ଜିଲ୍ଲା ସ୍ତରୀୟ ସେବା ସଂକଳ୍ପ ଅଭିଯାନ 2026 ପ୍ରତିଯୋଗିତା ଅନୁଷ୍ଠିତ

ଖୋର୍ଦ୍ଧା, (28/09.):-  ବକ୍ସି ଜଗବନ୍ଧୁବିଦ୍ୟାଧର ଉଚ୍ଚ ବିଦ୍ୟାଳୟ ଖୋର୍ଦ୍ଧା ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ  ମୋନାଲିସା ନାୟକ ଙ୍କ ଅଧ୍ୟକ୍ଷତା ରେ ରେ ଜିଲ୍ଲା ସ୍ତରୀୟ ସେବା ସଂକଳ୍ପ ଅଭିଯାନ 2026 ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

Advertisement

ଏହି ପ୍ରତିଯୋଗିତା ରେ 10ଗୋଟି ବ୍ଲକ ଓ ବି. ଏମ. ସି ର ବିଭିନ୍ନ ବିଦ୍ୟାଳୟ ରୁ ଛାତ୍ରଛାତ୍ରୀ ମାନେ ସର୍ବ କନିଷ୍ଠ, କନିଷ୍ଠ ଓ ବରିଷ୍ଠ ବିଭାଗ ରେ ଅଂଶ ଗ୍ରହଣ କରିଥିଲେ ଏଥିରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବିତର୍କ ପ୍ରତିଯୋଗିତା କରାଯାଇଥିଲା



ସଭାପତି ନିଜ ଅଭିଭାଷଣ ରେ ଏହି ଅଭିଯାନ ଜରିଆରେ ସରକାରୀ ଯୋଜନା ଗୁଡିକୁ ତୃଣ ମୂଳ ସ୍ତରରେ ଅଧିକ ପ୍ରଭାବ ଶାଳୀ ଭାବ ରେ କାର୍ଯ୍ୟ କାରି କରିବା, ତ୍ୱରିତ ସେବା ପ୍ରଦାନ,ଦାୟିତ୍ୱ ବୋଧ, ସମନ୍ୱୟ ରକ୍ଷା କରିବା ଇତ୍ୟାଦି ମୁଖ୍ୟ ଉଦେଶ୍ୟ ବୋଲି କହିଥିଲେ


ଏହି ଜିଲ୍ଲା ସ୍ତର ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛଅ ଜଣ ପ୍ରତିଯୋଗୀ ଯଥା ସାଇ ସୁଧା ପ୍ରିୟଦର୍ଶିନୀ, ଅନନ୍ୟା ଶତପଥୀ, ତଶିଫ ହୁସେନ ଖାଁ, ପ୍ରତୀକ୍ଷା ସାହୁ, ସୌଭାଗ୍ୟ ଲଷ୍ମୀ ମହାରଥୀ, ସାଇ ଶ୍ରଦ୍ଧା ସାହୁ ରାଜ୍ୟ ସ୍ତରକୁ ଉତ୍ତୀର୍ଣ୍ଣ ହୋଇଥିଲେ ବୋଲି ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ  ଜ୍ୟୋତିର୍ମୟୀ ପଣ୍ଡା ଘୋଷଣା କରିଥିଲେ ଓ କୃତି ପ୍ରତିଯୋଗୀ ଙ୍କୁ ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ  ସୋନାମିକା ରାୟ  ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।ସମ୍ମାନିତ ଅତିଥି ଭାବରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଭରତ ଚନ୍ଦ୍ର ପ୍ରଧାନ, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜିକା ଶ୍ରୀମତୀ ଲଷ୍ମୀପ୍ରିୟା ନାୟକ, SC/ST coordinater  ସୁନିତା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ସରକାରଙ୍କର ଏହି ସ୍ୱାଗତ ଯୋଗ୍ୟ ପଦକ୍ଷେପ କୁ ଉଚ୍ଚ ପ୍ରଶଂସା କରିବା ସହିତ ଏହାକୁ ଆଗାମୀ ଦିନରେ ସଫଳ ରୂପାୟନ କରିବା ପାଇଁ ଆଶା ପୋଷଣ କରିଥିଲେ।ଖୋର୍ଦ୍ଧା ବ୍ଲକ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଏହି କାର୍ଯ୍ୟ କ୍ରମ ରେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ l

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *