ଜୁନ ୨୭ ଓ ୨୮ରେ ପାଳିତ ହେବ ସରକାରୀ (କେନ୍ଦ୍ର )ପ୍ରାଥମିକ ବିଦ୍ୟାଳୟ ର ଶତ ବାର୍ଷିକୀ ସମାରୋହ


ଖୋର୍ଦ୍ଧା ,୧୯ା୪): – ବେଗୁନିଆ ପୂର୍ତ ବିଭାଗ ଡାକ ବଙ୍ଗଳା ପରିସରରେ ବେଗୁନିଆ ସରକାରୀ (କେନ୍ଦ୍ର) ପ୍ରାଥମିକ ବିଦ୍ୟାଳୟ ର ଶତ ବାର୍ଷିକୀ ସମାରୋହ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ସମେତ, ସ୍ଥାନୀୟ  ସରପଂଚ ସତ୍ୟନାରାୟଣ ପ୍ରଧାନ ଏବଂ ବିଦ୍ୟାଳୟ ର ବହୁ ପୁରାତନ ଛାତ୍ରଛାତ୍ରୀ  ଯୋଗ ଦେଇଥିଲେ ।

Advertisement

ଶତ ବାର୍ଷିକୀ କମିଟି ର ସମ୍ପାଦକ ସରୋଜ ବେହେରା ବୈଠକ ର ଉଦେ୍ଦଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ପରେ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ସାହୁ ପୂର୍ବ ବୈଠକ ର ବିବରଣୀ ସଂକ୍ଷେପ ରେ ପ୍ରଦାନ କରିବା ସହିତ ବର୍ତମାନ ସୁଦ୍ଧା କେଉଁ କେଉଁ କାର୍ଯ୍ୟ କରାଯାଇଛି ସେ ସମ୍ପର୍କରେ ସୂଚନା  ପ୍ରଦାନ କରିଥିଲେ । ଶତ ବାର୍ଷିକୀ କମିଟିର ସଭାପତି ସରପଂଚ ଶ୍ରୀ ପ୍ରଧାନଙ୍କ ସୂଚନା ପରେ ବିଧାୟକ ଙ୍କ ପରାମର୍ଶ କ୍ରମେ  ଜୁନ୍ ମାସ ୨୭ ଓ ୨୮ ଦୁଇ ଦିନ ଧରି ମହା ସମାରୋହ ରେ  ଶତ ବାର୍ଷିକୀ ସମାରୋହ ପାଳନ କରା ଯିବା ପାଇଁ ବୈଠକରେ ନିଷ୍ପତି ନିଆ ଯାଇ ଥିଲା । ଏଥିରେ ବିଧାୟକ ଶ୍ରୀ ସାହୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହିତ  କାର୍ଯ୍ୟକ୍ରମ କୁ ସୁନ୍ଦର୍ ଭାବରେ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ପରବର୍ତୀ ବୈଠକ ଆସନ୍ତା ରବିବାର କୁ  ସ୍ଥିର କରାଯାଇଛି । ପୁରାତନ ଛାତ୍ର ଭାଗିରଥୀ ପରିଡ଼ା ସଭା କାର୍ଯ୍ୟ ପରିଚାଳନା କରଥିବାବେଳେ ଶେଷରେ ପ୍ରଭାତ ବଳିଆରସିଂହ ଧନ୍ୟବାଦ୍ ଅର୍ପଣ କରି ଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *