ଖୋର୍ଦ୍ଧା ବୀର ମାଟିରେ ଯେଉଁ ମାନେ ଜନ୍ମ ଗ୍ରହଣ କରିଛନ୍ତି ସେମାନେ ଭାଗ୍ୟଶାଳି ଅଟନ୍ତି

ଖୋର୍ଦ୍ଧାର ପାଇକ ବିଦ୍ରୋହ ସାରା ଜଗତ ବିଦିତ

ତୃତୀୟ ସନ୍ଧ୍ୟାରେ ଦର୍ଶକଙ୍କ ମନ ମୋହିଲା  ପାରମ୍ପାରିକ ଓ ଆଧୁନିକ  ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ

Advertisement

ଖୋର୍ଦ୍ଧା,(୧୮/୧୨):- ଖୋର୍ଦ୍ଧା ଟିଏଲସି ପଡିଆ ନିକଟ ବିଡିଏ (ଭୁବନେଶ୍ୱର ଡେଭଲୋପମେଣ୍ଟ ଅଥରିଟି ) ପଡିଆ ଠାରେ  ସ୍ଥାନୀୟ ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ତଥା ମହୋତ୍ସବ କମିଟି ମୁଖ୍ୟ ଉପଦେଷ୍ଟାଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶନାରେ ଆୟୋଜିତ ଦଶ ଦିବସୀୟ ଖୋର୍ଦ୍ଧା ମହୋତ୍ସବ  ତୃତୀୟ ସନ୍ଧ୍ୟାରେ ବହୁ ଖ୍ୟାତନାମା ପାରମ୍ପାରିକ କଳାକାର  ଏବଂ ଓଲିଉଡ ଗାୟକ ଗାୟିକା ଙ୍କ ରଙ୍ଗାରଙ୍ଗ ସଙ୍ଗୀତ ନୃତ୍ୟ  ଦର୍ଶକଙ୍କୁ ମନମୁଗ୍ଧ କରିବା ସହିତ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତିର ବାର୍ତ୍ତା ତଥା ଖୋର୍ଦ୍ଧା ପାଇକ ଗଡର କିମ୍ବଦନ୍ତୀ ସଂସ୍କୃତି କୁ ଉଜ୍ଜୀବିତ କରିଥିଲା  l ଆଜିର ତୃତୀୟ ସନ୍ଧ୍ୟା ରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଯଥା-ନୃତ୍ୟ ନୟନା ଡ୍ୟାନ୍ସ ଗ୍ରୁପ, ଅଜିତ ଡ୍ୟାନ୍ସ ଗ୍ରୁପ, ଜାଗୃତି ନୃତ୍ୟ ମନ୍ଦିର ଗ୍ରୁପ ଓ ରିୟନ ଡ୍ୟାନ୍ସ ଗ୍ରୁପ,ଖୋର୍ଦ୍ଧା ଡ୍ୟାନ୍ସ ଗ୍ରୁପ ପକ୍ଷରୁ ଖ୍ୟାତ ନାମା ଓଲିଉଡ କଳାକାର ପୁନମ୍ ମିଶ୍ର ପ୍ରମୁଖ ନିଜ ନିଜର ନିଖୁଣ ଓଡ଼ିଆ ଜଗନ୍ନାଥ ଧର୍ମୀ ନୃତ୍ୟ ସହ ପାରମ୍ପାରିକ ନୃତ୍ୟସଙ୍ଗିତ ପରିବେଷଣ କରିଥିଲେ l  ମହୋତ୍ସବ କମିଟି ସଭାପତି ଡ଼ ଦିଲ୍ଲୀପ ଶ୍ରୀଚନ୍ଦନ ଙ୍କ ପୋରହିତ୍ୟରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ବିଧାନ ସଭାର ମୁଖ୍ୟ ସଚେତକ  ସରୋଜ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା, ପୌର ପରିଷଦ ନିର୍ବାହୀ ଅଧିକାରୀ ରିଜ୍ଵାନ କାକ୍ବାବ, ଖୋର୍ଦ୍ଧା ଆଦର୍ଶ ଥାନା ଅଧିକାରୀ, ସଞ୍ଜୟ ନାୟକ, ସମାଜ ସେବୀ କୃଷ୍ଣ ଚନ୍ଦ୍ର ହରିଚନ୍ଦନ, ରବିଦ୍ର ସାହୁ, ପୂର୍ବତନ ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା କୁନି ଲତା ସାହୁ ଯୋଗଦେଇଥିଲେ ।



