ରାଜ୍ୟର ଶିକ୍ଷାନୁଷ୍ଠାନଗୁଡିକରେ ଶୈକ୍ଷିକ ବାତାବରଣ ବିପର୍ଯ୍ୟସ୍ତ :ବିଜେଡି

ବିଜେବି କଲେଜରେ ରକ୍ତର ହୋଲି: ବିଜେଡି

ଡବଲ ଇଂଜିନ ସରକାରରେ ଶିକ୍ଷାନୁଷ୍ଠାନ ଗୁଡିକ ଅସୁରକ୍ଷିତ

ଭୁବନେଶ୍ୱର, (୩୦/୦୪): -ଆଜି ବିଜେବି କଲେଜ ପ୍ରିନ୍ସିପାଲଙ୍କ କାର୍ଯ୍ୟାଳୟରେ ଯୁବତୀଙ୍କୁ ଦୁର୍ବ୍ଯବହାରକୁ ନେଇ ଆଲୋଚନା ଚାଲୁଥିଲା ବେଳେ ହଠାତ ୩୦ରୁ ଅଧିକ ଦୁଗ୍ଧର ଚାମ୍ବରରେ ପଶି ମରଣାତ୍ମକ ଆକ୍ରମଣ କରିଥିଲେ। ଯାହାକୁ ବିଜୁ ଛାତ୍ର ଜନତା ଦଳ କଡା ନିନ୍ଦା କରିଛି। ଏହା ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣ ଧ୍ବଂସ କରିବା ସହ ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ବୋଲି ଦର୍ଶାଉଛି।



ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍‌ସିତା ସାହୁ ଏହି ଘଟଣାକୁ ନେଇ ବିଜେପି ସରକାର ଉପରେ ବର୍ଷିଛନ୍ତି । ଦିନକୁ ଦିନ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନରେ ଶୈକ୍ଷିକ ବାତାବରଣ ଧ୍ବଂସ ହେବା ସହିତ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଯେଉଁ ଦିନଠାରୁ ବିଜେପି ରାଜ୍ୟର ଶାସନ ଭାର ଗ୍ରହଣ କରିଛି, କୌଣସି ଶିକ୍ଷାନୁଷ୍ଠାନ ସୁରକ୍ଷିତ ନାହିଁ। ଆଜି ଜଣେ ଛାତ୍ରୀଙ୍କୁ ଦୁବ୍ୟବହାର ଘଟଣାକୁ ନେଇ ପ୍ରିନ୍ସପାଲଙ୍କ ଚାମ୍ବରରେ ଆଲୋଚନା ଚାଲିଥିଲା ବେଳେ ହଠାତ ୩୦ରୁ ଅଧିକ ଦୁବୁର୍ତ୍ତ ପଶି ଆସି ମରଣାତ୍ମକ ଆକ୍ରମଣ କରିଥିଲେ। ଏହି ଘଟଣା ପ୍ରିନ୍ସିପାଲଙ୍କ କାର୍ଯ୍ୟାଳୟକୁ ରକ୍ତରଞ୍ଜିତ କରିଥିଲା । ଦୁଇ ଆଇନଜୀବୀଙ୍କ ଉପରେ ମରଣାତ୍ମଳ ଆକ୍ରମଣ ହୋଇଥିଲା। ସେ ଦୁହେଁ ହେଲେ ଯୋଗେଶ ଜେନା ଓ ସମିମ୍ ଅଖତାର । ଗୁରୁତର ଅବସ୍ଥାରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisement



ବିଜେବି କଲେଜ ଭଳି ଏକ ପ୍ରତିଷ୍ଠିତ କଲେଜର ଅବସ୍ଥା ଯଦି ଏହା, ତାହେଲେ ରାଜ୍ୟର ଅନ୍ୟ ସାଧାରଣ କଲେଜର ସ୍ଥିତି କ’ଣ ହୋଇଥୁବ । ବିଜେପି ସରକାର ଶାସନକୁ ଆସିଲେ, ତାଙ୍କ ନିର୍ବାଚନୀ ଇସ୍ତାହାରରେ କହିଥିଲେ ଯେ, ଶିକ୍ଷାନୁଷ୍ଠାନଗୁଡିକରେ ଶୈକ୍ଷିକ ବାତାବରଣ ଫେରାଇ ଆଣିବା ସହ ଛାତ୍ର ସଂସଦ ନିର୍ବାଚନ କରିବେ । କିନ୍ତୁ ଦୁଇ ବର୍ଷ ବିତିବାକୁ ବସିଲାଣି, ଡବଲ ଇଂଜିନ ସରକାର ଛାତ୍ର ସଂସଦ ନିର୍ବାଚନ କରିପାରିଲା ନାହିଁ । ଏଥୁରୁ ଜଣାପଡ଼ୁଛି ଡବଲ ଇଂଜିନ ସରକାରର ପାରିବା ପଣିଆ କ’ଣ। ରାଜ୍ୟର ଶିକ୍ଷାର ବାତାବରଣ ଧ୍ୱଂସ ଆଡକୁ ଗତି କରୁଥିଲା ବେଳେ ରାଜ୍ୟର ଉଚ୍ଚଶିକ୍ଷାମନ୍ତ୍ରୀ, ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାରରେ ମାତିଛନ୍ତି । ଯାହା ଏକ ବିଡମ୍ବନା । ବିଜୁ ଜନତା ଦଳ ସବୁବେଳେ ଛାତ୍ରମାନଙ୍କ ସହିତ ରହିଛି । ଆଗାମୀ ଦିନମାନଙ୍କରେ ଶିକ୍ଷାନୁଷ୍ଠାନଗୁଡିକର ଶୈକ୍ଷିକ ବାତାବରଣ ସୁରକ୍ଷିତ ନରହିଲେ ବିଜୁ ଛାତ୍ର ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଇପସିତା ସାହୁ କହିଛନ୍ତି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *