ଦୀର୍ଘ ସମୟର ଟ୍ରାଫିକ୍ ଜାମ୍‌ରେ ଫସିଲା ଜାତୀୟ ରାଜପଥ, ନିଜେ ଟ୍ରାଫିକ୍ ନିୟନ୍ତ୍ରଣ କଲେ ବେଗୁନିଆ ବିଧାୟକ


ଖୋର୍ଦ୍ଧା: ଜାତୀୟ ରାଜପଥରେ ଦୀର୍ଘ ସମୟ ଧରି ଲାଗି ରହିଲା ଭୟଙ୍କର ଟ୍ରାଫିକ୍ ଜାମ୍। ଯାନବାହନ ଚଳାଚଳ ଠପ୍ ହୋଇଯିବାରୁ ଉଭୟ ପାର୍ଶ୍ୱରେ ଅଟକି ରହିଥିଲେ ଶତାଧିକ ଗାଡ଼ି। ଏଭଳି ସ୍ଥିତିରେ ନିଜେ ଟ୍ରାଫିକ୍ ଜାମ୍‌ରେ ଫସିଥିବା ବେଗୁନିଆ ବିଧାୟକ ରାସ୍ତାକୁ ଓହ୍ଲାଇ ଟ୍ରାଫିକ୍ ନିୟନ୍ତ୍ରଣ କରିବାରେ ଲାଗି ପଡ଼ିଥିଲେ।


ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଘମାରି-ସାରୁଆ ମଧ୍ୟରେ ଦୀର୍ଘ ସମୟ ଧରି ଲାଗି ରହିଥିଲା ଏହି ଟ୍ରାଫିକ୍ ଜାମ୍। ଫଳରେ ଯାତ୍ରୀ ଓ ଗାଡ଼ି ଚାଳକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

Advertisement


ଏହି ସମୟରେ ଟ୍ରାଫିକ୍ ଜାମ୍‌ରେ ଫସିଥିଲେ ବେଗୁନିଆ ବିଧାୟକ। ପରିସ୍ଥିତିର ଗମ୍ଭୀରତାକୁ ଦେଖି ସେ ଗାଡ଼ିରୁ ଓହ୍ଲାଇ ନିଜେ ରାସ୍ତାକୁ ଆସିଥିଲେ। ରାସ୍ତାରେ ଅଟକି ରହିଥିବା ଯାନବାହନକୁ ହଟାଇବା ସହ ଗାଡ଼ି ଚଳାଚଳ ସ୍ୱାଭାବିକ କରିବାକୁ ଉଦ୍ୟମ କରିଥିଲେ।
ଏପରିକି ଜଣେ ଟ୍ରାଫିକ୍ କର୍ମଚାରୀଙ୍କ ଭଳି ରାସ୍ତା ଉପରେ ରହି ଗାଡ଼ିଗୁଡ଼ିକୁ ଦିଗ ନିର୍ଦ୍ଦେଶ ଦେବା ସହ ଟ୍ରାଫିକ୍ ନିୟନ୍ତ୍ରଣ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।


ଜନସାଧାରଣଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ବିଧାୟକଙ୍କ ଏହି ତତ୍ପରତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଜାତୀୟ ରାଜପଥରେ ବାରମ୍ବାର ଟ୍ରାଫିକ୍ ଜାମ୍ ଭଳି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସାଧାରଣରେ ଦାବି ହେଉଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *