ଖୋର୍ଦ୍ଧା 🙁 ୩/୫) :- ବୋଲଗଡ଼ ବ୍ଲକ ଅନ୍ତର୍ଗତ ଖଙ୍ଗୁରିଆ ଗ୍ରାମ ପଞ୍ଚାୟତର ସଂପୁର ପଥର ଚକଡା଼ ନିକଟସ୍ଥ ହନୁମାନ ମନ୍ଦିର ପ୍ରାଙ୍ଗଣରେ ସଂପୁର ବାଜରଙ୍ଗବାଲି ଯୁବ ସଂସଦ ଦ୍ୱାରା ଆୟୋଜିତ ପ୍ରଭୁଙ୍କର ନବମ ବାର୍ଷିକ ଉତ୍ସବ ସମ୍ପାଦନ ହୋଇଯାଇଅଛି।ଗତ ମେ ୧ ତାରିଖ ଠାରୁ ମେ ୩ ତାତିଖ ରବିବାର ପର୍ଯ୍ୟନ୍ତ ତିନି ଦିନ ବ୍ୟାପି ଅଖଣ୍ଡ ହନୁମାନ ଚାଳିଶା ପାଠ ଓ ନାମଯଜ୍ଞ ସହ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଛି। ଶେଷ ସନ୍ଧ୍ୟାରେ ସାଂସ୍କୃତିକ ସନ୍ଧ୍ୟା ରେ ଆୟୋଜିତ ଭଜନ କାର୍ଯ୍ୟକ୍ରମ ରେ ବହୁ ଭକ୍ତ ଭାବବିହ୍ୱଳ ହୋଇଥିଲେ।

ଏ ବର୍ଷ ଆୟୋଜିତ କାର୍ଯ୍ୟକ୍ରମ ରେ କର୍ତ୍ତା ଭାବେ ବିକାଶ କୁମାର ଛୋଟରାୟ ଓ ମୋନାଲିସା ଛୋଟରାୟ ଏବଂ ପୂଜକ ଭାବେ ବ୍ରହ୍ମାନନ୍ଦ ପଣ୍ଡା ଦାଇତ୍ୱ ତୁଲାଇ ଥିବାବେଳେ ବଜରଙ୍ଗବାଲି ଯୁବ ସଂସଦର ସଭ୍ୟ ନେତ୍ର ରଞ୍ଜନ ମିଶ୍ର, ନରେନ୍ଦ୍ର କୁମାର ସାହୁ, ବିଜୟ କୁମାର ସିଂହ, ଅନିଲ କୁମାର ବେହେରା, ରବୀନ୍ଦ୍ର ବେହେରା, ପ୍ରଶାନ୍ତ ମଙ୍ଗରାଜ,ତ୍ରିନାଥ ଲେଙ୍କା, ଗଣେଶ୍ୱର ସାହୁ,ବଳରାମ ରାୟଗୁରୁ , ରାକେଶ, ମଦନ ପ୍ରମୁଖ ସଭ୍ୟବୃନ୍ଦ ଏହି ଉତ୍ସବ ପରିଚାଳନା ରେ ସହଯୋଗ କରିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
