ମହିଳା ସୁରକ୍ଷା, ସମ୍ମାନ ଓ ରାଜନୈତିକ ସହଭାଗିତା ସୁନିଶ୍ଚିତ କରିବା ପାଇଁ ୩୩% ସଂରକ୍ଷଣ ଆଇନର କାର୍ଯ୍ୟକାରତା ନିତାନ୍ତ ଆବଶ୍ୟକ
ଭୁବନେଶ୍ୱର, (30/04):- ଓଡ଼ିଶା ବିଧାନସଭା ସମ୍ମୁଖରେ ୩୩% ମହିଳା ସଂରକ୍ଷଣକୁ ତୁରନ୍ତ ଲାଗୁ କରିବା ଦାବିରେ ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ମହା ବିକ୍ଷୋଭ ସମାବେଶ ଲୋୟର ପିଏମଜି ଠାରେ ଅନୁଷ୍ଠିତ ହୋଇ ଯାଇଛି ।

ଏହା କେବଳ ଗୋଟିଏ ଦାବି ନୁହେଁ, ବରଂ ଦେଶର ମହିଳାମାନଙ୍କ ପାଇଁ ନ୍ୟାୟ, ସମ୍ମାନ ଓ ସମାନ ଅଧିକାର ସୁନିଶ୍ଚିତ କରିବା ନିମନ୍ତେ ଏକ ଆନ୍ଦୋଳନ ବୋଲି କହିଛନ୍ତି କଂଗ୍ରେସ ନେତ୍ରୀ।

୨୦୨୩ ମସିହାରୁ ବିରୋଧୀ ଦଳ ମାନଙ୍କ ସମର୍ଥନରେ ମହିଳା ସଂରକ୍ଷଣ ଆଇନ ପାସ୍ ହୋଇଥିଲେ ମଧ୍ୟ ବିଜେପି ସରକାର ମହିଳାଙ୍କୁ ଅଧିକାର ପ୍ରଦାନ ନକରିବା ଦୁଃଖଦ ଓ ଚିନ୍ତାର ବିଷୟ । ଏହା ପ୍ରମାଣ କରୁଛି ଯେ, ଶାସକ ଦଳର ମନୋଭାବରେ ଏପର୍ଯ୍ୟନ୍ତ ମହିଳା ସଶକ୍ତିକରଣ ପ୍ରତି ସଠିକ୍ ପ୍ରତିବଦ୍ଧତାର ଅଭାବ ରହିଛି ।

ରାଜନୈତିକ ଫାଇଦା ପାଇଁ ବିରୋଧୀ ଦଳମାନଙ୍କ ଉପରେ ମିଛରେ ଦୋଷ ନ ଲଦି, ଯଥାଶୀଘ୍ର ସଂରକ୍ଷଣ ଆଇନକୁ ଲାଗୁ କରିବା ପାଇଁ ଆଜିର ଏହି ଆନ୍ଦୋଳନ ମାଧ୍ୟମରେ ସରକାରକୁ ସ୍ପଷ୍ଟ ସନ୍ଦେଶ ଦିଆଯାଇଛି ।

ମହିଳା ସୁରକ୍ଷା, ସମ୍ମାନ ଓ ରାଜନୈତିକ ସହଭାଗିତା ସୁନିଶ୍ଚିତ କରିବା ପାଇଁ ୩୩% ସଂରକ୍ଷଣ ଆଇନର କାର୍ଯ୍ୟକାରତା ନିତାନ୍ତ ଆବଶ୍ୟକ । ଯେପର୍ଯ୍ୟନ୍ତ ଏହି ନ୍ୟାୟସଂଗତ ଦାବି ପୂରଣ ନ ହୋଇଛି, ସେପର୍ଯ୍ୟନ୍ତ କଂଗ୍ରେସ ଦଳ ଏହି ସଂଘର୍ଷ ଜାରି ରଖିବ ।ଏହି କାର୍ଯ୍ୟକ୍ରମ ରେ କଂଗ୍ରେସ ର ପିସିସି ସଭାପତି ଙ୍କ ସହ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
