ଓ ସି ଏ ୧୬ ବର୍ଷ ରୁ କମ କ୍ରିକେଟ :ଖୋର୍ଦ୍ଧା ଜିଲ୍ଲା ଦଳ ଫାଇନାଲରେ


ଖୋର୍ଦ୍ଧା:(୨୯/୦୪):- ଓଡ଼ିଶା କ୍ରିକେଟ ଆସୋସିଏସନ୍ ଆନୁକୁଲ୍ୟରେ ଚାଲିଥିବା ୧୬ ବର୍ଷ ରୁ କମ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଡ୍ରିମ୍ସ ଭୁବନେଶ୍ୱର ଖେଳ ପଡ଼ିଆ ରେ ଚାଲିଥିବା ସେମି ଫାଇନାଲ ମ୍ୟାଚ୍ ରେ ଖୋର୍ଦ୍ଧା ଜିଲ୍ଲା ଦଳ କଟକ ଏ ଦଳ କୁ ୧ ୱିକେଟ୍ ରେ ପରାସ୍ତ କରି ଫାଇନାଲ ରେ ପ୍ରବେଶ କରିଛି।
ପ୍ରଥମ ସେମି ଫାଇନାଲ ମ୍ୟାଚ୍ ରେ କଟକ ଏ ଦଳ ଟସ୍ ରେ ଜିତି ପ୍ରଥମେ ବ୍ୟାଟିଂ କରି ୪୬.୪ ଓଭର ରେ ସମସ୍ତ ୱିକେଟ୍ ହରାଇ ୧୮୩ ରନ୍ କରିଥିଲେ। ଦଳ ତରଫରୁ ପ୍ରିୟାଂଶୁ ସାମଲ ସର୍ବାଧିକ ୬୩ ରନ୍ ଓ ଶୁଭମ୍ ସାମଲ ୨୧ ରନ୍ କରିଥିଲେ। ଖୋର୍ଦ୍ଧା ଦଳ ପକ୍ଷରୁ ଓମ୍ ବେହେରା ୧୦ ଓଭର ରେ ୧୬ ରନ୍ ବ୍ୟୟ କରି ୩ ଟି ୱିକେଟ୍ ଏବଂ  ଅମ୍ରିତ ସୁଜନ ଓ ଓମ୍ ସାହୁ ୨ ଟି ଲେଖାଏଁ ୱିକେଟ ନେଇଥିଲେ।


ଜବାବରେ ଖୋର୍ଦ୍ଧା ଦଳ ଶୁଭ୍ରାଂଶୁ ଭୋଇ ଙ୍କ ଅପରାଜିତ ୪୪ ରନ୍ , ଓମ୍ ସାହୁ ଙ୍କ ୪୧ ରନ୍ ଓ ଅର୍ଣ୍ଣବ୍ ରାୟ ଙ୍କ ୨୫ ରନ୍ ସହାୟତାରେ  ୪୬.୧ ଓଭର ରେ ୯ ୱିକେଟ୍ ହରାଇ ଆବଶ୍ୟକ ୧୮୪ ରନ୍ ସଂଗ୍ରହ କରି ରୋମାଞ୍ଚକ ୧ ୱିକେଟ୍ ରେ ଵିଜୟୀ ହୋଇଥିଲେ। ଆସନ୍ତା ମେ ୧ ତାରିଖ ରେ ଫାଇନାଲ ମ୍ୟାଚ୍ ଖୋର୍ଦ୍ଧା ସହ ଭୁବନେଶ୍ୱର ଏ ଦଳ ସହ ହେବ। ଏଠାରେ ସୂଚନା ଯୋଗ୍ୟ ଯେ ଖୋର୍ଦ୍ଧା ଦଳ ୫ ଟି ଲିଗ୍ ଓ କ୍ୱାର୍ଟର ଫାଇନାଲ ଏଵଂ ସେମି ଫାଇନାଲରେ ଅପରାଜୟ ରହି ଫାଇନାଲ ରେ ପ୍ରବେଶ କରିଛି।

Advertisement


ଖୋର୍ଦ୍ଧା ଦଳ ର ରୋମାଞ୍ଚକର ବିଜୟ ରେ କ୍ରିକେଟ୍ ଆସୋସିଏସନ୍ ଅଫ ଦି ଡିଷ୍ଟ୍ରିକ୍ଟ ଖୋର୍ଦ୍ଧା ଜିଲ୍ଲାର କର୍ମକର୍ତ୍ତା ଙ୍କ ମଧ୍ୟରେ ଆନନ୍ଦ ଖେଳି ଯାଇଛି।ଏହି ବିଜୟ ଦ୍ଵାରା ଖୋର୍ଦ୍ଧା ର ଯୁବ ଖେଳାଳି ମାନେ ବହୁ ସଂଖ୍ୟାରେ କ୍ରିକେଟ୍ ଖେଳିବାକୁ ଆଗ୍ରହ ପ୍ରକାଶ କରିବେ ବୋଲି ଜିଲ୍ଲା ସଭାପତି ତଥା ପୂର୍ବତନ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ କହିଛନ୍ତି। ଖୋର୍ଦ୍ଧା ଦଳ ଫାଇନାଲ ରେ ଵିଜୟୀ ହୋଇ ଇତିହାସ ରଚିବେ ବୋଲି ସମ୍ପାଦକ ତଥା ଓ ସି ଏ କୋଷାଧକ୍ଷ ବିକାଶ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *