ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ସାହସିକତା ପାଇଁ ସମ୍ମାନୀତ ହେଲେ ଶୁଭଲକ୍ଷ୍ମୀ


ଖୋରଧା -୨୪/୫- ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ସାହସିକତା ପାଇଁ ଆଉ ଏକ ସଫଳତାର ପାଦଥାପିଛନ୍ତି ଖୋରଧା ର  ସାମ୍ବାଦିକା ଶୁଭଲକ୍ଷ୍ମୀ ସାମନ୍ତରାୟ। ଭୁବନେଶ୍ୱରସ୍ଥିତ ପ୍ରତିଷ୍ଠିତ ହୋଟେଲ ‘ତାଜ୍ ଭିଭାନ୍ତ’ ପରିସରରେ ଆୟୋଜିତ ଭବ୍ୟ ‘ସାଧାରଣ ସ୍ବର ସମ୍ମିଳନୀ’ ଅବସରରେ ତାଙ୍କୁ  ସମ୍ବର୍ଦ୍ଧିତ କରାଯାଇଛି। ରାଜ୍ୟର ଅଗ୍ରଣୀ ଦୈନିକ ସମ୍ବାଦପତ୍ର ‘ଓଡ଼ିଶା ଭାସ୍କର’ର ଲାଇଭ ଖୋରଧା ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟରତ ଶୁଭଲକ୍ଷ୍ମୀଙ୍କୁ ଏହି ପ୍ରେରଣାଦାୟୀ ସମ୍ମାନ ପ୍ରଦାନ କରାଯାଇଛି, ଯାହା ସ୍ଥାନୀୟ ଅଞ୍ଚଳରେ ଖୁସି  ଲହରୀ ଖେଳାଇ ଦେଇଛି। ଖୁବ
କମ ବୟସରୁ ସମାଜର ବିଭିନ୍ନ ସମସ୍ୟା ଓ ଅବହେଳିତ ଶ୍ରେଣୀର ଲୋକଙ୍କ ସ୍ୱରକୁ ପ୍ରଶାସନ ସମ୍ମୁଖକୁ ଆଣିବା ପାଇଁ ସେ କଲମ ଚାଳନା ଆରମ୍ଭ କରିଥିଲେ। ସତ୍ୟ ଓ ନିରପେକ୍ଷ ଖବର ପରିବେଷଣ କରି ସେ ଆଜି ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏହି ସମ୍ମିଳନୀରେ ତାଙ୍କର ସେହି ଅଦମ୍ୟ ସାହସ ଏବଂ ସାମ୍ବାଦିକତା ପ୍ରତି ଥିବା ନିଷ୍ଠାକୁ ଉଚ୍ଚ ପ୍ରଶଂସା କରାଯାଇ ସମ୍ମାନୀତ କରାଯାଇଛି।

Advertisement


ଶୁଭଲକ୍ଷ୍ମୀ କେବଳ ଜଣେ କର୍ତ୍ତବ୍ୟନିଷ୍ଠ ସାମ୍ବାଦିକା ନୁହନ୍ତି, ବରଂ ଜଣେ ସୁବକ୍ତା ଏବଂ ସମାଜସେବୀ ଭାବେ ମଧ୍ୟ ସେ  ଖୋରଧା ଜିଲ୍ଲାର ଘରେ ଘରେ ବେଶ ପରିଚିତ। ଜନସାଧାରଣଙ୍କ ହକ ଓ ନ୍ୟାୟ ପାଇଁ ସେ ଦିନରାତି ଏକକରି କାର୍ଯ୍ୟ କରନ୍ତି। ଲୋକଙ୍କ ସୁଖଦୁଃଖରେ ସାମିଲ ହୋଇ ସେମାନଙ୍କ ସମସ୍ୟାର ସମାଧାନ ଦିଗରେ ସେ ସଦାସର୍ବଦା ଚେଷ୍ଟିତ ରହିଥାନ୍ତି। ତାଙ୍କର ଏହି ମହତ ଗୁଣ ଯୋଗୁଁ ଆଜି ସେ ଅନେକ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି। ଏହି  ସମ୍ମିଳନୀରେ ଅତିଥି ଭାବେ ଯୋଗ ଦେଇଥିବା ବିଶିଷ୍ଟ ବ୍ୟକ୍ତିବିଶେଷ ଓ ବରିଷ୍ଠ ସାମ୍ବାଦିକମାନେ ଶୁଭଲକ୍ଷ୍ମୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ କହିଥିଲେ ଯେ, ଆଜିର ସମାଜରେ ଶୁଭଲକ୍ଷ୍ମୀଙ୍କ ଭଳି ନିର୍ଭୀକ ଓ ସମାଜ ସଚେତନ ଯୁବ ସାମ୍ବାଦିକଙ୍କର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ରହିଛି। ସେ ଏହି ସମ୍ମାନ ପାଇବା ପରେ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଦାୟିତ୍ୱ ଆହୁରି ବଢ଼ିଯାଇଛି ବୋଲି ପ୍ରକାଶ କରିବା ସହ ‘ଓଡ଼ିଶା ଭାସ୍କର’ କର୍ତ୍ତୃପକ୍ଷ ଓ ସମସ୍ତ ଶୁଭେଚ୍ଛୁଙ୍କୁ କୃତଜ୍ଞତା ଜଣାଇଛନ୍ତି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *