ସାଂସ୍କୃତିକ ଉତ୍ସବରେ ଝୁମିଲେ ହଜାର ହଜାର ଦର୍ଶକ, ପ୍ରତିଭାବାନ ବ୍ୟକ୍ତିତ୍ୱ ସମ୍ବର୍ଦ୍ଧିତ
ଖୋର୍ଦ୍ଧା: ଖୋର୍ଦ୍ଧା ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଇଗଲ୍ କ୍ଲବ୍ ପକ୍ଷରୁ ଆୟୋଜିତ ୫୩ତମ କୁମାରୋତ୍ସବ ‘ନୂପୁର-୨୦୨୬’ ମହୋତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ତଥା ବିଜେଡି ଖୋର୍ଦ୍ଧା ଜିଲ୍ଲା ସଭାପତି ରାଜେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଏବଂ ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି କ୍ୟାପଟେନ୍ ମନ୍ମଥ ରାଉତରାୟ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।

ସେହିପରି ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ବ୍ଲକ୍ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ, ଜିଲ୍ଲା ପରିଷଦ ସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ, ସ୍ଥାନୀୟ କାଉନସିଲର ପ୍ରବୀଣା ଜଗଦେବରାୟ ଙ୍କ ସମେତ ଖୋର୍ଦ୍ଧା ପୌର ପରିଷଦର ବିଭିନ୍ନ ୱାର୍ଡର କାଉନସିଲରମାନେ ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ନିଜର ପ୍ରତିଭା ଓ ପାରଦର୍ଶିତା ପ୍ରଦର୍ଶନ କରିଥିବା ବ୍ୟକ୍ତିବିଶେଷଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ।

ଉତ୍ସବରେ ଅତିଥିମାନେ କହିଥିଲେ ଯେ, ଏଭଳି ସାଂସ୍କୃତିକ ମହୋତ୍ସବ ଆମର ପରମ୍ପରା, କଳା, ସଂସ୍କୃତି ଓ ଭାଇଚାରାକୁ ସୁଦୃଢ଼ କରିବା ସହ ଯୁବପିଢ଼ିଙ୍କୁ ନିଜ ମାଟି ଓ ମାତୃଭାଷା ସହ ଯୋଡ଼ି ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଦୀର୍ଘ ୫୩ ବର୍ଷ ଧରି ଏହି ଗୌରବମୟ ପରମ୍ପରାକୁ ବଜାୟ ରଖିଥିବାରୁ ଇଗଲ୍ କ୍ଲବ୍ର ସମସ୍ତ କର୍ମକର୍ତ୍ତା, ସଦସ୍ୟ ଓ ଖୋର୍ଦ୍ଧାବାସୀଙ୍କୁ ଶୁଭେଚ୍ଛା ଜଣାଯାଇଥିଲା।

Subha Khabar is now on Whatsapp
Join and get latest news update delivered to you via whatsapp
Join Now
