବ୍ଲୁ ଜେ ଖୋର୍ଦ୍ଧା ସଭାପତି ପ୍ରକାଶ ହାତୀ, ଓ ୟୁ ଜେ ସଭାପତି ତପନ କୁମାର ନାୟକ, ୟୁ ଜେ ଏ ସଭାପତି ଅବ୍ୟକ୍ତ ହରିହର ଖାଡ଼ଙ୍ଗା ଙ୍କ ସମେତ ସମସ୍ତ ସାମ୍ବାଦିକ ଓ ସାମ୍ବାଦିକା, ଏବଂ ନେତାଙ୍କ ଠାରୁ ନେଇ ବନ୍ଧୁବାନ୍ଧବ, ପରିବାରବର୍ଗ, ସାଙ୍ଗ ସାଥି ଓ ବୁଦ୍ଧିଜୀବୀ ତାଙ୍କ ବାସଭବନ ଠାରେ ଉପସ୍ଥିତ ରହି ଶେଷଦର୍ଶନ କରିଥିଲେ। ତାଙ୍କ ମୃତ୍ୟୁ ଶରୀରକୁ ପୁରୀ ସ୍ୱର୍ଗ ଦ୍ୱାର ରେ ସଂସ୍କାର କରାଯାଇଥିଲା।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
