ଖୋର୍ଦ୍ଧା :୧୪/୦୯/୨୫:ଓଡିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ରୁ ୨୬ ତାରିଖ ପର୍ଯ୍ୟନ୍ତ କଟକ ବାରବାଟୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ପ୍ରୋ ଟି -୨0 ଲିଗ କ୍ରିକେଟ ଟୁର୍ନାମେଣ୍ଟ ରେ ଅଂଶ ଗ୍ରହଣ କରୁଥିବା ୬ ଗୋଟି ଦଳରେ ଖେଳିବାକୁ ଥିବା ଖେଳାଳି ମାନଙ୍କ ନିଲାମ ପ୍ରକ୍ରିୟା ରେ ଖୋର୍ଦ୍ଧା ଜିଲ୍ଲା ରୁ ସାତ ଜଣ ଖେଳାଳି ନିଲାମ ରେ ବିକ୍ରି ହୋଇ ବିଭିନ୍ନ ଫ୍ରାଞ୍ଚାଇଜ ପାଇଁ ମନୋନୀତ ହୋଇଛନ୍ତି।

ଆର୍ଯ୍ୟଶ୍ରୀ ଦେବାଶିଷ ଭଟ୍ଟ ଭୁବନେଶ୍ୱର ଟାଇଗର୍ସ, ଦେବବ୍ରତ ପ୍ରଧାନ ଏବଂ ବିଶ୍ୱଭୂଷଣ ବିହାରୀ କେଉଁଝର ମାଇନର୍ସ, ରୁଦ୍ର ପ୍ରାସାଦ ମଲ୍ଲିକ ଏବଂ ଆଦିତ୍ୟ ଜୟସିଂ ପୁରୀ ଟାଇଟନ୍ସ, ରାକେଶ ପଟ୍ଟନାୟକ ଏବଂ ହେମନ୍ତ ରଥି ସମ୍ବଲପୁର ୱାରିୟର୍ସ ପାଇଁ ଖେଳିବାକୁ ମନୋନୀତ ହୋଇଛନ୍ତି।

ଚଳିତ ବର୍ଷ ର ପ୍ରୋ ଟି -୨୦ ଲିଗ ରେ ଏତେ ସଂଖ୍ୟକ ଖେଳାଳୀ ଖୋର୍ଦ୍ଧା ଜିଲ୍ଲା ର ମନୋନୀତ ହୋଇଥିବାରୁ ଖୋର୍ଦ୍ଧା ଜିଲ୍ଲା ଖେଳ ପ୍ରେମୀ ମାନଙ୍କ ମଧ୍ୟରେ ଖୁସି ପରିଲକ୍ଷିତ ହୋଇଛି।ଜିଲ୍ଲା କ୍ରିକେଟ ସଙ୍ଘ, ଖୋର୍ଦ୍ଧା ର ସଭାପତି ତଥା ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧକ୍ଷ ରାଜେନ୍ଦ୍ର କୁମାର ସାହୁ ଖେଳାଳି ମାନଙ୍କ ଉନ୍ନତ ପ୍ରଦର୍ଶନ ପାଇଁ ଭଗବାନ ଙ୍କ ନିକଟରେ କାମନା ସହ ଖେଳାଳି ମାନଙ୍କୁ ଜିଲ୍ଲା ସଂଘ କର୍ମକର୍ତାମାନଙ୍କ ତରଫରୁ ଶୁଭେଚ୍ଛା ଜଣାଇବା ସହ ସମସ୍ତ ୭ ଖେଳାଳି ମାନଙ୍କୁ ଖୋର୍ଦ୍ଧା ମିନି ଷ୍ଟାଡିୟମ ସଭା ଗୃହଠାରେ ସମ୍ବର୍ଦ୍ଧିତ କରାଯାଇଛି ।

ଏହି ସମ୍ବର୍ଦ୍ଧନା ଉତ୍ସବ ରେ ଆସୋସିଏସନ ସଭାପତି ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ,ସଂମ୍ପାଦକ ତଥା ଓ ସି ଏ କୋଷାଧ୍ୟକ୍ଷ୍ୟ ବିକାଶ ପ୍ରଧାନ ଓ ସଭ୍ୟ ବୃନ୍ଦ ଯୋଗଦେଇ ନୂତନ ଖେଳାଳି ମାନେ ଉତ୍ସାହିତ କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
