ଖୋର୍ଦ୍ଧା: – ଆଜି ବୁଧେଇ ଓଷା ବା ବ୍ରତ ଉଦଯାପିତ ହୋଇଛି ।ଭାଦ୍ରବ ମାସ ପ୍ରତି ବୁଧବାରରେ ପାଳିତ ହେଉଥିବାବେଳେ ଅନେକ ଗହ୍ମାପୂର୍ଣ୍ଣିମାଠାରୁ ଇନ୍ଦୁପୂର୍ଣ୍ଣିମା ଆଉ କେତେକ ସଂକ୍ରାନ୍ତି ଅନୁଯାୟୀ ଭାଦ୍ରବ ସଂକ୍ରାନ୍ତିରୁ ଆଶ୍ୱିନ ସଂକ୍ରାନ୍ତିକୁ ହିସାବକୁ ନେଇ ଏହାକୁ ପାଳନ କରିଥାନ୍ତି ।

ସାଧାରଣତଃ ମହିଳାମାନେ ନିଜ ସନ୍ତାନ ସନ୍ତତି ମାନଙ୍କ ଶୁଭ ମନାସୀ ଏହି ଓଷା କରିଥାନ୍ତି । ଘରେ ଘରେ ସ୍ତ୍ରୀ ଲୋକ ମାନେ ନିଷ୍ଠାର ସହ ବୁଧେଇ ଓଷା କରିଥିଲେ ।ଏହି ଓଷା କୁ ନିର୍ଜଳ ଅଥବା ଅନ୍ନ ନ ଖାଇ ନିଷ୍ଠାର ସହ ପାଳନ କରିଛନ୍ତି ମହିଳା । ଏହି ଓଷାରେ ବୁଧିବାମନଙ୍କୁ ପୂଜା କରାଯାଏ । ଏଠାରେ ବୁଧେଇ ହେଉଛନ୍ତି ଭୈରବୀ ବା ବିମଳା ଙ୍କୁ ଆବାହନ କରାଯାଏ ।

ବୁଦ୍ଧିବାମନ ଓଷାର ପରମ୍ପରା ଅନୁଯାୟୀ ବିଭିନ୍ନ ରଙ୍ଗର ଫୁଲ, ଫଳ, ଧୂପ, ଦୁବ, ହଳଦୀ, ଗୁଆ, କଉଡି, ନଡିଆ, ସାଲୁକନା, ଶଙ୍ଖା, ସିନ୍ଦୁର ପ୍ରଭୃତି କୁ ନେଇ ମହିଳାମାନେ ପୂଜା କରିଥାନ୍ତି ।ଶିଳ ଏବଂ ଶିଳପୁଆ ଏହାର ଦେବଦେବୀ ଅଟନ୍ତି । ପ୍ରଥମେ ଶିଳ ଏବଂ ଶିଳପୁଆକୁ ଗଙ୍ଗାଜଳରେ ଅଁଳା ହଳଦୀ ମିଶାଇ ସ୍ନାନ କରାଯାଏ । ପରେ ହଳଦୀ ରେ ଦିଅଁ ଙ୍କୁ ସ୍ଥାପନା କରି, କଉଡି ରେ ସଜେଇ ଦିଅନ୍ତି ଓଷେଇତି ମାନେ । ଚନ୍ଦନ, ସିନ୍ଦୁର, କଜ୍ୱଳ ଆଉ ମନ୍ଦାର ପ୍ରଭୃତି ୫ପ୍ରକାର ଫୁଲ ରେ ସୁସଜ୍ଜିତ କରିଥିବାବେଳେ ବେଲପତ୍ର ଓ ଖଇ ମାଳ ରେ ବୁଧିବାମନଙ୍କୁ ସଜେଇ ଦେଇଥିଲେ ମହିଳାମାନେ । ପ୍ରାୟତଃ କୋଠି ରେ ଅନେକ ମହିଳା ଏକତ୍ରିତ ହେଇ ପୂଜା କରିଥିବାବେଳେ କେହି କେହି ଘରେ ଏକା ଏକା ବି ପୂଜା କରିଥିବା ଦେଖାଯାଇଛି ।

ମହିଳାମାନେ ସକାଳେ ସ୍ନାନ ସାରି ଦିଅଁ ଙ୍କୁ ସ୍ଥାପନା କରି ସଂନ୍ଧ୍ୟା ରେ ବିଭିନ୍ନ ଭୋଗ ରାଗ ସହ ବୁଧେଇ ଓଷା ର ବହି ପଢି ପୂଜା କରିଥିଲେ । ନଡ଼ିଆ, କଦଳୀ ପ୍ରଭୃତି ୫ପ୍ରକାର ଫଳ, ମୁଆଁ ଉଖୁଡା, ଖଇ, କାକରା ଭୋଗ ରୂପେ ବଢା ଯାଇଥିଲା । ପ୍ରଥମ ପାଳି ରେ ମାନସିକ କରି ନଡ଼ିଆ ଟିଏ ବସା ଯାଏ । ଆଜି ଶେଷ ପାଳି ରେ ନଡିଆ ଟି ବୁଧିବାମନ ଙ୍କ ଆଗରେ ଭଙ୍ଗାଯାଇଛି ।ଆଜି ୫ପ୍ରକାର ପିଠାପଣା ଭୋଗ ଅର୍ପଣ କରାଯାଇ ବୁଧେଇ ଓଷା ବହିରେ ବୁଧେଇଙ୍କ ମହିମା ଗାନ କରିଥିଲେ । ବିଶ୍ୱାସ କରାଯାଏ ଯେ, ନିଃସନ୍ତାନ ମହିଳା ପ୍ରଥମ ପାଳିରୁ ଶେଷ ପାଳି ଯାଏ ଏହି ବ୍ରତ କଲେ ସମସ୍ତଙ୍କ ଆଶିଷରେ ସନ୍ତାନ ପ୍ରାପ୍ତି ହୁଏ ବୋଲି କୁହନ୍ତି ୭୩ବର୍ଷିୟ ବୃଦ୍ଧା ରାଜନ ପୃଷ୍ଟି ।

ତାଙ୍କ କହିବା ଅନୁସାରେ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ପୂଜା ରେ ନାରୀ ରୂପୀ ବୁଧ ଓ ମଙ୍ଗଳାଙ୍କୁ ଉପାସନା କରାଯାଉଛି । ସନ୍ତାନ କାମନା, ରୋଗବ୍ୟାଧି ରୁ ମୁକ୍ତି, ବ୍ୟବସାୟ ବାଣିଜ୍ୟରେ ଉନ୍ନତି ପାଇଁ ମାନସିକ କରି ଘର ର ସ୍ତ୍ରୀ ଲୋକ ମାନେ ନିଷ୍ଠା ର ସହ ବୁଧେଇ ଓଷା ପାଳନ କରନ୍ତି ବୋଲି କହିଛନ୍ତି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
