ଖୋରଧା-୨/୪- ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ
ର ଅଧ୍ୟକ୍ଷା ବିନ୍ଦୁଶ୍ରୀ ମିଶ୍ର ତାଙ୍କ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ତାଙ୍କ ସ୍ଥାନରେ କଲେଜର ନୂତନ ଅଧ୍ୟକ୍ଷା ଭାବରେ ଡ଼.ପୂର୍ଣ୍ଣିମା ନାୟକ ମହାବିଦ୍ୟାଳୟ ର ଦାୟୀତ୍ବ ଗ୍ରହଣ କରିଛନ୍ତି । ଏହି ବିଦାୟ କାଳୀନ ସଭାରେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଉତ୍ତର ଓଡିଶା ବିଶବବିଦ୍ୟାଳୟ ର ପୂର୍ବତନ କୂଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି , ମହାବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା,କର୍ମଚାରି ଉପସ୍ଥିତ ଥିଲେ । ମହାବିଦ୍ୟାଳୟ ପରିସରରେ ଥିବା ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ଉଭୟେ ବିଦୟୀ ଓ ନୂତନ ଅଧ୍ୟକ୍ଷା ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ ।

ମହାବିଦ୍ୟାଳୟ ଏନ.ସି.ସି ଛାତ୍ର, ଛାତ୍ରୀ ଓ କର୍ମଚାରୀ ନୂତନ ଅଧ୍ୟକ୍ଷା ପୂର୍ଣ୍ଣିମା ନାୟକଙ୍କୁ ସ୍ବାଗତ କରିବା ସହମହାବିଦ୍ୟାଳୟ ର ଉନ୍ନତି କାମନା କରିଥିଲେ । ଶେଷରେ ଅଧ୍ୟାପକ ସୁବୋଧ କୁମାର ଜଗଦେବ ଧନ୍ୟବାଦ ପ୍ରଦାନ କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