ମୁଖ୍ୟ ଅତିଥି ଓଡ଼ିଶା ବିଧାନ ସଭାର ମୁଖ୍ୟ ସଚେତକ ଶ୍ରୀ ପ୍ରଧାନ ପ୍ରଦୀପ ପ୍ରଜ୍ବଳନ କରି ଅଭିଭାଷଣରେ କହିଛନ୍ତି ଖୋର୍ଦ୍ଧାର ପାଇକ ବିଦ୍ରୋହ ସାରା ଜଗତ ବିଦିତ l ଖୋର୍ଦ୍ଧା ବୀର ମାଟିରେ ଯେଉଁ ମାନେ ଜନ୍ମ ଗ୍ରହଣ କରିଛନ୍ତି ସେମାନେ ଭାଗ୍ୟଶାଳି ଅଟନ୍ତି l ଖୋର୍ଦ୍ଧାର ଏହି ମହୋତ୍ସବ ବିକଶିତ ଓଡ଼ିଶା ଗଠନରେ ମୁଖ୍ୟ ଭୂମିକା ନିର୍ବାହ କରୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବିକଶିତ ଜିଲ୍ଲାରେ ଏକ ନମ୍ୱର୍ ହେବ ଏବଂ ଯୁବଶକ୍ତି ଆଗେଇ ଆସିବାକୁ ଆହ୍ଵାନ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ, ପ୍ରତାପ ଚନ୍ଦ୍ର ବେଉରା କହିଲେ ଓଡ଼ିଆ  ଭାରି ବଢିଆ l ଓଡ଼ିଶାର ପବିତ୍ର ମାଟି ଚଣ୍ଡାଶୋକକୁ ଧର୍ମାଶୋକରେ ପରିଣତ କରିଥିଲା l ଖୋର୍ଦ୍ଧା ଦୟାନଦୀ କୂଳରେ କଳିଙ୍ଗ ଯୁଦ୍ଧ, ପାଇକ ବୀରତ୍ଵ ବିଶ୍ୱ ଇତିହାସରେ ପ୍ରମାଣିତ କରେ l  ବିଧାୟକ ଶ୍ରୀ ଜଗଦେବ ସ୍ୱାଗତ ଭାଷଣ ଦେଇ କହିଲେ ବିଶ୍ୱାସ ଓ ଭଲ ପାଇବା ଥିଲେ ଅସାଧ୍ୟ ସାଧିତ ହେବାସହ ଖୋର୍ଦ୍ଧା ଶିଳ୍ପ ହବ ରେ ପରିଣତ ହେବା ସହ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଉଜ୍ଜ୍ୱଳମୟ ହେବ l ଶେଷରେ  ମହୋତ୍ସବ କମିଟି ସାଧାରଣ ସମ୍ପାଦକ ନରେନ୍ଦ୍ର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।



ମଞ୍ଚ ଉପସ୍ଥାପନା ଶ୍ରୀକାନ୍ତ କୁମାର ନାୟକ ସମ୍ପାଦନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସଭାରେ ସମାଜ ସେବୀ ନିକୁଞ୍ଜ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ବହୁ ବୁଦ୍ଧିଜିବୀ, ସହରର ମାନ୍ୟଗଣ୍ୟ ବ୍ୟକ୍ତି, ଜନ ପ୍ରତିନିଧି, ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଏବଂ ବହୁ ସଂଖ୍ୟାରେ ଜନସମାବେଶ ଦେଖିବକୁ ମିଳିଥିଲା l

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *