ନୟାଗଡ଼ ଜିଲ୍ଲା ବିଜୁ ମହିଳା ଜନତା ଦଳର ନୂତନ କମିଟି ଘୋଷଣା

୪୬ ଜଣଙ୍କୁ ମିଳିଲା ସାଂଗଠନିକ ଦାୟିତ୍ୱ, ୪ ବ୍ଲକ୍‌ ଓ ନଗର ସଭାପତି ନିଯୁକ୍ତ

ଭୁବନେଶ୍ୱର, ୪/୧୧: ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ନୟାଗଡ଼ ସାଂଗଠନିକ ଜିଲ୍ଲା ବିଜୁ ମହିଳା ଜନତା ଦଳର ନୂତନ ଜିଲ୍ଲା କମିଟି ଓ ବ୍ଲକ୍‌-ନଗର ସଭାପତିଙ୍କ ନାମ ଘୋଷଣା କରାଯାଇଛି। ଏନେଇ ନଭେମ୍ବର ୪ ତାରିଖରେ ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆଙ୍କ ଦସ୍ତଖତରେ ଦୁଇଟି ପୃଥକ୍‌ ଅଫିସ୍‌ ଅର୍ଡର ଜାରି ହୋଇଛି।

Advertisement


ଘୋଷିତ ତାଲିକା ଅନୁଯାୟୀ, ନୟାଗଡ଼ ଜିଲ୍ଲା କମିଟିରେ ୯ ଜଣଙ୍କୁ ଉପସଭାପତି, ୧୩ ଜଣଙ୍କୁ ସାଧାରଣ ସମ୍ପାଦକ, ୨୩ ଜଣଙ୍କୁ ସମ୍ପାଦକ ଏବଂ ଜଣଙ୍କୁ କୋଷାଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି।


ଉପସଭାପତି: ଝିଲି ପ୍ରଧାନ, ଲକ୍ଷ୍ମୀପ୍ରିୟା ସାହୁ, କାମିନୀ ନାୟକ, ପ୍ରତିଭା ରାଣୀ ମହାନ୍ତି, କମଳାକ୍ଷୀ ଦେବୀ ଦର୍ଶନୀ, ପୁଷ୍ପାଞ୍ଜଳି ସାହୁ, ସତ୍ୟଭାମା ନାୟକ, ରଞ୍ଜିତା ସାହୁ ଓ ନଳିନୀ ମହାପାତ୍ର।


ସାଧାରଣ ସମ୍ପାଦକ: ଅନସୂୟା ପାଣିଗ୍ରାହୀ, ଗୀତା ସ୍ୱାଇଁ, ସ୍ୱୟଂପ୍ରଭା ରଥ, ଚାନ୍ଦିନୀ ରାଉତ, ସୁମିତ୍ରା ସାହୁ, ନମିତା ମହାପାତ୍ର, ମାନସୀ ପଟ୍ଟନାୟକ, ନିର୍ମଳା ସାହୁ, ଜାନକୀ ଧୁରୀ, ସୁଶ୍ରୀମୟୀ ସାମନ୍ତରାୟ, କଲ୍ୟାଣୀ ସାହୁ, ଉର୍ମିଳା ବାରିକ ଓ ଲଳିତା ସେନାପତି।


ସମ୍ପାଦକ: ହରସ ନାୟକ, ବିମଳା ପ୍ରଧାନ, ରଶ୍ମିତା ଦେଇ, ସୌଭାଗିନୀ ସାହୁ, ସୁନୀତା ବାରିକ, ଶ୍ୱେତଲିନା ସାରଙ୍ଗୀ, ଯମୁନା ଦେଇ, ନିବେଦିତା ଦାସ, ସୁନେଲି ଦଳବେହେରା, ପ୍ରମୋଦିନୀ ବିଶ୍ୱାଳ, ଦୀପା ବିଶୋଇ, ଭାଗ୍ୟଶ୍ରୀ ମହାପାତ୍ର, ସୁଜାତା ଗୁମାନସିଂହ, ପୁଷ୍ପାଞ୍ଜଳି ମିଶ୍ର, ଗୀତାଞ୍ଜଳି ରାଉତ, ସୁଷମା ବେହେରା, ସସ୍ମିତା ଦଳେଇ, ସନ୍ଧ୍ୟାରାଣୀ ବେହେରା, ସନ୍ଧ୍ୟାରାଣୀ ପ୍ରଧାନ, ସୁବାସିନୀ ସ୍ୱାଇଁ, ଶ୍ରଦ୍ଧାଞ୍ଜଳି ସାସମଲ, ନିରୁପମା ପାତ୍ର ଓ ହରପ୍ରିୟା ଦାଶ।
କୋଷାଧ୍ୟକ୍ଷ: ନୟାଗଡ଼ ପୌରପାଳିକାର ସାଗରିକା ଶତପଥୀଙ୍କୁ କୋଷାଧ୍ୟକ୍ଷ ଦାୟିତ୍ୱ ମିଳିଛି।


ଅନ୍ୟପକ୍ଷରେ, ବିଜୁ ମହିଳା ଜନତା ଦଳର ନୟାଗଡ଼ ସାଂଗଠନିକ ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲା ବ୍ଲକ୍‌ର ସୁନନ୍ଦା ସାହୁ, ଦଶପଲ୍ଲା ଏନ୍‌ଏସିର ମନୀଷା ମିଶ୍ର, ଗଣିଆ ବ୍ଲକ୍‌ର କଳ୍ପନା ମହାପାତ୍ର ଏବଂ ନୂଆଗାଁ ବ୍ଲକ୍‌ର ଲକ୍ଷ୍ମୀପ୍ରିୟା ବେହେରାଙ୍କୁ ବ୍ଲକ୍‌-ନଗର ସଭାପତି ଭାବେ ନିଯୁକ୍ତ କରାଯାଇଛି।
ଏହି ସମସ୍ତ ନିଯୁକ୍ତି ତତ୍କାଳ କାର୍ଯ୍ୟକାରୀ ହେବ ବୋଲି ଅଫିସ୍‌ ଅର୍ଡରରେ ଉଲ୍ଲେଖ ରହିଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *