ବୃଷବବନ୍ଧ ପାହାଡ ରେ ବ୍ଲାଷ୍ଟିଙ୍ଗ କୁ ବିରୋଧ


ଗିରଫ ଅଭିଯୁକ୍ତ କୁ ଛାଡିବା ପ୍ରତିବାଦରେ ଶତାଧିକ ମହିଳା ପୁରୁଷ ଙ୍କ ଟାଙ୍ଗୀ ଥାନା ଘେରାଉ

ପ୍ରତିବାଦ ବେଳେ ଦୁଇ ମହିଳା ଅଚେତ , ଉତ୍ୟକ୍ତ ମହିଳା ଥାନା ଭିତରକୁ ବଳପୂର୍ବକ ପ୍ରବେଶ ସମୟରେ ପୁଲିସ କୁ ପାଣି ପାଉଛ ମାଡ

Advertisement

ପୁଲିସ ର ପାଲଟା ଲାଠିମାଡ ରେ ୧୦ ମହିଳା ଆହତ,ଉତ୍ୟକ୍ତ ଲୋକଙ୍କ ପୁଲିସ ଉପରକୁ ପ୍ରଚୁର ପଥର ମାଡ, ଆଇଆଇସି ,ଦୁଇ ସବଇନସପେକ୍ଟର ଆହତ

ଖୋରଧା ,(୨୪/୩)  :- ଟାଙ୍ଗୀ ଥାନା ଅଧିନସ୍ଥ ବୃଷବନ୍ଧ ପାହାଡ ଖାତା ନମ୍ବର ୨୧୪ ସ୍ଲଟ ନମ୍ବର ୫୫୪ କୁ ସତ୍ୟପ୍ରିୟ ଶ୍ରୀଚନ୍ଦନ ନାମକ ଜଣେ ବ୍ୟକ୍ତି ସରକାରୀ ଭାବେ ନିଲାମ ନେଇଛନ୍ତି ତେବେ ସେ  ଅନ୍ୟ ଜଣେ ବ୍ୟକ୍ତି ସମିର ଭୂଜବଳ ଗୁମାସ୍ତା ସରକାରୀ ପାହାଡ କୁ ବେଆଇନ ବ୍ଲାଷ୍ଟିଙ୍ଗ କରି ପାହାଡ ଫଟାଇବା ଫଳରେ ଏହି ଥାନା ଅଧିନସ୍ଥ କୁଞ୍ଜୁରୀ ପଞ୍ଚାୟତ ଆଡିଆପଡା ଗ୍ରାମବାସୀ ପଥରଖଣ୍ଡ ଚାରିଆଡେ ପଡିବା ଫଳରେ ସେମାନେ କ୍ଷତିଗ୍ରସ୍ଥ ହେଉଥିବା ସଂପର୍କରେ ବାରମ୍ବାର ଅଭିଯୋଗ ସତ୍ବେ କୌଣସି ପ୍ରତିକାର ନହେବା ରୁ ବାରମ୍ବାର ଗଣ୍ଡଗୋଳ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିଲା।

ଏହି ଘଟଣାକୁ ନେଇ ଠିକାଦାର ଏହି ଥାନା ଅଧିନସ୍ଥ ଆଡିଆପଡା ର ବସନ୍ତ ମହାରଥି ଙ୍କ ବିରୁଦ୍ଧରେ ଥାନା ରେ ବାରମ୍ବାର ଅଭିଯୋଗ ପରେ ତାଙ୍କ ବିରୁଦ୍ଧରେ ଚାରୋଟି ମୋକଦମା ଥିବାରୁ ତାଙ୍କୁ ଆଜି ଟାଙ୍ଗୀ ପୁଲିସ ଉଠାଇ ଆଣିଥିଲେ।ଅପରାହ୍ନ ପ୍ରାୟ ୪ ଟା ରେ ବସନ୍ତ କୁ ପୁଲିସ ଛାଡିବା ପାଇଁ ଆଡିଆ ପଡା ର  ଶତାଧିକ ମହିଳା ଟାଙ୍ଗୀ ଥାନା ଭିତରକୁ ପ୍ରବେଶ ଦ୍ବାରରେ ଧାରଣା ରେ ବସିରହିଥିଲେ।

ଏହି ସମୟରେ ଉତ୍ୟକ୍ତ ମହିଳା ମାନେ ଥାନା ଭିତରକୁ ବଳପୂର୍ବକ ପ୍ରବେଶ ପାଇଁ ଧସ୍ତାଧସ୍ତି କରିଥିଲେ। ଧସ୍ତାଧସ୍ତି ସମୟରେ ଆଡିଆପଡା ର  ସତ୍ୟ ଦାସ ଓ ଜ୍ବୋସ୍ନା ମହାରଥି ଦୁଇ ମହିଳା ଅଚେତ ହୋଇପଡିଥିଲେ।ଏହି  ସମୟରେ ଏହି ମହିଳାଙ୍କୁ ପାଣି ମାରି ଚେତା କରାଉଥିବା ସମୟରେ ଥାନା ଭିତରକୁ ନଯିବା ପାଇଁ ସୁରକ୍ଷା ଦାୟିତ୍ୱ ରେ ଥିବା କିଛି ପୁଲିସ କହିବାରୁ କର୍ମଚାରୀଙ୍କୁ ଅନେକ  ମହିଳା ଅତର୍କିତ ପାଣି ପାଉଚ ମାଡ କରିବା ଆରମ୍ଭ କରିଦେଇଥିଲେ।

