ବୋଲଗଡ ଦ୍ଵାଦଶତମ ଅମୃତ ଉତ୍ସବ ୨୦୨୬ ଉଦଘାଟିତ

ଖୋର୍ଦ୍ଧା : – (ଶୁଭ ଖବର )ଖୋର୍ଦ୍ଧା ଜିଲ୍ଲା ବୋଲଗଡ ର ସ୍ଥାନୀୟ ପନ୍ଦରଦୋଳ ପଡ଼ିଆରେ ୧୨ବର୍ଷ ଧରି ଆରମ୍ଭ ହେଉଥିବା  ଅମୃତ ଉତ୍ସବ ୨୦୨୬ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି ।

Advertisement

ଏଥିରେ ବରିଷ୍ଠ କଂଗ୍ରେସ ନେତା ପୃଥିବୀ ବାଲ୍ଧବ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ସୋନାଲି ସାହୁ , ବୋଲଗଡ ଅଗ୍ନିଶ୍ରମ ବିଭାଗ ଅଧିକାରୀ ବିବେକାନନ୍ଦ ଦାସ , ଆଇନଜୀବି ଚିତ୍ତ ରଞ୍ଜନ ପରିଡ଼ା ,  ସୁଶ୍ରୀ ଗୌରୀ ଦେବୀ , ସମାଜସେବୀ ରମେଶ ଚନ୍ଦ୍ର ପଟ୍ଟନାୟକ , ରାଧେଶ୍ୟାମ ରାୟଗୁରୁ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।

ଏହି ଅବସରରେ ସଙ୍ଗୀତଜ୍ଞ ସୁମନ୍ତ କୁମାର ଦାସ , ବରିଷ୍ଠ ନାଟ୍ୟକାର ହାଡିବନ୍ଧୁ ଦତ୍ତ , ବରିଷ୍ଠ ସାମ୍ବାଦିକ ଗଙ୍ଗାଧର ଦାଶ , ପ୍ରସନ୍ନ କୁମାର ସ୍ବାଇଁ, ଦିଲ୍ଲୀପ କୁମାର ଚୌଧୁରୀ , ମନୋରଞ୍ଜନ ମିଶ୍ର , ରାଜେନ୍ଦ୍ର କୁମାର ରାମଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ମନୋରମ ସନ୍ଧ୍ୟାରେ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପ୍ରାୟୋଜିତ ଲୋଇସିଙ୍ଗାର ସଙ୍ଗୀତ ସାଧନା ନୃତ୍ୟ ଅନୁଷ୍ଠାନ ପକ୍ଷରୁ ସମ୍ବଲପୁରୀ ନୃତ୍ୟ , କଟକ ସୁରମନ୍ଦିର ପକ୍ଷରୁ ଓଡ଼ିଶୀ ନୃତ୍ୟ , ପାର୍ଥାନା ଚ୍ୟାନେଲ ବିଜେତା ସାଇ ସୌମ୍ୟକାନ୍ତ ନୃତ୍ୟ , ଭୁବନେଶ୍ୱର ମଦନ ମୋହନ ଭଜନ ସନ୍ଧ୍ୟା ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା । ଶ୍ରୀକାନ୍ତ ନାୟକ ସଂଯୋଜନା କରିଥିବା ବେଳେ ଅବିନାଶ ସୁବୁଦ୍ଧି  ମଞ୍ଚ ପରିଚାଳନା କରିଥିଲେ । ଶେଷରେ ଅମୃତ ଉତ୍ସବ କମିଟିର ସମ୍ପାଦକ ମନୋଜ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *