ଖୋର୍ଦ୍ଧା,(03/04):- ଖୋରଧା ସାଜିଛି ନିଶା ବ୍ୟବସାୟୀଙ୍କ ଚର।ଭୂମି । ଆଜି ଛତିପୁର ଅଂଚଳ ରୁ ବ୍ରାଉନ ସୁଗାର ଜବତ ସହ ତିନି ଯୁବକ ଗିରଫ ଘଟଣା ଏହାକୁ ପ୍ରମାଣିତ କରୁଛି। ପୋଲିସ ଓ ଅବକାରୀ ବିଭାଗ ବାରମ୍ବାର ଚଢ଼ାଉ ସତ୍ୱେ ଏହି କାରବାର ରେ ରୋକ ଲାଗି ପାରୁନି। ତେବେ ଛାତିପୂର ଖେଳ ପଡିଆ ଠାରୁ ଆନ୍ତଃ ରାଜ୍ୟ ବ୍ରାଉନ ସୁଗାର ବେପାରୀ ପୂର୍ଣ୍ଣ ଚନ୍ଦ୍ର ମହାନ୍ତି ଗିରଫ ଘଟଣା ଏହାକୁ ସ୍ପଷ୍ଟ କରିଛି।

ପ୍ରକାଶ ଥାଉ କି ଜିଲ୍ଲା ପୋଲିସ ର ସମସ୍ତ ଥାନା ଅଞ୍ଚଳ କୁ ନିଶା ମୁକ୍ତ କରିବା ପାଈଁ ପଣ କରିଛି।ଅନ୍ୟ ପକ୍ଷ ରେ ଛତିପୁର ଖେଳ ପଡିଆ ଠାରେ ଏକ ବ୍ରାଉନ ସୁଗାର ଡିଲ ହେଉଥିବା ବିଶେଷ ସୂତ୍ର ରୁ ପୋଲିସ ଖବର ପାଇଥିଲା। ସେମାନଙ୍କୁ ଧରିବା ଲାଗି ଏସ.ପି ବିବେକାନନ୍ଦ ଶର୍ମା ଙ୍କ ନିର୍ଦ୍ଦେଶ କ୍ରମେ ଏସ ଡି ପି ଓ ନିହାର ରଞ୍ଜନ ପ୍ରଧାନ ଓ ସଦର ଥାନା ଅଧିକାରୀ ବାସୁଦେବ ଜୟସିଂହ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ଟିମ ଗଠନ କରାଯାଇଥିଲା। ଏହି ଟିମ ସବ ଇନ୍ସପେକ୍ଟର ସୁଜାତା ପଳେଇ ଙ୍କ ନେତୃତ୍ବରେ ଚଢ଼ାଉ କରିଥିଲେ ଚଢ଼ାଉ ବେଳେ ବେପାରୀ ଓ ଗ୍ରାହକ ତିନି ଜଣ ଙ୍କୁ ପୋଲିସ ଗିରଫ କରିଛି ।

ଗିରଫ ଙ୍କ ମଧ୍ୟ ରେ ଜଟଣୀ ଥାନା ଅନ୍ତର୍ଗତ ତିରିମଲ୍ଲ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ମହାନ୍ତି ଓରଫ ଗାଣ୍ଡୁ ଏବଂ ଗ୍ରାହକ ଦ୍ବୟ ହେଲେ ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ବିଜିପୁର ଅଞ୍ଚଳ ର ସୁଧୀର ଚୌଧୁରୀ ଓ ମୋଚିସାହି ର ସେକ ଆସିଫ ଓରଫ ପଠାଣ।

ଏଥି ସହିତ ଅଭିଯୁକ୍ତ ଠାରୁ ବୁଲେଟ,ତିନୋଟି ମୋବାଇଲ ଫୋନ୍ ଜବତ କରି ଗିରଫ କରିଛି ବୋଲି ସଦର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଏସ ଡି ପି ଓ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।ଏହି ସମ୍ମିଳନୀ ରେ ଥାନା ଅଧିକାରୀ ବାସୁଦେବ ଜୟସିଂହ ଉପସ୍ଥିତ ଥିଲେ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now