ପାଣି ପାଉଚ ମାଡ କୁ ପ୍ରତିହତ କରିବା ପାଇଁ ଆଇଆଇସି ରବିନ୍ଦ୍ର ଭୂଜବଳ ଙ୍କ ସମେତ ସମସ୍ତ ଅଫିସର ଓ କର୍ମଚାରୀ ଉତ୍ୟକ୍ତ ଦୁଇଶହ ରୁ ଉର୍ଧ ଉଭୟ ମହିଳା ପୁରୁଷ ଙ୍କୁ ଥାନା ପରିସର ରୁ ହଟିବା ପାଈ ଲାଠି ଧରି ଗୋଡାଇବା ବେଳେ ପୁଲିସ ଉପରକୁ ପଥର ମାଡ ଆରମ୍ଭ ହେଲା ଫଳରେ ପୁଲିସ ଲାଠି ପ୍ରହାର ଆରମ୍ଭ କରିଥିଲ। ପୁଲିସ ମାଡରେ ଆଡାଆପଡା ର ବସନ୍ତ ଦାସ ଙ୍କ ପତ୍ନୀ ସତ୍ୟ,ମାଟିଆ ଦାସ ଙ୍କ ପତ୍ନୀ ସଂଜୁକ୍ତା, ଗଣେଶ ମହାରଥି ଙ୍କ ପତ୍ନୀ କୈଶଲ୍ୟା ,ବ୍ରଜବନ୍ଧୁ ସାମନ୍ତସିଙ୍ଗାର ପତ୍ନୀ ଝତଣା,ଛେତ ସାମସଲ ଙ୍କ ପତ୍ନୀ ପ୍ରେମି ଦେଇ,ଙ୍କ ସମେତ ୧୦ ରୁ ଅଧିକ ମହିଳା ଲାଠି ମାଡରେ ଶିକାର ହୋଇ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଥିବା ଦେଖିବାକୁ ମିଳିଛି। ଏହି ଲାଠି ମାଡରେ କିଛି ପୁରୁଷ ମଧ୍ୟ ଆହତ ହୋଇଥିବା ଜଣାପଡିଛିା

ପୁଲିସ ମଧ୍ୟ ଉତ୍ୟକ୍ତ ଲୋକଙ୍କ ଅର୍ନଗଳ ପଥର ମାଡରେ  ଶିକାର ହୋଇଥିବା ବେଳେ ଖୋଦ ଆଇଆଇସି ଶ୍ରୀ ଭୂଜବଳଙ୍କ ଗୋଡରେ ଗୁରୁତର ଆହତ ଲାଗିଛି। ସବଇନସପେକ୍ଟର ଏସ କେ ମୂର୍ମୁ ଆହତ ହୋଇଥିବା ବେଳେ ସବଇନସପେକ୍ଟର ଆର କେ ମହାକୁଡ,ହୋମଗାର୍ଡ ରାଜେନ୍ଦ୍ର ବିଶ୍ବାଳ ଆହତ ହୋଇଥିବା ଜଣାପଡିଛିା ଅପରାହ୍ନ ସାଢେ ପାଞ୍ଚଟା ସାଢେ ୬ ଟା ପର୍ଯ୍ୟନ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା ଏପରିକି ମହିଳା ଓ ପୁରୁଷ ମାନେ ଥାନା ସମ୍ମୁଖରେ ମଧ୍ୟ ରିପୋର୍ଟ ଲେଖା ହେବା ବେଳକୁ ସେମାନଙ୍କ ଗାଁ କୁ ଫେରାନଥିବା, ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଭିଡ ଲାଗିରହିଛି। ବେଆଇନ ବ୍ଲାଷ୍ଟିଙ୍ଗ କୁ ବିରୋଧ ଆଜି ର ପରିସ୍ଥିତି ପାଇଁ ପ୍ରମୁଖ କାରଣ ବୋଲି ଜଣାପଡିଛିା ଏଭଳି ଅଭାବନିୟ ତଥା ଉତେଜନା ପରିସ୍ଥିତି କୁ ଦୃଷ୍ଟିରେ ରଖି ଉଚପଦସ୍ଥ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡିଛିା ଥାନା ପରିସରରେ କୁଆ ପଥର ଭଳି ଢେଲା ପଥର ମାଡ ରେ ଛାଇଯିବା ସହ ଅଭାବନିୟ ସଂଗିନ ପରିସ୍ଥିତି ଦେଖିବାକୁ ମିଳିଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *