ଭୁବନେଶ୍ଵର,( ୨୧/୦୯):- ଉତ୍କଳ ସାମ୍ବାଦିକ ସଂଘ, ଓଡ଼ିଶା ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ରାଜ୍ୟ କାର୍ଯ୍ୟାଳୟ ସଭ। ଗୃହରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ବିଭୂତି ଭୂଷଣ କର ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ରାଜ୍ୟର ସମସ୍ତ ଜିଲ୍ଲା ର ସଭାପତି ଓ ରାଜ୍ୟ ପଦାଧିକାରୀ ଙ୍କୁ ନେଇ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଉତ୍କଳ ସାମ୍ବାଦିକ ସଂଘ ର ଭୁବନେଶ୍ଵର ସ୍ଥିତ ରାଜ୍ୟ କାର୍ଯ୍ୟାଳୟ ର ନବକଳେବର ସମ୍ପର୍କରେ ସୂଚନା ଦେଲେ ରାଜ୍ୟ ସଭାପତି । ଏହି କାର୍ଯ୍ୟାଳୟ ଟି ପାଞ୍ଚ ମହଲା ବିଶିଷ୍ଟ ହେବ । ଏଠାରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ସହ ଏକ ବହୁତଳ କୋଠା ନିର୍ମିତ ହେବ । ଏଠାରେ ସାମ୍ବାଦିକ ଭାଇ ମାନଙ୍କୁ ପ୍ରାଥମିକତା ଦିଆଯିବ ବୋଲି ରାଜ୍ୟ ସଭାପତି ଶ୍ରୀ କର ପ୍ରକାଶ କରିଛନ୍ତି ।

ସମସ୍ତ ଜିଲ୍ଲା ର କର୍ମକର୍ତ୍ତା ଙ୍କ ପ୍ରସ୍ତାବ ଅନୁସାରେ ରାଜ୍ୟ ସଭାପତି ଭାବେ ଶ୍ରୀ କର ଙ୍କୁ ପୁନର୍ବାର ସଭାପତି ଭାବେ ଚୟନ କରିବା ପାଇଁ ସମସ୍ତ ଜିଲ୍ଲା ପ୍ରତିନିଧି ମାନେ ପ୍ରସ୍ତାବ ଦେଇଥିଲେ ଓ ସମସ୍ତେ ଏହାକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା ।

ଅନୁଷ୍ଠାନ ର ସଭାପତି ଙ୍କ ର କାର୍ଯ୍ୟଦକ୍ଷତା ଯୋଗୁ ଓଡ଼ିଶା ରେ ସାମ୍ବାଦିକ ମାନଙ୍କର ଉନ୍ନତି କଳ୍ପେ ଯେଉଁ ପଦକ୍ଷେପ ନେଇଛନ୍ତି ସମସ୍ତେ ପ୍ରଂଶସା କରିଛନ୍ତି ।

ଉତ୍କଳ ସାମ୍ବାଦିକ ଭବନ ର ବହୁତଳ ବିଶିଷ୍ଟ କୋଠା ର ଡିଜାଇନ୍
Subha Khabar is now on Whatsapp
Join and get latest news update delivered to you via whatsapp
Join Now
