ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିତ୍ତିଭୂମି ବିକାଶକୁ ନୂଆ ଦିଗ


ଏଚ୍‌ଡିଏଫ୍‌ସିର ‘ପରିବର୍ତ୍ତନ’ ପ୍ରକଳ୍ପର ଶୁଭାରମ୍ଭ; ରୋଗୀଙ୍କୁ ଉନ୍ନତ ଚିକିତ୍ସା ପରିବେଶ ଯୋଗାଇବା ଲକ୍ଷ୍ୟ


ଖୋର୍ଦ୍ଧା, ୯/୧୦: ସରକାରୀ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ସହ ରୋଗୀଙ୍କୁ ଉନ୍ନତ ଚିକିତ୍ସା ପରିବେଶ ଯୋଗାଇଦେବା ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିତ୍ତିଭୂମି ଉନ୍ନତୀକରଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ଏଚ୍‌ଡିଏଫ୍‌ସିର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ‘ପରିବର୍ତ୍ତନ’ ଅଧୀନରେ ଶୁକ୍ରବାର ଏହି ପ୍ରକଳ୍ପ ଆରମ୍ଭ କରାଯାଇଛି। ଏହା ଜିଲ୍ଲାର ସରକାରୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ରୋଗୀ ଅନୁକୂଳ କରିବା ଦିଗରେ ଏକ ପଦକ୍ଷେପ ବୋଲି ବିବେଚନା କରାଯାଉଛି।

Advertisement


ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ଶ୍ୟାମ ପ୍ରସନ୍ନ ମିତ୍ର ଏବଂ ହସ୍ପିଟାଲ ମ୍ୟାନେଜର ଡାକ୍ତର ସୋନାଲି ନନ୍ଦଙ୍କ ସମେତ ଚିକିତ୍ସାଳୟର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
ଖୋର୍ଦ୍ଧା ଜିଲ୍ଲାର ବହୁ ରୋଗୀ ଚିକିତ୍ସା ପାଇଁ ଏହି ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରୁଥିବାରୁ ଏଠାରେ ଆବଶ୍ୟକୀୟ ଭିତ୍ତିଭୂମି ଓ ସୁବିଧାର ବିକାଶ ଗୁରୁତ୍ୱ ବହନ କରୁଛି। ଚିକିତ୍ସାଳୟର ପରିବେଶକୁ ଅଧିକ ସୁବିଧାଜନକ କରିବା ସହ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ଅନୁକୂଳ ବ୍ୟବସ୍ଥା ସୃଷ୍ଟି କରିବା ଏହି ଉନ୍ନତୀକରଣ ପଦକ୍ଷେପର ଅନ୍ୟତମ ଉଦ୍ଦେଶ୍ୟ।


ଏଚ୍‌ଡିଏଫ୍‌ସି ପକ୍ଷରୁ ‘ପରିବର୍ତ୍ତନ’ ପ୍ରକଳ୍ପ ଅଧୀନରେ ଏହି କାର୍ଯ୍ୟକୁ ଆର୍ଥିକ ସହଯୋଗ ଯୋଗାଇ ଦିଆଯାଉଥିବା ବେଳେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ ସଂସ୍ଥା ‘ଡକ୍ଟର୍ସ ଫର୍ ୟୁ’ (DFY) ଏହାର କାର୍ଯ୍ୟାନ୍ୱୟନ ଦାୟିତ୍ୱ ତୁଲାଉଛି। ଉଭୟ ସଂସ୍ଥାର ସହଯୋଗରେ ଚିକିତ୍ସାଳୟର ଭିତ୍ତିଭୂମିକୁ ଅଧିକ ଉପଯୋଗୀ କରିବା ସହ ରୋଗୀସେବାର ପରିବେଶରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖାଯାଇଛି।
ବିଶେଷକରି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଓ ସାଧାରଣ ପରିବାରର ରୋଗୀଙ୍କ ପାଇଁ ସରକାରୀ ଚିକିତ୍ସାଳୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏଠାରେ ଭିତ୍ତିଭୂମିର ଉନ୍ନତିକରଣ ଓ ରୋଗୀ ଅନୁକୂଳ ପରିବେଶର ବିକାଶ ଦ୍ୱାରା ସାଧାରଣ ଲୋକ ଉପକୃତ ହେବା ସହ ସରକାରୀ ସ୍ୱାସ୍ଥ୍ୟସେବା ପ୍ରତି ଆସ୍ଥା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଆଗାମୀ ଦିନରେ ଚିକିତ୍ସାଳୟର ପରିବେଶ ଓ ଭିତ୍ତିଭୂମିରେ ସକାରାତ୍ମକ ପରିବର୍ତ୍ତନ ଆଣିବା ସହ ରୋଗୀସେବାକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା ପ୍ରକାଶ ପାଇଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *