ଜିଲ୍ଲାରେ ହେବ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ନଭେମ୍ବର ୧୭ରୁ ୩୦ତାରିଖ
କୁଷ୍ଠ ରୋଗରେ ସଂକ୍ରମିତ ହେଲେ ଏମ ଡି ଟି ଔଷଧ ଖାଇବା ଓ ଡ଼ାକ୍ତରୀ ପରାମର୍ଶ ନେବା ବାଞ୍ଛନୀୟ
ଖୋର୍ଦ୍ଧା,(୧୧/୧୧):- ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ନଭେମ୍ବର ୧୭ ତାରିଖରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ୨୦୨୫ ଉପଲକ୍ଷେ ବିଭିନ୍ନ କାର୍ଯ୍ୟ ସମ୍ପାଦନ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଏକ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି ।

ଏହି ବୈଠକରେ ଡାକ୍ତର ଶ୍ରୀ ରାୟ କୁଷ୍ଠ ରୋଗର ଲକ୍ଷଣ ଓ ନିରାକରଣ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ l କୁଷ୍ଠ ରୋଗୀର ନାକରୁ ଜୀବାଣୁ ବାହାରି ବାୟୁ ମଣ୍ଡଳରେ ଘୁରି ବୁଲନ୍ତି l ରୋଗୀ ନିକଟରେ ଚଳ ପ୍ରଚଳ କରୁଥିବା ପରିବାର ଲୋକ ପ୍ରଶ୍ୱାସରେ କୁଷ୍ଠ ଜୀବାଣୁ ଶରୀର ମଧ୍ୟକୁ ପ୍ରବେଶ କରି ବହୁ ବର୍ଷ ପରେ କୁଷ୍ଠ ରୋଗର ଲକ୍ଷଣ ଜାଣି ହୁଏ l ଯେଉଁ ବ୍ୟକ୍ତିଙ୍କୁ କୁଷ୍ଠ ରୋଗ ହୋଇଛି ତାଙ୍କ ପରିବାର ବର୍ଗ ଏମ ଡି ଟି ବଟିକା ଥରେ ଖାଇଲେ ରୋଗ ପ୍ରତିଷେଧକ ଶକ୍ତି ବଢ଼ାଇଥାଏ ଏବଂ ଶତକଡା ୯୯ ଭାଗ ଜୀବାଣୁ ମରିଯାଆନ୍ତି ଯାହାଦ୍ଵାରା କୁଷ୍ଠ ରୋଗ ହେବାର ସମ୍ଭାବନାକୁ ସମ୍ପୂର୍ଣ୍ଣ ମାତ୍ରାରେ ଏଡ଼ାଇ ଦିଆଯାଇପାରିବ l ଏହି ରୋଗ ବଂଶଗତ ନୁହେଁ, ଏହା ଏକ ବାୟୁ ବାହିତ ଜୀବାଣୁ ସଂକ୍ରମଣ ରୋଗ l ବ୍ୟକ୍ତି କୁଷ୍ଠ ରୋଗରେ ସଂକ୍ରମିତ ହେଲେ ଏମ ଡି ଟି ଔଷଧ ଖାଇବା ଓ ଡ଼ାକ୍ତରୀ ପରାମର୍ଶ ନେବା ବାଞ୍ଛନୀୟ l ରୋଗୀ ଯଦି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ନ କରନ୍ତି ତେବେ ଧୀରେ ଧୀରେ ଆଙ୍ଗୁଠି ବଙ୍କା ହୋଇ ଛିଡି ପଡେ, ମୁହଁ ଅସୁନ୍ଦର ଦେଖାଯାଏ l ଯଦି ଔଷଧ ଠିକ୍ ସମୟରେ ନ ଖାଆନ୍ତି ତେବେ ବ୍ୟକ୍ତିକୁ ଏହି ରୋଗ ମାଡ଼ି ମାଡ଼ି ଚାଲିଥାଏ ।

ଜିଲ୍ଲା କୁଷ୍ଠ ରୋଗ ପରାମର୍ଶଦାତା ଡାକ୍ତର ସୌମ୍ୟକାନ୍ତ ସତ୍ୟସୁନ୍ଦର କୁଷ୍ଠ ରୋଗ ର ସଂକ୍ରମଣ ଓ ନିରାକରଣ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରକାଶ କରିବାସହ ଅଭିଯାନର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଶେଷରେ ଜିଲ୍ଲା କୁଷ୍ଠ ସେବା ସ୍ୱାସ୍ଥ୍ୟ ନିରୀକ୍ଷକ ସୁନୀଲ ଦତ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ଏହି ବୈଠକରେ କାର୍ଯ୍ୟନ୍ଵୟନ ବିଭାଗୀୟ ଅଧିକାରୀ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ ହିଆଲ ଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ବିଭାଗର ବରିଷ୍ଠ ଡ଼ାକ୍ତରୀ ବିଶେଷଜ୍ଞ, ସମସ୍ତ ଗୋଷ୍ଠୀ ଓ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଫିସର, ଆଶା କର୍ମୀ ଓ ଅଙ୍ଗନ ୱାଡ଼ି କର୍ମୀ, ପରିଦର୍ଷିକା ଏବଂ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ l
Subha Khabar is now on Whatsapp
Join and get latest news update delivered to you via whatsapp
Join Now
