ନବରାତ୍ରି ଅବସରରେ ” ବ୍ରାହ୍ମଚାରିଣୀ ” ବେଶରେ ଦର୍ଶନ ଦେଲେ ମା ମଙ୍ଗଳା

ପୁରୀ:୨୪/୦୯ ପୁରୀ ଜିଲ୍ଲା କଣାସ ବ୍ଲକର ଜଳିଆପଡା ଗ୍ରାମରେ ପୂଜା ପାଉଥିବା ଅଭୟ ବର ଦାୟିନୀ କାକଟପୁର ବାସିନୀ ବିଜେ ମା ମଙ୍ଗଳାଙ୍କ ପୀଠରେ  ଶାରଦୀୟ ଶରତକାଳିନ ଦୁର୍ଗା ପୂଜା ନବମୀର ଦ୍ଵିତୀୟ ଦିନରେ ମା ମଙ୍ଗଳା ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଇଛନ୍ତି। ଏହି ପବିତ୍ର ମାତୃଶକ୍ତି ପୀଠ ହେଉଛି ଓଡିଶା ପର୍ଯ୍ୟଟନ ସ୍ଥଳୀ।

Advertisement

ଓଡିଶାର କୋଣ ଅନୁକୋଣରୁ ବହୁ ବହୁ ଦର୍ଶକ ମା ମଙ୍ଗଳାଙ୍କ ଦର୍ଶନ ପାଇଁ ଆସନ୍ତି। ଏହି ନବମୀ ଅବସରେ ପ୍ରଥମ ଦିନ ସୋମବାର ମାମଙ୍ଗଳା ଶୈଳପୁତ୍ରୀ ବେଶରେ ଦର୍ଶନ ଦେଇଥିଲେ। ନବମୀର ଦ୍ଵିତୀୟ ଦିନ ମଙ୍ଗଳବାର ସନ୍ଧ୍ୟାରେ ଭକ୍ତ ମାନେ ମଙ୍ଗଳା ମେଳା ଦେଖିବା ସହିତ ମା ମଙ୍ଗଳାଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ କରିଛନ୍ତି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *