ଖୋର୍ଦ୍ଧା, (10/04):-ବେଗୁନିଆ ପି ଏମ ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଚତୁର୍ଥ ପର୍ଯ୍ୟାୟ ପଞ୍ଚ ଦିବାସୀୟ ପ୍ରବୋଧନ ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି।

ଉଦଘାଟନ ଉତ୍ସବରେ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ କୈଳାସ ଚନ୍ଦ୍ର ସେଠୀ ନୂତନ ପାଠ୍ୟ ପୁସ୍ତକ ଓ ପିଲାଙ୍କ ସାମଗ୍ରିକ ବିକାଶ ପାଇଁ ଜାତୀୟ ଶିକ୍ଷା ନୀତି କୁ ଭୁୟସୀ ପ୍ରଶଂସା କରିଥିଲେ l ପ୍ରଶିକ୍ଷକ ଡ଼ ତ୍ରିନାଥ ବେହେରା, ଦାଶରଥି ସୁବୁଦ୍ଧି, ସନ୍ତୋଷ କୁମାର ମହାପାତ୍ର, ବିଷ୍ନୁପ୍ରିୟା ମିଶ୍ର, ଓ ଅଖିଳେଶ ମହାପାତ୍ର ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ନୂତନ ପାଠ୍ୟ ପୁସ୍ତକ ସଂଚାଳନ ର ତାଲିମ୍ ପ୍ରଦାନ କରିଥିଲେ।

ଉଦଯାପନୀ ଦିବସରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅର୍ଣ୍ଣବ କୁମାର ବେଉରା ଉପସ୍ଥିତ ରହି ଓଡିଶା ବିଦ୍ୟାଳୟ ପାଠ୍ୟକ୍ରମ ରୂପରେଖ ସମ୍ବନ୍ଧରେ ଆଲୋକପାତ କରିଥିଲେ l ସି ଆର ସି ସି ସରୋଜ ବେହେରା, ପୁଲକ ସାହୁ, ସନ୍ଧ୍ୟାରାଣୀ ରଥ, ସହଯୋଗ କରିଥିଲେ l

Subha Khabar is now on Whatsapp
Join and get latest news update delivered to you via whatsapp
Join Now
