ଦାନ୍ତ ପାଇଁ ଶୀକାର ହୋଇଥିବା ସନ୍ଦେହ
ତେଲକୋଇ :- କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ରେ ପୁଣି ଗୋଟିଏ ହାତୀର ଗଳିତ ମୃତ ଦେହ ଉଦ୍ଧାର ହୋଇଛି।ପାରି ପର୍ଶ୍ଵିକ ସ୍ଥିତିରୁ ହାତୀ କୁ ଶିକାର କରାଯାଇ ତାର ଦାନ୍ତ ଚୋରି କରାଯାଇ ଥିବା ଅଭିଯୋଗ ହେଉଛି।ତେବେ ହାତୀର ଦୀର୍ଘ ଏକ ମାସ ପୂର୍ବେ ମୃତ୍ୟୁ ହୋଇଥିବା ବେଳେ ବନ ବିଭାଗ ପାଖରେ ଖବର ନଥିବା ପରିତାପର ବିଷୟ ହୋଇଛି।ମୃତ ହାତୀର ବୟସ ପାଖା ପାଖି ୭ ରୁ ୮ ବର୍ଷ ହୋଇଥିବା ଅନୁମାନ କରାଯାଉଛି । ଖବର ପାଇ ତେଲକୋଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଥିବା ଜଣା ପଡ଼ିଛି ।

ତେବେ ସୂଚନା ଅନୁଯାୟୀ , ତେଲକୋଇ ବନାଞ୍ଚଳ ସଲେଇକେନା ସଂରକ୍ଷିତ ଜଙ୍ଗଲ ର ଭାଡ଼ିମରା ଚେକ୍ ଡ୍ୟାମ ନିକଟସ୍ଥ ବିଛାଖଣି ଜଙ୍ଗଲରେ ହାତୀର ଗଳିତ ମୃତ ଦେହ ଆଜି ଅପରାହ୍ନରେ ସ୍ଥାନୀୟ ଲୋକେ ଦେଖି ବାକୁ ପାଇଥିଲେ । ହାତୀ ଦାନ୍ତ ଚୋରୀ ଉଦ୍ଦେଶ୍ୟରେ ହାତୀକୁ ଶିକାର କରାଯାଇଥିବା କୁହା ଯାଉଛି ।ବନ ବିଭାଗର ଦାୟିତ୍ଵ ହୀନତା ଯୋଗୁଁ ତେଲକୋଇ ରେ ହାତୀ ମୃତ୍ୟୁ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ତେଲକୋଇ ଅଞ୍ଚଳ ର ବିଭିନ୍ନ ସ୍ଥାନରେ ହାତୀ ପଲ ଉପଦ୍ରବ ଚଳାଉ ଥିବା ବେଳେ ଚାଷୀ ଙ୍କ ଫସଲ ବ୍ୟାପକ କ୍ଷତି କରୁଛନ୍ତି।ବନ ବିଭାଗ ହାତୀ ଉପରେ କଡା ନଜର ରଖୁଥିବା କହୁଥିବା ବେଳେ ତେଲକୋଇ ରେ ଗୋଟିଏ ପରେ ଗୋଟିଏ ହାତୀ ର ମୃତ୍ୟୁ ବନ ବିଭାଗର ପାରିବା ପଣିଆକୁ ପଦାରେ ପକାଇଛି । ଅନ୍ୟପଟେ ଜିଲ୍ଲା ବନ ଖଣ୍ଡ ଅଧିକାରୀ ମଧ୍ୟ ଏଥି ପ୍ରତି ଗୁରୁତ୍ବ ଦେଉ ନଥିବା ଅଭିଯୋଗ ହୋଇଛି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
