ଖୋର୍ଦ୍ଧା :- ବୋଲଗଡ ବେଗୁନିଆ ନିର୍ବାଚନ ମଣ୍ଡଳୀ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ବେଗୁନିଆ ଜୋନ ର ସମ୍ପାଦକ ଭାବରେ ବରିଷ୍ଠ କମ୍ରେଡ ବିଜୟ କୁମାର ଗୁମାନସିଂ ମନୋନୀତ ହୋଇଛନ୍ତି. ସେ ପୂର୍ବତନ ସମ୍ପାଦକ ଲକ୍ଷ୍ମଣ ସେଠୀଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି. ଗତକାଲି ଅପରାହ୍ନରେ ପିଚୁକୁଳି ସ୍ଥିତ ପାର୍ଟି କାର୍ଯ୍ୟାଳୟ ଠାରେ ବେଗୁନିଆ ଜୋନର ୧୦ମ ସମିଳନୀ ଅନୁଷ୍ଠିତ ହୋଇଥିଲା.ପ୍ରାରମ୍ଭରେ ଦଳୀୟ ପତାକା କୁ ସମ୍ପାଦକ ବିଜୟ କୁମାର ଗୁମାନସିଂ ଉତ୍ତୋଳନ କରିଥିଲେ. ବରିଷ୍ଠ କମ୍ରେଡ ଲକ୍ଷ୍ମଣ ସେଠୀଙ୍କ ସଭାପତିତ୍ୱ ରେ ବୈଠକ ହୋଇଥିଲା ସହ ସମ୍ପାଦକ ବସନ୍ତ ସେଠି ରାଜନୈତିକ ଚିଠା ଆଗତ କରିଥିଲେ. ଦିବଂଗତ ଆଦିବାସୀ ନେତା କମ୍ରେଡ ଲୋଚନ ଭଞ୍ଜଙ୍କ ନିମିତ୍ତ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା. ଏହି ଅବସର ରେ ରାଜ୍ୟରେ ବୃଦ୍ଧିପାଉଥିବା ନାରୀ ନିର୍ଯ୍ୟାତନା ଚାଷୀଙ୍କ ସମସ୍ୟା ଓ ବେକାର ସମସ୍ୟାକୁ ନେଇ ଆଗାମୀ ଦିନରେ ଦଳ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି. ପୂର୍ବତନ ସମ୍ପାଦକ ଲକ୍ଷ୍ମଣ ସେଠି ଅସୁସ୍ଥ ଥିବାରୁ ନୂତନ ସମ୍ପାଦକ ଭାବରେ ବିଜୟ କୁମାର ଗୁମାନ ସିଂ ଓ ସହ ସମ୍ପାଦକ ବସନ୍ତ ସେଠିଙ୍କୁ ମନୋନୀତ କରାଯାଇଥିଲା. ଏଥି ସହ ୧୧ଜଣିଆ କମିଟି ଗଠନ କରାଯାଇଥିଲା. ବରିଷ୍ଠ କମ୍ରେଡ ବସନ୍ତ ପାଇକରାୟ ସମସ୍ତ କମ୍ରେଡ ମାନଙ୍କୁ ଏକତା ବଜାୟ ରଖି କାର୍ଯ୍ୟକ୍ରମ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ. ଅନ୍ୟମାନଙ୍କ ମଧ୍ୟରେ ଧନେଶ୍ୱର ମାର୍ଥା ବୁଦ୍ଧଦେବ ବେହେରା ରୀନା ସେଠି ରମାକାନ୍ତ ମହାରଣା ପୁର୍ଣଚନ୍ଦ୍ର ମହାପାତ୍ର ଓ ପଦ୍ମଚରଣ ପାତ୍ର ପ୍ରମୁଖ କର୍ମକର୍ତ୍ତା ଯୋଗଦେଇଥିଲେ ପରିଶେଷରେ ଅଜୟ କୁମାର ମଙ୍ଗରାଜ ଧନ୍ୟବାଦ ଅର୍ପଣ କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
