ଭିଡ଼ଠାରୁ ଦୂରେ, ସମସ୍ତଙ୍କ ହୃଦୟରେ ରଞ୍ଜିତ
ସାମ୍ବାଦିକତା ତାଙ୍କ ପାଇଁ ପେଶା ନୁହେଁ, ସମାଜ ପ୍ରତି ଉତ୍ତରଦାୟିତ୍ୱ


ଖୋର୍ଦ୍ଧା: ଭିଡ଼ ଭିତରେ ନିଜର ପରିଚୟ ସୃଷ୍ଟି କରିବା ଅପେକ୍ଷା ନିରବରେ ସମାଜ ପାଇଁ କାମ କରିବାକୁ ଅଧିକ ପସନ୍ଦ କରନ୍ତି ରଂଜିତ ସାମନ୍ତରାୟ । ଲୋକଙ୍କ ସୁଖଦୁଃଖରେ ସାମିଲ ହେବା, ସମସ୍ୟା ସମୟରେ ସହଯୋଗର ହାତ ବଢ଼ାଇବା ଏବଂ ଜନସାଧାରଣଙ୍କ ସ୍ୱରକୁ ପ୍ରଶାସନ ନିକଟରେ ପହଞ୍ଚାଇବା ତାଙ୍କ ଜୀବନର ମୂଳ ଲକ୍ଷ୍ୟ। ଏଭଳି ଏକ ନିଆରା ବ୍ୟକ୍ତିତ୍ୱ ହେଉଛନ୍ତି ଖୋର୍ଦ୍ଧାର ଯୁବ ସାମ୍ବାଦିକ ରଞ୍ଜିତ କେ.ଏନ୍. ସାମନ୍ତରା।
ଛାତ୍ର ଜୀବନରୁ ନେତୃତ୍ୱ ନେବାର ଦକ୍ଷତା ଓ ସମାଜ ପ୍ରତି କିଛି କରିବାର ଆକାଂକ୍ଷା ରଖିଥିବା ରଞ୍ଜିତ ମହାବିଦ୍ୟାଳୟରେ ଛାତ୍ରନେତା ଭାବେ ସହପାଠୀଙ୍କ ସମସ୍ୟା ଓ ଦାବିକୁ ଗୁରୁତ୍ୱ ଦେଉଥିଲେ। ପରବର୍ତ୍ତୀ ସମୟରେ ସାମ୍ବାଦିକତାକୁ ଆପଣାଇ ଜନସାଧାରଣଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବା ସହ ଏକ ଦାୟିତ୍ୱବାନ ସାମ୍ବାଦିକ ଭାବେ ନିଜର ପରିଚୟ ଗଢ଼ିଛନ୍ତି।
ବିଶେଷକରି ଖୋର୍ଦ୍ଧା ଜିଲ୍ଲାର ଚାଷୀଙ୍କ ସମସ୍ୟା, ଅଦିନିଆ ବର୍ଷା ଓ ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଲୋକଙ୍କ ଦୁର୍ଦ୍ଦଶାକୁ ନିଜ ଲେଖନୀ ମାଧ୍ୟମରେ ସେ ଗୁରୁତ୍ୱର ସହ ଉପସ୍ଥାପନ କରିଥାନ୍ତି। କେବଳ ଖବର ପ୍ରକାଶ କରିବାରେ ସୀମିତ ନ ରହି ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ମଧ୍ୟ ଉଦ୍ୟମ କରିବା ତାଙ୍କ କାର୍ଯ୍ୟଶୈଳୀର ବିଶେଷତ୍ୱ।


ସରଳ ମିଳାମିଶା, ହସହସ ମୁହଁ ଓ ସମସ୍ତଙ୍କ ସହ ଆତ୍ମୀୟତାପୂର୍ଣ୍ଣ ବ୍ୟବହାର ଯୋଗୁଁ ସେ ସାଧାରଣ ଲୋକଙ୍କ ନିକଟରେ ବେଶ୍ ପରିଚିତ। ଛୋଟବଡ଼ର ଭେଦଭାବ ନ ରଖି ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ତାଙ୍କ ବ୍ୟକ୍ତିତ୍ୱର ଅନ୍ୟତମ ଗୁଣ।

Advertisement


ନିଜ ଜୀବନରେ ଅନେକ ସ୍ୱପ୍ନ ଓ ସଂଘର୍ଷ ମଧ୍ୟରେ ଗତି କରୁଥିଲେ ମଧ୍ୟ ଅନ୍ୟର ଆବଶ୍ୟକତା ସମୟରେ ସହଯୋଗ କରିବାକୁ ସେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ। ତାଙ୍କ ପାଇଁ ସାମ୍ବାଦିକତା କେବଳ ଜୀବିକା ନୁହେଁ, ବରଂ ସମାଜ ପ୍ରତି ଏକ ଗୁରୁଦାୟିତ୍ୱ।


ପ୍ରକୃତରେ ଜଣେ ମଣିଷର ପରିଚୟ ତାଙ୍କ ପଦପଦବୀ କିମ୍ବା ପ୍ରଚାରରେ ନୁହେଁ, ବରଂ ତାଙ୍କ କାର୍ଯ୍ୟ ଓ ଅବଦାନରେ ରହିଥାଏ। ଭିଡ଼ଠାରୁ ଦୂରେ ରହି ମଧ୍ୟ ସମସ୍ତଙ୍କ ହୃଦୟରେ ସ୍ଥାନ ପାଇବାର ଏହି ନିଆରା ଗୁଣ ହିଁ ରଞ୍ଜିତ କେ.ଏନ୍. ସାମନ୍ତରାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଛି। ନିରବରେ କାମ କରିବା, ନିଃସ୍ୱାର୍ଥପର ଭାବେ ସହଯୋଗ କରିବା ଓ କର୍ତ୍ତବ୍ୟ ମାଧ୍ୟମରେ ପରିଚୟ ସୃଷ୍ଟି କରିବା ହିଁ ତାଙ୍କ ବ୍ୟକ୍ତିତ୍ୱର ପ୍ରକୃତ ସ୍ୱତନ୍ତ୍ରତା।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *