ସରକାର ଓ ଲୋକଙ୍କ ଭିତରେ ଦୂରତା କମିବ : ରାଜ୍ୟପାଳ

ବିରୋଧୀ ଦଳ ନେତା, ମନ୍ତ୍ରୀ ଓ ବିଧାୟକ ଙ୍କୁ ଭେଟିବେ ରାଜ୍ୟପାଳ

ଭୁବନେଶ୍ୱର:- ରାଜ୍ୟପାଳ ଙ୍କ ନୂଆ ଫଣ୍ଡା ।ସରକାର ଓ ଲୋକଙ୍କ ଭିତରେ ଦୂରତା କମିବ ।ରାଜ୍ୟପାଳ ବିରୋଧୀ ଦଳ ନେତା, ମନ୍ତ୍ରୀ ଓ ବିଧାୟକ ଙ୍କୁ ଭେଟିବେ ।

Advertisement

ଷୋମବାର ମୁଖ୍ୟ ମନ୍ତ୍ରୀ ରାଜ୍ୟପାଳ ଙ୍କୁ ଭେଟିଛନ୍ତି ଓ ରାଜ୍ୟ ସମ୍ପର୍କରେ ଏକ ଘଣ୍ଟା ଧରି ଆଲୋଚନା କରିଛନ୍ତି । ପରେ ପରେ ଆଇନ ମନ୍ତ୍ରୀ ଙ୍କ ସରକାରୀ ବାସଭବନ କୁ ଯାଇ ବିଭାଗ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ । ମଙ୍ଗଳବାର ଦିନ ରାଜସ୍ବ ମନ୍ତ୍ରୀ ରାଜ୍ୟପାଳ ଙ୍କୁ ଭେଟି ବିଭାଗ ସମ୍ପର୍କ ରେ ଆଲୋଚନା କରିଥିଲେ ।ଏଣିକି ରାଜ୍ୟପାଳ ଙ୍କୁ ମାସିକିଆ ରିପୋର୍ଟ ଦେବେ ମୁଖ୍ୟମନ୍ତ୍ରୀ ।ରାଜ୍ୟର ସ୍ଥିତି ଓ ବିକାଶ ର ସମୀକ୍ଷା କରି କେନ୍ଦ୍ର କୁ ରିପୋର୍ଟ ଦେବେ ରାଜ୍ୟପାଳ । ରାଜ୍ୟପାଳ ବିଭିନ୍ନ ଅଞ୍ଚଳ କୁ ଗସ୍ତ କରି ସରକାରୀ ଯୋଜନା ର ସମୀକ୍ଷା କରିବା ସହ ହିତାଧିକାରୀଙ୍କୁ ସିଧାସଳଖ ଭେଟି ଥିଲେ  । ରାଜ୍ୟ ର ସ୍ଥିତି କେମିତି ରାଜ୍ୟବାସୀଙ୍କ ଉନ୍ନତି ହେବ ସେ ସଂପର୍କ ରେ ସିଧାସଳଖ  ମୁଖ୍ୟମନ୍ତ୍ରୀ,ବିରୋଧୀ ଦଳ ନେତା, ମନ୍ତ୍ରୀ ଓ ବିଧାୟକ ସହ ଆଲୋଚନା କରିବେ ରାଜ୍ୟପାଳ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *