ଖୋର୍ଦ୍ଧା :- ବେଗୁନିଆ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଆନୁକୂଲ୍ୟରେ ବଡ଼ବେରଣା ପଞ୍ଚାୟତର ଗୋବିନ୍ଦପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ସୁବ୍ରତ କୁମାର ସାହୁ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ଗୋଟେ ସୁସ୍ଥ ସମାଜ ଗଢିବାରେ ସହାୟକ ହୋଇଥାଏ ।

ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା, ସରପଞ୍ଚ ଅସିତ୍ ତ୍ରିପାଠୀ, ଶିକ୍ଷାବିତ୍ ରାଜା କିଶୋର ପାଣିଗ୍ରାହୀ, ରାମଚନ୍ଦ୍ର ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ଗୁରୁଜୀ ଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କର ପରିଶ୍ରମ ଓ ନିଷ୍ଠା ଯୋଗୁ ଅଞ୍ଚଳରେ ଅନେକ ଯୋଗ୍ୟ ଓ ଶିକ୍ଷିତ ମଣିଷ ସୃଷ୍ଟି ହୋଇପାରିଛନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ଓ ତାଙ୍କର ଅବସରକାଳୀନ ସୁଖ ଓ ନିରୋଗ ହେଉ ଏହାହିଁ ଭଗବାନ ଙ୍କ ନିକଟରେ କାମନା କରିଛନ୍ତି ଅତିଥି ବୃନ୍ଦ । ଏହି କାର୍ଯ୍ୟକ୍ରମ ମିଳିତ ପ୍ରାଥମିକ ସଂଘ ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
