ଖୋର୍ଦ୍ଧା ବି ଡି ଏ ପଡ଼ିଆରେ ପଲ୍ଲୀଶ୍ରୀ ମେଳା

ଖୋର୍ଦ୍ଧା,(୧୫/୦୧):-  ଜିଲ୍ଲା ପ୍ରଶାସନ ଓରମାସ ପକ୍ଷରୁ ଚଳିତ ମାସ ୧୭ ତାରିଖରୁ ୨୩ ଜାନୁୟାରୀ ପର୍ଯ୍ୟନ୍ତ ୨୦୨୫-୨୬ ବର୍ଷର  ସପ୍ତ ଦିବସୀୟ ପଲ୍ଲୀଶ୍ରୀ ମେଳା ଜିଲ୍ଲା ସଦର ମହକୁମା ସ୍ଥିତ ଟି ଏଲ ସି ରୋଡ଼ ବି ଡି ଏ ପଡ଼ିଆରେ ଅନୁଷ୍ଠିତ ହେବ ।

Advertisement

ଓଡ଼ିଶା ସରକାର ଓ ଭାରତ ସରକାରଙ୍କ ଭିଜନ, ବିକଶିତ ଓଡ଼ିଶା @୨୦୩୬ ଏବଂ ଏହା ବିକଶିତ ଭାରତ @୨୦୪୭ କୁ ସାକାର କରିବା ନିମନ୍ତେ ସ୍ୱଦେଶୀ ଜ୍ଞାନ କୌଶଳ ଓ  ଆତ୍ମ ନିର୍ଭର ଭାରତ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଏବଂ ମହିଳା ସଶକ୍ତିକରଣ କୁ ପ୍ରୋତ୍ସାହନ ଦେବା ନିମନ୍ତେ ସୁଭଦ୍ରା ଶକ୍ତି ମେଳା ମଧ୍ୟ ଅନୁଷ୍ଠିତ ହେବ l ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ପକ୍ଷରୁ ଆସିଥିବା ସ୍ଵଦେଶୀ ଜ୍ଞାନ କୌଶଳ ଏବଂ ଆତ୍ମ ନିର୍ଭର ଭାରତ ଅଭିଯାନକୁ ସଫଳ କରିବା ଦିଗରେ ଆଞ୍ଚଳିକ ଜ୍ଞାନ କୌଶଳ କୁ ବିଶ୍ବସ୍ତରୀୟ କରିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ମେଳାରେ  ୧୦୦ ବର୍ଗ ଫୁଟ ପ୍ରତ୍ୟେକ ଷ୍ଟଲ ର ପରିଧି ରେ ୨୧୦ ଗୋଟି ଷ୍ଟଲ ନିର୍ମାଣ ହେବାପାଇଁ ସ୍ଥିର କରାଯାଇଛି l ସେହିପରି ମେଳାର ନିରାପତ୍ତା ସୁରକ୍ଷା ବ୍ୟବସ୍ଥା, ବିଜୁଳି ଆଲୋକ ଯୋଗାଣ, ପାନୀୟ ଜଳ ଯୋଗାଣ, ଅଗ୍ନିଶମ ସେବା, କ୍ଲୋଜ ସର୍କିଟ କ୍ୟାମେରା ଲଗାଇବା, ପରିଷ୍କାର ପରିଚ୍ଛନ୍ନ ଓ ପରିମଳ ବ୍ୟବସ୍ଥା, ଭ୍ରାମ୍ୟମାଣ ଏ ଟି ଏମ ବ୍ୟବସ୍ଥା, ପ୍ରାଥମିକ ଚିକିତ୍ସା ଓ ଆବୁଲାନ୍ସ ସେବା, ଷ୍ଟଲ ଗୁଡ଼ିକୁ  ବୀମା ଭୁକ୍ତ କରିବା ଏବଂ ପ୍ରତ୍ୟେକ ସନ୍ଧ୍ୟାରେ ଆକର୍ଷଣୀୟ ଚିତ୍ତାକର୍ଶକ ପାରମ୍ପାରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଏଣୁ ସହରର ସମସ୍ତ ଜନସାଧାରଣ ତଥା ଜିଲ୍ଲା ର ସମସ୍ତ ଜନସାଧାରଣ ଏହି ସପ୍ତ ଦିବସୀୟ ପଲ୍ଲୀଶ୍ରୀ ମେଳା ରେ ବିଭିନ୍ନ ଘର କରଣା ଜିନିଷ କିଣିବା ସହ ନିଜର ଭିଜ୍ଞାତା  ହାସ ଲ କରି ପଲ୍ଲୀଶ୍ରୀ ମେଳା କୁ ସାଫଲ୍ୟ ମଣ୍ଡିତ କରାନ୍ତୁ l ପଲିଶ୍ରୀ ମେଳାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ନିମନ୍ତେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଅଛି l

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *