ବିଜୁ ଜନତା ଦଳ ର ଖୋର୍ଦ୍ଧା ଜ଼ିଲ୍ଲା କମିଟି ଗଠିତ

ଖୋର୍ଦ୍ଧା – ବିଜୁ ଜନତା ଦଳ ର ରାଜ୍ୟ ସଭାପତି ଆଜି ଖୋର୍ଦ୍ଧା ଜ଼ିଲ୍ଲା ର ନବ ଗଠିତ କମିଟି ଗଠନ କରିଛନ୍ତି। ଖୋର୍ଦ୍ଧା ଜ଼ିଲ୍ଲା ବିଜେଡି ସଭାପତି ରାଜେନ୍ଦ୍ର କୁମାର ସାହୁ ଙ୍କ କମିଟି ରେ କାର୍ଯ୍ୟକାରୀ ସଭାପତି ଭାବେ କ୍ୟାପଟେନ ମନ୍ମଥ ରାଉତରାୟ ଥିବା ବେଳେ ଏବେ ଜ଼ିଲ୍ଲା ର ପାଞ୍ଚ ଗୋଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ରୁ ନୂଆ କମିଟି ରେ 49 ଜଣକୁ ସାମିଲ କରିଛନ୍ତି।

ଏହି କମିଟି ରେ 9ଜଣ ଉପ ସଭାପତି, 11ଜଣ ସାଧାରଣ ସମ୍ପାଦକ, 28ଜଣ ସମ୍ପାଦକ ଙ୍କ ସହ ଜଣେ କୋଷାଧକ୍ଷ ବିଭିନ୍ନ ନିର୍ବାଚନ ମଣ୍ଡଳୀ ରୁ ରାଜ୍ୟ ସଭାପତି ଙ୍କ ଅନୁମୋଦନ କ୍ରମେ ମନୋନୀତ ହୋଇଛନ୍ତି। ଏହି କମିଟି ନିଶ୍ଚୟ ବିଜୁ ଜନତା ଦଳ କୁ ଖୋର୍ଦ୍ଧା ଜ଼ିଲ୍ଲା କୁ ତୃଣମୂଳ ସ୍ତରରେ ସୁଦୃଢ କରିବ ବୋଲି ଜ଼ିଲ୍ଲା ସଭାପତି ଶ୍ରୀ ସାହୁ କହିଛନ୍ତି।

Advertisement

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *