ଅନଙ୍ଗ ନରେନ୍ଦ୍ର ସାହିତ୍ୟ ସଂସଦ ର ଅଷ୍ଟମ ବାର୍ଷିକ ଉତ୍ସବ ଅବସରରେ ପ୍ରକାଶ ପାଇବ ପତ୍ରିକା ଅନଙ୍ଗାୟନ

ଖୋର୍ଦ୍ଧା, ୧୩। ୦୯: – ବୋଲଗଡ଼ ଅଞ୍ଚଳର ଅଗ୍ରଣୀ  ସାରସ୍ବତ ଅନୁଷ୍ଠାନ ଅନଙ୍ଗ ନରେନ୍ଦ୍ର ସାହିତ୍ୟ ସଂସଦ ର ଅଷ୍ଟମ ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ବର୍ଦ୍ଧନା ସଭାର ପ୍ରସ୍ତୁତି ବୈଠକ ବୈକୁଣ୍ଠ ନାଥ ମହାରଣାଙ୍କ ଅଧ୍ଯକ୍ଷ ତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ‘ଅନଙ୍ଗାୟନ’ ପତ୍ରିକା ପ୍ରକାଶନ, ଅତିଥି ମନୋନୟନ, ପ୍ରତିଭା ଚୟନ, ନୂତନ ସଦସ୍ଯ ଗ୍ରହଣ, କବିତା ପାଠ ଓ ସାହିତ୍ୟ ଆଲୋଚନା, କାଳିଚରଣ ଜୟସିଂହ ଙ୍କ ୮୩ ତମ ଜନ୍ମୋତ୍ସଵ ପାଳନ, ଅନଙ୍ଗ ନରେନ୍ଦ୍ର ଙ୍କ ଶ୍ରୀରାମଲୀଳା ଶୁଦ୍ଧ ସମ୍ପାଦନା ପ୍ରଭ୍ରୁତି କେତେକ ପ୍ରସଙ୍ଗ ରେ ଆଲୋଚନା କରାଯାଇଛି।

Advertisement

ପତ୍ରିକାପାଇଁ  ଚଳିତ ମାସ ୩୦ ତାରିଖ ସୁଦ୍ଧା ଲେଖା ପଠାଇବା ପାଇଁ ଅନୁରୋଧ କରାଯାଇଛି। sahoorajakishora@gmail.comରେ କିମ୍ବା ୯୮୬୧୫୯୪୯୩୩ ରେ ଲେଖା ପଠାଇଵାକୁ ଅନୁରୋଧ କରାଯାଇଛି। ଚଳିତବର୍ଷ  ପତ୍ରିକା ଅକ୍ଟୋବର ୩୧ ତାରିଖରେ ଅନୁଷ୍ଠିତ ବର୍ଷିକ ଉତ୍ସବରେ ଲୋକାର୍ପଣ କରିବାକୁ ସ୍ଥିର କରାଯାଇଛି। ଏହି   ବୈଠକରେ  ସଂସଦର ପ୍ରୁଷ୍ଠପୋଷକ କାଳିଚରଣ ଜୟସିଂହ, ସମ୍ପାଦକ ରଙ୍କନିଧି ବଳିଆର ସିଂହ, ବଂଶୀ ଧର ପଣ୍ଡା, ଅଧ୍ଯକ୍ଷ ରମେଶ ଚନ୍ଦ୍ର ସାମନ୍ତରାୟ, ତପନ କୁମାର ମହାପାତ୍ର, ପ୍ରଶାନ୍ତ କୁମାର ତ୍ରିପାଠୀ,ଅଜୟ କୁମାର ଖୁଣ୍ଟିଆ, ମହେଶ୍ବର ଜୟସିଂହ, ପ୍ରଶାନ୍ତ କୁମାର ଜୟସିଂହ ପ୍ରଭ୍ରୁତି ସଦସ୍ଯ ମାନେ ଉପସ୍ଥିତ ଥିଲେ। ସମ୍ପାଦକ ବିଗତ ବର୍ଷର ଖର୍ଚ୍ଚ ଅନୁମୋଦନ କରାଇଥିଲେ ଏବଂ ଅଧ୍ଯାପକ ପ୍ରଶାନ୍ତ ତ୍ରିପାଠୀ ଧନ୍ଯବାଦ ଅର୍ପଣ କରିଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *