ଖୋର୍ଦ୍ଧା ପିଏନ୍ କଲେଜ ସମ୍ମୁଖରେ ଏସ୍‌ଟିଏଫ୍‌ର ଚଢ଼ାଉ, ଦୁଇଟି ଦାମୀ କାର୍‌ରୁ ପ୍ରାୟ ଏକ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୫ ଅଭିଯୁକ୍ତ ଅଟକ


ଖୋର୍ଦ୍ଧା: ଫୁଲବାଣୀ ଗଞ୍ଜେଇର ମହାରାଷ୍ଟ୍ରରେ ଚାହିଦା! ଦୁଇଟି ଦାମୀ କାର୍‌ରେ ପ୍ରାୟ ଏକ କ୍ୱିଣ୍ଟାଲ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଖୋର୍ଦ୍ଧାରେ ଏସ୍‌ଟିଏଫ୍‌ ଟିମ୍‌ର ବଡ଼ ଧରଣର ଚଢ଼ାଉ। ଖୋର୍ଦ୍ଧା ପିଏନ୍‌ କଲେଜ ସମ୍ମୁଖ ରାସ୍ତାରୁ ଦୁଇଟି ଦାମୀ କାର୍‌ ସହ ଗଞ୍ଜେଇ ଜବତ କରିଛି ଏସ୍‌ଟିଏଫ୍‌।


ସୂଚନା ଅନୁଯାୟୀ, ଫୁଲବାଣୀ ଅଞ୍ଚଳରୁ ଗଞ୍ଜେଇ ଆଣି ମହାରାଷ୍ଟ୍ରକୁ ଚାଲାଣ କରାଯାଉଥିବା ବେଳେ ଏସ୍‌ଟିଏଫ୍‌ ଟିମ୍‌ ଗୁପ୍ତ ସୂଚନା ଆଧାରରେ ଖୋର୍ଦ୍ଧା ପିଏନ୍‌ କଲେଜ ସମ୍ମୁଖରେ ଚଢ଼ାଉ କରିଥିଲା। ଏହି ଘଟଣାରେ ୫ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ଦୁଇଟି କାର୍‌ ଓ ପ୍ରାୟ ଏକ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି।

Advertisement


ତେବେ ଏହି ଗଞ୍ଜେଇ ଚାଲାଣ ପଛରେ ଥିବା ରାକେଟ୍‌ ଏବଂ ଅନ୍ୟ କାହାର ସମ୍ପୃକ୍ତି ରହିଛି, ସେନେଇ ଏସ୍‌ଟିଏଫ୍‌ ପକ୍ଷରୁ ତଦନ୍ତ ଜାରି ରହିଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *