ଖୋର୍ଦ୍ଧାର ଅତିରିକ୍ତ ଏସ୍ପି ସୋନାଲି ସିଂହ ପରମାର ହେଲେ ଝାରସୁଗୁଡ଼ା ଏସ୍ପି।
ଭୁବନେଶ୍ୱର, ୧/୧୧: ଓଡ଼ିଶା ପୁଲିସ ବିଭାଗରେ ବଡ଼ ଧରଣର ଅଦଳବଦଳ ହୋଇଛି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ନଭେମ୍ବର ୧ ତାରିଖରେ ଜାରି ବିଜ୍ଞପ୍ତି ଅନୁଯାୟୀ ୯ ଜଣ ଆଇପିଏସ୍ ଓ ଓପିଏସ୍ ଅଧିକାରୀଙ୍କ ବଦଳି ଓ ନୂତନ ନିଯୁକ୍ତି କରାଯାଇଛି।

ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲାର ଅତିରିକ୍ତ ଏସ୍ପି ସୋନାଲି ସିଂହ ପରମାରଙ୍କୁ ଝାରସୁଗୁଡ଼ା ଏସ୍ପି ଭାବେ ନିଯୁକ୍ତି ମିଳିଛି। ସେହିପରି ନୂଆପଡ଼ା ଏସ୍ପି ଅମ୍ରିତପାଲ ସିଂହଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟର ଏସ୍ପି ଭାବେ ବଦଳି କରାଯାଇଥିବା ବେଳେ ଝାରସୁଗୁଡ଼ା ଏସ୍ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କୁ ଷ୍ଟେଟ୍ ପୁଲିସ ହେଡକ୍ୱାର୍ଟର୍ସର ଏଆଇଜି ଭାବେ ନିଯୁକ୍ତି ମିଳିଛି।
ଅନ୍ୟପକ୍ଷରେ ସୁସାନ୍ତ କୁମାର ନାଥଙ୍କୁ ଗୃହ ବିଭାଗର ଓଏସ୍ଡି, ଡଃ ସନ୍ତୋଷ ବାଲାଙ୍କୁ ଜେଲ୍ ଓ ସଂଶୋଧନ ସେବାର ଅତିରିକ୍ତ ଡିଜି ଦାୟିତ୍ୱ, ଅମିତାଭ ଠାକୁରଙ୍କୁ ପରିବହନ କମିଶନର, ରାଜେଶ କୁମାରଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱ ଏବଂ ସାରା ଶର୍ମାଙ୍କୁ ଡିଆଇଜି, ଭିଜିଲାନ୍ସ ଭାବେ ନିଯୁକ୍ତି ଦିଆଯାଇଛି।
ସେହିପରି ତପନ ନାରାୟଣ ରଥଙ୍କୁ ନୂଆପଡ଼ା ଏସ୍ପି ଭାବେ ବଦଳି କରାଯାଇଛି। ରାଜ୍ୟ ଗୃହ ବିଭାଗର ଉକ୍ତ ବିଜ୍ଞପ୍ତି ରାଜ୍ୟର ପୁଲିସ ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
