ପଥ ପାର୍ଶ୍ଵ ରେ ବୃକ୍ଷରୋପଣ କଲେ ଯୁବଗୋଷ୍ଠୀ

ଖୋର୍ଦ୍ଧା,(୧୯/୦୮) : –  ବୋଲଗଡ଼ ବ୍ଳକ ଅନ୍ତର୍ଗତ ବଡକୁମାରୀ ଗ୍ରାମପଞ୍ଚାୟତ ର ହରିକେଶର ଗାଁ କୁ ଆଦର୍ଶ ଗାଁ  ଭାବେ ଗଢି ତୋଳିବା ପାଇଁ ଗାଁ ମହୋତ୍ସବ କମିଟି ର ଅଧ୍ୟକ୍ଷ ସମାଜସେବୀ ପ୍ରକାଶ ଚନ୍ଦ୍ର ରାଉତରାୟ ଙ୍କ ନେତୃତ୍ବ ରେ ଯୁବ ଗୋଷ୍ଠୀ ଏକାଠି ହୋଇ ଗାଁ ପରିବେଶ କୁ ସରସ ସୁନ୍ଦର କରିବା ପାଇଁ ଅଣ୍ଟା ଭିଡିଛନ୍ତି ।



ଗାଁ ମୁଣ୍ଡ ରାସ୍ତାର ଉଭୟ ପାର୍ଶ୍ଵରେ  ସୌନ୍ଦର୍ଯ୍ୟକରଣ ପାଇଁ ଦେବଦାରୁ ଗଛ ଲଗାଇଥିଲେ ଯୁବ ଗୋଷ୍ଠୀ । ବୃକ୍ଷ ରୋପଣ କରିବା ସହ ସୁରକ୍ଷା ପାଇଁ ଚାରିପଟେ ବାଡ଼ ବୁଜିଛନ୍ତି ।

Advertisement


ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଗାଁ ର ସନ୍ତୋଷ ଜେନା,ଅଭୟ ମାଝୀ, କୈଲାସ ମହାରଣା, ବିକାଶ ଭୂୟାଁ, ପିଣ୍ଟୁ ବେହେରା, ଅକ୍ଷୟ ମାଝୀ , ମାନସ ମାନସିଂହ ଓ ମାଗୁଣି ଚରଣ ସ୍ବାଇଁ ସହଯୋଗ କରିଥିଲେ। ପରିବେଶ ସୁରକ୍ଷା ଉପରେ ଗୁରୁତ୍ବ ଦେବା ସହ ଗାଁ କୁ  ସରସ ସୁନ୍ଦର କରି ଆଗେଇ ନେବା ପାଇଁ ଶପଥ ନେଇଥିଲେ ଯୁବଗୋଷ୍ଠୀ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *